Posted inଖେଳ

ସ୍ପେନ୍‌ରେ ନିୟମ ଭାଙ୍ଗିଲେ ଜୋକୋଭିଚ୍‌

ମାଡ୍ରିଡ୍‌, ୬ା୫: ବିଶ୍ୱର ନମ୍ବରୱାନ ଟେନିସ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ସ୍ପେନରେ ଲକଡାଉନ୍‌ ନିୟମ ଭଙ୍ଗ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଦେଶ ଏବେ ଲକ୍‌ଡାଉନ୍‌ ଥିବାବେଳେ ଜୋକୋଭିଚ୍‌ ସୋମବାର ଟେନିସ କୋର୍ଟକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଛନ୍ତି। ପେସାଦାର ଆଥଲେଟଙ୍କୁ ନିଜ କୋଚ୍‌ଙ୍କ ସହିତ ଟ୍ରେନିଂ ଆରମ୍ଭ କରିବାକୁ ସ୍ପେନ୍‌ରେ ଅନୁମତି ଦିଆଯାଇଛି। ତେବେ ଏହି ଦେଶରେ ଖେଳାଳିଙ୍କୁ ଖେଳ ଭିତ୍ତିଭୂମି ବ୍ୟବହାର ଉପରେ କଟକଣା ବଳବତ୍ତର ରହିଛି। ଆସନ୍ତା ସପ୍ତାହରୁ ପେସାଦାର ଲିଗ୍‌ର ଫୁଟବଲ ଖେଳାଳିଙ୍କୁ ଟ୍ରେନିଂ ସେଣ୍ଟର ବ୍ୟବହାର ପାଇଁ ଅନୁମତି ମିଳିବା ସମ୍ଭାବନା ରହିଛି। ରିପୋର୍ଟ ଅନୁସାରେ ଜୋକୋଭିଚ୍‌ ଲକଡାଉନ୍‌ ସମୟରେ ସ୍ପେନରେ ରହୁଛନ୍ତି। କଟକଣା ସତ୍ତ୍ବେ ସେ ବର୍ବେଲା ଉପକୂଳବର୍ତ୍ତୀ ସହରରେ ଥିବା ଏକ ଟେନିସ କ୍ଲବର କୋର୍ଟ ବ୍ୟବହାର କରିଛନ୍ତି। ”କ୍ଲେ କୋର୍ଟରେ ଖେଳି ମୁଁ ବହୁତ ଖୁସି“ ବୋଲି ଲେଖି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ବ୍ୟତୀତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ସେ ପାର୍ଟନରଙ୍କ ସହ ଶଟ୍‌ ବିନିମୟ କରୁଥିବା ପରିଲକ୍ଷିତ ହେଉଛି। ପେସାଦାର ଖେଳାଳିମାନେ ସେମାନଙ୍କ କୋଚ୍‌ଙ୍କ ସହ ବ୍ୟାୟାମ ଆରମ୍ଭ କରିପାରିବେ ବୋଲି ସ୍ପାନିଶ ଟେନିସ ଫେଡେରେଶନ ପକ୍ଷରୁ ସୋମବାର ଏକ ବିବୃତିିରେ ପ୍ରକାଶ କରାଯାଇଛି। ମାତ୍ର ଟେନିସ କୋର୍ଟ ବ୍ୟବହାର କରି ପାରିବେ ନାହିଁ। ଆସନ୍ତା ସପ୍ତାହରୁ ଖେଳାଳିଙ୍କପାଇଁ ନୂଆ ଗାଇଡଲାଇନ୍‌ ଆସିବ ବୋଲି ସ୍ପଷ୍ଟ କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଜୋକୋଭିଚ୍‌ଙ୍କ ପ୍ରତି ଜରିମାନା ଦଣ୍ଡାଦେଶ ଲାଗୁ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ନିଜ ଦେଶ ସର୍ବିୟାରେ ସେ ଶୀଘ୍ର ଟେନିସ ଖେଳିବାକୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି ବୋଲି ଜୋକୋଭିଚ୍‌ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri