Posted inଫୁରସତ

ପୁରୁଷଙ୍କ କଲ୍ୟାଣ ଜରୁରୀ

ପୁରୁଷମାନଙ୍କ କ୍ଷେତ୍ରରେ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସଚେତନତା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥାଏ। ସମାଜ, ଦେଶ ଏବଂ ପୃଥିବୀର ବିକାଶରେ ଲିଙ୍ଗଗତ ସମାନତା ଜରୁରୀ ବୋଲି ଏହି ଦିବସ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ଲିଙ୍ଗଗତ ସମାନତା ସମୟର ଆହ୍ବାନ ବୋଲି ଏହି ଅବସରରେ ସଭିଙ୍କୁ ସଚେତନ କରାଯାଇଥାଏ।
ତଥା ପରିବାରରେ ପୁରୁଷଙ୍କ ମହତ୍ତ୍ୱ ତଥା ଅବଦାନକୁ ସମ୍ମାନ ଜଣାଇ ଏହା ପାଳନ କରାଯାଏ। ଏହି ଅବସରରେ ସମାଜରେ ପୁରୁଷଙ୍କ କଲ୍ୟାଣ ଓ ସ୍ବାସ୍ଥ୍ୟ ପ୍ରତି ସଚେତନତା ଅଣାଯାଇଥାଏ। ଅନ୍ତର୍ଜାତୀୟ ପୁରୁଷ ଦିବସ ସମାଜରେ ପୁରୁଷଙ୍କ ସକାରାତ୍ମକ ଭାବମୂର୍ତ୍ତିକୁ ପ୍ରତିଫଳିତ କରିଥାଏ। ସମାଜ, ସମ୍ପ୍ରଦାୟ, ପରିବାର, ବିବାହ, ଶିଶୁ ଲାଳନ ପାଳନ ଓ ସମାଜରେ ପୁରୁଷଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଇଥାଏ। ଏହି ଦିନ ସମାଜରେ ପୁରୁଷଙ୍କ ପ୍ରତି ହେଉଥିବା ଭେଦଭାବ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ପୁରୁଷ ଦିବସ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିଥାଏ। ଅନ୍ତର୍ଜାତୀୟ ପୁରୁଷ ଦିବସ ପ୍ରଥମେ ୧୯୯୯ ରେ ତ୍ରିନିଦାଦ ଓ ଟୋବାଗୋସ୍ଥିତ ୱେଷ୍ଟଇଣ୍ଡିଜ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ତିଳକସିଂଙ୍କ ଦ୍ୱାରା ତାଙ୍କ ପିତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ସେ ପୁରୁଷଙ୍କ ପ୍ରସଙ୍ଗ ଉଠାଇବାକୁ ଉତ୍ସାହିତ କରିଥିଲେ। ପ୍ରଥମ ଥର ପାଇଁ ୧୯ ନଭେମ୍ବର ୨୦୦୭ରେ ଭାରତରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା।
ସାଂସ୍କୃତିକ, ରାଜନୈତିକ ଏବଂ ସାମାଜିକ ଆର୍ଥିକ ସମସ୍ୟାକୁ ଚିହ୍ନଟ କରି ଏହାର ନିରାକରଣ କରିବା ଅନ୍ତର୍ଜାତୀୟ ପୁରୁଷ ଦିବସର ମୁଖ୍ୟ ଲକ୍ଷ୍ୟ। ମୌଳିକ ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ସହିତ ପୁରୁଷଙ୍କ ସମସ୍ୟା ପ୍ରତି ସଚେତନତା ସୃଷ୍ଟି ଲାଗି ।
୧୯୯୨ ଫେବୃୟାରୀ ୭ରେ ଥୋମାସ ଓଷ୍ଟରଙ୍କ ଦ୍ୱାରା ଏହି ଦିବସ ଆରମ୍ଭ କରାଯାଇଥିଲା। ଏହାର ଏକ ବର୍ଷ ପୂର୍ବରୁ ୧୯୯୧ ଫେବୃୟାରୀ ୮ରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ୨୦୦୯ରେ ଏହି ଦିନଟିକୁ ନଭେମ୍ବର ୧୯ରେ ପାଳନ ଲାଗି ଘୋଷଣା କରାଯାଇଥିଲା। ଅନ୍ତର୍ଜାତୀୟ ପୁରୁଷ ଦିବସରେ ଲିଙ୍ଗଗତ ସମାନତା ପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥାଏ। ସମାଜରେ ପୁରୁଷମାନଙ୍କ ସହିତ ଜଡ଼ିତ ଥିବା ନକାରାତ୍ମକ ଚିତ୍ର ଏବଂ କଳଙ୍କକୁ ହଟାଇବାକୁ ପ୍ରୟାସ କରାଯାଇଥାଏ। ମାତ୍ର ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ ପାଇଁ ଆନୁଷ୍ଠାନିକ ଭାବେ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ପ୍ରତିବର୍ଷ ଏହି ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ଶୂନ ପୁରୁଷ ଆତ୍ମହତ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri