Posted inଖେଳ

ସ୍ପେନ ରେକର୍ଡ ସ୍କୋରର ଭିଲାଙ୍କ ଅବସର ଘୋଷଣା

ଟୋକିଓ,୧୩।୧୧(ଏଏଫ୍‌ପି)- ସ୍ପେନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଗୋଲ କରିଥିବା ଷ୍ଟାର ଷ୍ଟ୍ରାଇକର ଡେଭିଡ୍‌ ଭିଲା ଆସନ୍ତା ମାସରେ ଅବସର ନେବେ। ଜାଜ୍ଜ୍ୱଲ୍ୟମୟ କ୍ୟାରିୟରରେ ସେ ଫିଫା ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ ଓ ଚାମ୍ପିୟନ୍ସ ଲିଗ୍‌ ଜିତି ସାରିଛନ୍ତି। ୩୭ ବର୍ଷୀୟ ଭିସେଲ କୋବ ଷ୍ଟ୍ରାଇକର ଚଳିତ ଜେ ଲିଗ୍‌ ସିଜନ ଶେଷରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ୧୯ ବର୍ଷର ଲମ୍ବା କ୍ୟାରିୟରରେ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍‌ ଓ ଭାଲେନ୍‌ସିଆ ଭଳି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ଦେଶ ପାଇଁ ୯୮ ମ୍ୟାଚ ଖେଳିଛନ୍ତି। ମୋ ପେସାଦାର କ୍ୟାରିୟରର ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିନେଇ ମୁଁ ଦୀର୍ଘଦିନ ହେଲା ଚିନ୍ତା କରୁଛି। ପରିବାର ଓ ବନ୍ଧୁଙ୍କ ସହ ଆଲୋଚନା ପରେ ମୁଁ ନିର୍ଣ୍ଣୟରେ ପହଞ୍ଚତ୍ଛି ବୋଲି କୋହ ଭରା କଣ୍ଠରେ ଭିଲା କହିଛନ୍ତି। ସେ ନ୍ୟୁୟର୍କର ନୂଆ ଫ୍ରାଞ୍ଚାଇଜ କୁଇନ୍ସବୋରୋ ଏଫ୍‌ସିରେ ଧନ ବିନିଯୋଗ କରିବେ। ୩ ଫିଫା ବିଶ୍ୱକପ୍‌ ଖେଳିବା ସହ ୨୦୧୦ ବିଶ୍ୱକପ୍‌ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଇକର ଥିଲେ। ତାଙ୍କ ପ୍ରତିନିଧିତ୍ୱରେ ସ୍ପେନ ୟୁରୋପିଆନ ଚାମ୍ପିୟନଶିପ ଜିତିଥିଲେ। ଅନ୍ତର୍ଜାତୀୟ ସ୍ତରରେ ସେ ୫୯ ଗୋଲ କରିଛନ୍ତି, ଯାହାକି ଏପର୍ଯ୍ୟନ୍ତ ଏକ ଜାତୀୟ ରେକର୍ଡ। ଭିସେଲ କୋବ ଦଳ ବର୍ତ୍ତମାନ ଜେ ଲିଗରେ ୩୧ ମ୍ୟାଚ୍‌ ପରେ ୧୦ମ ସ୍ଥାନରେ ରହିଛି। ଗତ ଥର ସମାନ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଭିଲା ଚଳିତ ସିଜନରେ ୨୬ ମ୍ୟାଚ୍‌ ଖେଳି ୧୨ ଗୋଲ ଦେଇଛନ୍ତି। କ୍ଲବ ପାଇଁ ବଳକା ୩ ଲିଗ୍‌ ମ୍ୟାଚ୍‌ ସମେତ ଏମ୍‌ପେରୋର କପ୍‌ର ସେମିଫାଇନାଲ ଓ ଫାଇନାଲରେ ଖଳିବା ନେଇ ଆଶା କରାଯାଉଛି। ଜେ ଲିଗ୍‌ ପ୍ରତିଯୋଗିତାର ଅନ୍ତିମ ଦିନ ତଥା ଡିସେମ୍ବର ୭ ତାରିଖରେ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri