ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଛି । ସେହିବର୍ଷ ଅକ୍ଟୋବର ୧ରୁ ସମସ୍ତ ପୌରସଂସ୍ଥା ସରକାରଙ୍କ ପରିଚାଳନାଧୀନ ରହିଛି । ଶନିବାର ପାଳନ ହେବ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ । ସେଥିପାଇଁ ସବୁଠି ପ୍ରସ୍ତୁତି ଶେଷ ହୋଇଛି । ସହରାଞ୍ଚଳଗୁଡିକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ ହେବ। ତେବେ ସ୍ବାୟତ୍ତ ଶାସନ ପତାକା ଅଫିସରମାନେ ଉତ୍ତୋଳନ କରିବେ । ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଚାଲିଛି ଅମଲାତନ୍ତ୍ର ଶାସନ। ବିଏମସିରେ ଗଞ୍ଜାମ ଜିଲାପାଳ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ ଅନ୍ୟ ୧୭ ପୌର ସଂସ୍ଥାରେ ଉପଜିଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି ।
ସୂଚନାଯୋଗ୍ୟ ୧୫୨ ବର୍ଷର ପୌରସଂସ୍ଥା ବ୍ରହ୍ମପୁର ମହାନଗର ନିଗମରେ ୧୫ ବର୍ଷ ପରେ ଜିଲାପାଳ ସ୍ବାୟତ୍ତ ଶାସନ ପତାକା ଉତ୍ତୋଳନ କରି ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ଶୁଭ ଦେବା ସହ ଆଉ କେତେକ ଯୋଜନା ଉଦ୍ଘାଟନ କରିବେ । ପୁରୁଣା ତଥ୍ୟ ନ ଥିଲେ ମଧ୍ୟ ୧୯୪୯ରୁ ୨୦୦୩ ଯାଏ ଆଇଏଏସ୍ ଅଫିସର ତଥା ଜିଲାପାଳମାନେ ପ୍ରଶାସନିକ ମୁଖ୍ୟ ଥିଲେ। ସମୁଦାୟ ୨୩ ଜଣଙ୍କ ମଧ୍ୟରେ କେ. ରାମମୂର୍ତ୍ତି, ଡିଡି ସୁରୀ, ବି. ରାମ ଦୁରାଇ, ବି. ତ୍ରିପାଠୀ, ରାମଚନ୍ଦ୍ର ପାତ୍ର, ଏଫଏ ମୋଜେସ, ଦେବୀ ପ୍ରସାଦ ବାଗଚୀ, ରାଇ ମୋହନ ଦାସ, ରାଜଲକ୍ଷ୍ମୀ, ଏକେ ଦାସ, ରମାନାଥ ମହାନ୍ତି, ଅରବିନ୍ଦ ବେହେରା ଓ ରଙ୍ଗଲାଲ ଜାମୁଡ଼ା ନଗରପାଳ ଦାୟିତ୍ୱରେ ଥିଲେ । ସେହିପରି ୟୁଏନ ବେହେରା, ତାରା ଦତ୍ତ, ଜଗଦାନନ୍ଦ ପଣ୍ଡା, ଏମଡି ହୋତା, ଜାଗର ସିଂ, ବିକେ ଦାସ, ସନ୍ତୋଷ ଶତପଥୀ, ଜି. ମାଥିଭାଥାନନ ଏବଂ ୨୦୦୧ ଡିସେମ୍ବର ୯ରୁ ୨୦୦୩ ଅକ୍ଟୋବର ୭ ପର୍ଯ୍ୟନ୍ତ ସଞ୍ଜୀବ କୁମାର ମିଶ୍ର ବ୍ରହ୍ମପୁର ପୌରପାଳିକାର ମୁଖ୍ୟ ଥିଲେ । ୧୯୪୯ରୁ ୨୦୦୭ ପର୍ଯ୍ୟନ୍ତ ୫୮ ବର୍ଷ ମଧ୍ୟରେ ନିର୍ବାଚିତ ନଗରପାଳ ୨୪ ଏବଂ ୨୩ ଆଇଏଏସ୍ ଜିଲାପାଳମାନେ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ ।
ଏହି ପୌରସଂସ୍ଥାରେ ୨୦୦୩ରେ ନିର୍ବାଚନ ହୋଇଥିଲା । ସେହିବର୍ଷ ଅକ୍ଟୋବର ୮ରେ ପ୍ରଥମ ମହିଳା ନଗରପାଳ ଭାବେ ସୁଲୋଚନା ସ୍ବାଇଁ ନିର୍ବାଚିତ ହେଲେ । ୨୦୦୮ ପୌର ନିର୍ବାଚନରେ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ ଏବଂ ୪ ମାସ ପରେ ମହାନଗର ନିଗମ ହେବାରୁ ସେ ମେୟର ହୋଇଥିଲେ । ୨୦୧୩ ପୌର ନିର୍ବାଚନରେ କେ. ମାଧବୀ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇ ୫ ବର୍ଷ ଶାସନ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ଶେଷରେ ସରିବାରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶାସକ ହୋଇଛନ୍ତି । ଚଳିତବର୍ଷର ସ୍ବାୟତ୍ତ ଶାସନ ଦିବସରେ ସେ ସମସ୍ତ କାର୍ଯ୍ୟ ତୁଲାଇବେ । ଏବେ ପ୍ରଶାସକ ଏବଂ ପୌର କମିଶନର ଭାବେ ଚକ୍ରବର୍ତ୍ତି ସିଂ ରାଠୋର ଅଛନ୍ତି । ନିଗମରେ ପ୍ରଥମ କରି ୨ ଆଇଏଏସ୍ ଅଫିସର ଦାୟିତ୍ୱ ତୁଲାଉଛନ୍ତି । ପୌର ନିର୍ବାଚନ କେବେ ହେବ ଏବଂ ନିର୍ବାଚିତ ପରିଷଦ ଗଠନ ଅନିଶ୍ଚିତ ହୋଇଛି ।
Posted inଆମ ଜିଲା ଖବର, ଗଞ୍ଜାମ View All
ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…
ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…
ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ
କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ ଧରିତ୍ରୀରେ ଖବର ପ୍ରକାଶ…
ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…
ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…
ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…
ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…
ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…
ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…
Archives

