Posted inଖେଳ

ହଂକଂ ଓପନ୍‌: କ୍ୱାର୍ଟରରେ ଶ୍ରୀକାନ୍ତ

ହଂକଂ, ୧୪।୧୧ (ପି.ଟି.)- ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟତମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ପ୍ରି-କ୍ୱାର୍ଟର ଫାଇନାଲରେ ୨୧-୧୧, ୧୫-୨୧, ୨୧-୧୯ ଗେମ୍‌ରେ ସାଥୀ ଖେଳାଳି ସୌରଭ ବର୍ମାଙ୍କୁ ପରାସ୍ତ କରିଛନ୍ତି। ଶେଷଥର ପାଇଁ ଶ୍ରୀକାନ୍ତ ଏପ୍ରିଲରେ ଅନୁଷ୍ଠିତ ସିଙ୍ଗାପୁର ଓପନ୍‌ର ଅନ୍ତିମ-୮ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱ ମାନ୍ୟତାର ତ୍ରୟୋଦଶ ସ୍ଥାନରେ ରହିଥିବା ଗୁଣ୍ଟୁର ଜନ୍ମିତ ଏହି ଖେଳାଳି ପରବର୍ତ୍ତୀ ମ୍ୟାଚ୍‌ରେ ଅଲିମ୍ପିକ ଚାମ୍ପିୟନ ଚେନ୍‌ ଲଙ୍ଗ୍‌ଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍ସର ୨ୟ ରାଉଣ୍ଡର ଅନ୍ୟ ଏକ ମୁକାବିଲାରେ ପ୍ରଣୟ ୧୨-୨୧, ୧୯-୨୧ ସିଧାସଳଖ ଗେମ୍‌ରେ ୬ଷ୍ଠ ସିଡ୍‌ ଇଣ୍ଡୋନେସିଆର ଜୋନାଣ୍ଟନ କ୍ରିଷ୍ଟିଙ୍କଠାରୁ ହାରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?