Posted inଫୁରସତ

ସ୍ବାସ୍ଥ୍ୟ ପାଇଁ ଶୌଚାଳୟ ବ୍ୟବହାର ଅପରିହାର୍ଯ୍ୟ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ ବ୍ୟାପିବାକୁ ଦିଏ ନାହିଁ। ବାହାରେ ଶୌଚ ହେବା ଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଇଁ ଏବେ ବି ପର୍ଯ୍ୟାପ୍ତ ସ୍ବଚ୍ଛତା ଉପଲବ୍ଧ ନାହିଁ। ଖାଲି ସେତିକି ନୁହେଁ, ସାରା ବିଶ୍ୱର ଯେତେ ଲୋକ ଖୋଲାରେ ଶୌଚ କରନ୍ତି, ତାର ପ୍ରାୟ ଅର୍ଦ୍ଧାଂଶ ଲୋକ ହେଉଛନ୍ତି ଭାରତର। ଫଳସ୍ବରୂପ, ପର୍ଯ୍ୟାବରଣ ଦୂଷିତ ହେବା ସହ ଲୋକ ବିଭିନ୍ନ ଶାରୀରିକ ସମସ୍ୟାଗ୍ରସ୍ତ ହୋଇଥାନ୍ତି ।
ସେଥିମଧ୍ୟରୁ ୬୭୩ ନିୟୁତ ଲୋକ ବାହାରେ ମଳତ୍ୟାଗ କରିଥାନ୍ତି। ତେବେ ଏହାକୁ ରୋକିବା ଲାଗି ୨୦୨୦ରେ ମିଳିତ ଜାତିସଂଘ ପକ୍ଷରୁ ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟ ପ୍ରକାଶିତ ହୋଇଥିଲା। ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଲୋକଙ୍କୁ ଶୌଚାଳୟ ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥାଏ। ୨୦୦୧ ନଭେମ୍ବର ୧୯ରେ ପ୍ରଥମେ କୌଣସି ସ୍ବୀକୃତି ବିନା ସିଙ୍ଗାପୁରର ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଜାତିସଂଘ ପକ୍ଷରୁ ୨୦୧୨ ନଭେମ୍ବର ୧୯ରେ ଏହି ଦିବସ ପାଳନ ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିଲା।ଭାରତର ୨୦୧୧ ଜନଗଣନା ଅନୁସାରେ ଗାଁ ଗହଳିରେ ୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୩ ପ୍ରତିଶତ ଲୋକ ଖୋଲାରେ ଶୌଚ କରନ୍ତି । ଏକ ତଥ୍ୟ ଅନୁସାରେ ଦୁନିଆରେ ବର୍ତ୍ତମାନ ପ୍ରତି ୩ ଜଣ ମହିଳା ମଧ୍ୟରେ ଅନ୍ତତଃ ଜଣେ ସୁରକ୍ଷିତ ଶୌଚାଳୟର ସୁବିଧା ପାଇବାରୁ ବଞ୍ଚିତ । ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା ମହିଳା କିମ୍ବା ବାଳିକାମାନେ ନିଜର ସମ୍ମାନ ହାନୀ ତଥା ଯୌନ ଅପରାଧର ଶୀକାର ହେବାର ଭୟ ରହିଥାଏ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ମିଳିତ ଜାତିସଂଘ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଶୌଚାଳୟ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା।
ଶୌଚାଳୟ ସଚେତନତା ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ଏ ସମ୍ପର୍କିତ କର୍ମଶାଳା, ସଚେତନତା ପଦଯାତ୍ରା, ସଫେଇ କାର୍ଯ୍ୟକ୍ରମ ତଥା ଗଣଦୌଡର ଆୟୋଜନ ହୋଇଥାଏ । ଏଭଳି କାର୍ଯ୍ୟକ୍ରମ ସବୁ ସରକାରୀ ସଂସ୍ଥା ସହ ବେସରକାରୀ ସଂସ୍ଥା ତଥା ସ୍ବେଚ୍ଛସେବୀ ସଂଗଠନମାନଙ୍କ ମାଧ୍ୟମରେ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri