ସ୍ବଚ୍ଛ ଭାରତର ପାଇଖାନା

ପ୍ରଣତି ଆଚାର୍ଯ୍ୟ ମିଶ୍ର

କେନ୍ଦ୍ର ସରକାର ବିଭିନ୍ନ ସମୟରେ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ସ୍ବଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଧାନମନ୍ତ୍ରୀ ୨୦୧୪ରେ ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଏହି ସଂକଳ୍ପକୁ ପୂରଣ କରି ଆଜି ଦେଶରେ ୧୦ କୋଟି ଶୌଚାଳୟ ନିର୍ମାଣ କରାଯାଇସାରିଛି। କିନ୍ତୁ କେଉଁଠି ବ୍ୟବହାର ଅନୁପଯୋଗୀ ହୋଇ ଭୂତକୋଠି ପାଲଟିଛି, କେଉଁଠି ଅବହେଳା ପାଇଁ ଆବର୍ଜନା ପାଣି ରାସ୍ତାରେ ଭାସି ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ନାରୀର ସମ୍ମାନ ଓ ଗରିମାକୁ ଲକ୍ଷ୍ୟ ରଖି ଶୌଚାଳୟ ନିର୍ମାଣ ଏକ ଉନ୍ନତ ଚିନ୍ତାଧାରା। କିନ୍ତୁ ଆମର ଏଠି ଶ୍ରୀମତୀ ପାଇଖାନା ଯେତେ ଆଗକୁ ଗଲେ ବି ସେଇ ଚୁଲି ମୁଣ୍ଡକୁ। ଆମ ଦେଶରେ ଦୁଇଟି ଭାରତ ଏକାଠି ରୁହନ୍ତି। ଗୋଟିଏ ହେଲା ପଇସାବାଲାଙ୍କ ଭାରତ ଓ ଅନ୍ୟଟି ହେଲା ଦରିଦ୍ର ଭାରତ। ଦ୍ୱିତୀୟ ଭାରତରେ ବିଶ୍ୱର ଦରିଦ୍ର ଜନତାଙ୍କର ଏକ ତୃତୀୟାଂଶ। ସଂଖ୍ୟା ପ୍ରାୟ ୪୫ କୋଟି ୬୦ ଲକ୍ଷ। ପ୍ରତି ଦଶ ଜଣରେ ଚାରି ଜଣ। ପ୍ରତ୍ୟେକଙ୍କ ହାରାହାରି ଦୈନିକ ରୋଜଗାର ୫୦ ଟଙ୍କାରୁ କମ୍‌। ଓଡ଼ିଶାରେ ଏହି ପରିମାଣ ପାଖାପାଖି ଅଧା। ଏଠି ଦରିଦ୍ର ଖାଉଟିଆଙ୍କ ମୁଣ୍ଡ ପିଛା ଦୈନିକ ଖର୍ଚ୍ଚ ମାତ୍ର ବାର ଟଙ୍କା। ‘ଅମ୍ବାନୀ ’ଓ ‘ବିର୍ଲା’ ବାସ କରୁଥିବା ଭାରତ ଗୋଟିଏ ଦେଶ ନୁହେଁ। ତେଣୁ ଦ୍ବିତୀୟ ଭାରତୀୟଙ୍କ ଦେଶର ବାସିନ୍ଦା ଶ୍ରୀଯୁକ୍ତ ଟଏଲେଟକୁ କିପରି ବ୍ୟବହାର କରିବେ? ସେମାନଙ୍କ ପାଇଁ ଶ୍ରୀମତୀ ପାଇଖାନା ଆବଶ୍ୟକ। ସ୍ବଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଗାଁରେ ପାଇଖାନା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ। ପ୍ରତି ଘର ପିଛା ୨୦ ହଜାର। ଶୌଚାଳୟ ଆଗରେ ସ୍ବଚ୍ଛ ଭାରତ ଅଭିଯାନର ଲୋଗୋ। କିନ୍ତୁ ଏହା କେତେ ବ୍ୟବହାର ହୁଏ ତାହା ବ୍ୟବହାରକାରୀ କହିବେ।
ଗରିବ ଶ୍ରେଣୀ ଓ ଗ୍ରାମାଞ୍ଚଳର ମହିଳାମାନେ ଶୌଚାଳୟ ଅଭିଯାନ ଦ୍ୱାରା ବିଶେଷ ଭାବରେ ଉପକୃତ ହେଉଛନ୍ତି। ଏହା ଆମେ କାଗଜକଲମରେ ଦେଖୁଛନ୍ତି। ଏବେ ବି ପାଣି ଓ ଶୌଚ ବ୍ୟବସ୍ଥାର ଅଭାବ ଗ୍ରାମାଞ୍ଚଳରେ ରୋଗ ଓ ମୃତ୍ୟୁର ପ୍ରଧାନ କାରଣ। ପ୍ରତିବର୍ଷ ଅଠର ଲକ୍ଷ ଲୋକଙ୍କର ମୃତ୍ୟୁ ଏହି କାରଣରୁ ହୁଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା। ଯେଉଁଠି ଖରାଦିନ ପୂର୍ବରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହୁଅନ୍ତି ସେଠାରେ ଶୌଚାଳୟ ବ୍ୟବହାର ସ୍ବପ୍ନ ପରି।
ରାଜୀବ ଗାନ୍ଧୀ ନ୍ୟାଶନାଲ ଡ୍ରିଙ୍କିଙ୍ଗ ୱାଟର ମିଶନଙ୍କ ରିପୋର୍ଟ ଅନୁସାରେ ଆମ ଦେଶର ପ୍ରାୟ ତିନି କୋଟି ଲୋକ ସାନିଟେସନ ବା ପରିମଳ ସମ୍ପର୍କିତ ରୋଗରେ ପୀଡ଼ିତ। ଓଡ଼ିଶାରେ ମାତ୍ର ୩୦ ରୁ ୪୦ ଭାଗ ଘରେ ଶୌଚାଳୟ ଅଛି। ସହରାଞ୍ଚଳରେ ଏହି ଅନୁପାତ ୭୦ ରୁ ୮୦ ଭାଗ। ଏକ ସର୍ଭେ ଅନୁଯାୟୀ ୧୯୮୧ ମସିହାରେ କେବଳ ଶତକଡା ଏକ ଭାଗ ଲୋକଙ୍କର ଟଏଲେଟ ଥିଲା। ଏକ ଭାଗରୁ ବଢ଼ି ୪୦ ଭାଗ ହେବାକୁ ଲାଗିଲାଣି ୪୦ ବର୍ଷ। ତେଣୁ ସରକାର ଓ ଯୋଜନା କମିଶନ ଏଥିପାଇଁ ନୂଆବାଟ ଖୋଜୁଛନ୍ତି। ପରିମଳ ଅଭିଯାନର ସଫଳତା ପାଇଁ ପ୍ରଥମ ଆବଶ୍ୟକତା ହେଲା ସ୍ବଭାବ ପରିବର୍ତ୍ତନ। ବିଭିନ୍ନ ଦେଶରେ ଏ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚାଲିଛି। ଭିଏତନାମ, କାମ୍ବୋଡିଆ ଓ ଇଣ୍ଡୋନେସିଆରେ ସଫାସୁତୁରା ଘରର ସଂଜ୍ଞା ହେଲା ଯେଉଁଠି ଦୁର୍ଗନ୍ଧ ନ ଥିବ, ମଶା, ଡାଆଁଶ, ମାଛି ଉଡ଼ୁ ନ ଥିବେ। ଥାଇଲାଣ୍ଡ ଏହି ସଂଜ୍ଞାକୁ ପ୍ରଚାର କରି, ଏବେ ଶତକଡା ଶହେ ଘରେ ଶୌଚାଳୟ ବ୍ୟବସ୍ଥା କରିବାରେ ସଫଳ ହୋଇଛି। ବାଂଲାଦେଶ ଓ ଚାଇନା ସମ୍ପୂର୍ଣ୍ଣ ପରିମଳ ଅଭିଯାନରେ ଭାରତଠାରୁ ଆଗରେ ଅଛନ୍ତି। ବ୍ରାଜିଲ, ମେକ୍ସିକୋ ଗତି ଆମରି ଭଳି। ଦିଲ୍ଲୀର ୫୬୦୦ କିଲୋମିଟର ଡ୍ରେନେଜ ଲାଇନ ଅଧାରୁ ଅଧିକ ପଙ୍କଦ୍ୱାରା ଅଚଳ। ଆମ ରାଜଧାନୀରେ ଓଭର ଫ୍ଲୋ ଏକ ଦୈନନ୍ଦିନ ଘଟଣା। ବର୍ଷାଦିନେ ଡ୍ରେନ ଗୁଡ଼ିକର ଅବସ୍ଥା କହିଲେ ନ ସରେ।
ମହାତ୍ମା ଗାନ୍ଧୀ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ପ୍ରଥମେ ପବ୍ଲିକ ଲାଟ୍ରିନ ସଫା କରିବାକୁ କହୁଥିଲେ ଏବଂ ସାବରମତୀ ଆଶ୍ରମରେ ନିଜେ ଏହାର ନେତୃତ୍ୱ ନେଉଥିଲେ। ସେ କହୁଥିଲେ, ମତେ ଯଦି ଭାରତର ସ୍ବାଧୀନତା ଓ ପରିମଳ, ଏ ଦୁଇଟି ମଧ୍ୟରୁ ପ୍ରଥମେ ଗୋଟିଏ ବାଛିବାକୁ କୁହାଯିବ, ମୁଁ ଆଗ ପରିମଳକୁ ବାଛିବି, କାରଣ ପ୍ରଥମ ସ୍ବାଧୀନତା ହେଉଛି ପରିମଳ, ଶୌଚ ବ୍ୟବସ୍ଥା ଓ ନିର୍ମଳ ପରିବେଶ। ସମସ୍ତଙ୍କୁ ଜଣା, ବାପୁଜୀ ତୃତୀୟ ଶ୍ରେଣୀ ରେଳଯାତ୍ରା କରୁଥିଲା ବେଳେ ପ୍ରଥମେ ସେଇ ରେଳ ବଗିଟିକୁ ସଫା କରୁଥିଲେ। ସ୍ବାଧୀନତା ଆନ୍ଦୋଳନ ବେଳେ ଯେଉଁଠି ତାଙ୍କ ଶିବିର ଲାଗୁଥିଲା, ତା’ପୂର୍ବରୁ ଲାଟ୍ରିନ ବ୍ୟବସ୍ଥା କରାଯାଉଥିଲା।
ନୟାଗଡ଼, ମୋ:୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri