Posted inଖେଳ

ସ୍ପେନ ରେକର୍ଡ ସ୍କୋରର ଭିଲାଙ୍କ ଅବସର ଘୋଷଣା

ଟୋକିଓ,୧୩।୧୧(ଏଏଫ୍‌ପି)- ସ୍ପେନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଗୋଲ କରିଥିବା ଷ୍ଟାର ଷ୍ଟ୍ରାଇକର ଡେଭିଡ୍‌ ଭିଲା ଆସନ୍ତା ମାସରେ ଅବସର ନେବେ। ଜାଜ୍ଜ୍ୱଲ୍ୟମୟ କ୍ୟାରିୟରରେ ସେ ଫିଫା ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ ଓ ଚାମ୍ପିୟନ୍ସ ଲିଗ୍‌ ଜିତି ସାରିଛନ୍ତି। ୩୭ ବର୍ଷୀୟ ଭିସେଲ କୋବ ଷ୍ଟ୍ରାଇକର ଚଳିତ ଜେ ଲିଗ୍‌ ସିଜନ ଶେଷରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ୧୯ ବର୍ଷର ଲମ୍ବା କ୍ୟାରିୟରରେ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍‌ ଓ ଭାଲେନ୍‌ସିଆ ଭଳି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ଦେଶ ପାଇଁ ୯୮ ମ୍ୟାଚ ଖେଳିଛନ୍ତି। ମୋ ପେସାଦାର କ୍ୟାରିୟରର ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିନେଇ ମୁଁ ଦୀର୍ଘଦିନ ହେଲା ଚିନ୍ତା କରୁଛି। ପରିବାର ଓ ବନ୍ଧୁଙ୍କ ସହ ଆଲୋଚନା ପରେ ମୁଁ ନିର୍ଣ୍ଣୟରେ ପହଞ୍ଚତ୍ଛି ବୋଲି କୋହ ଭରା କଣ୍ଠରେ ଭିଲା କହିଛନ୍ତି। ସେ ନ୍ୟୁୟର୍କର ନୂଆ ଫ୍ରାଞ୍ଚାଇଜ କୁଇନ୍ସବୋରୋ ଏଫ୍‌ସିରେ ଧନ ବିନିଯୋଗ କରିବେ। ୩ ଫିଫା ବିଶ୍ୱକପ୍‌ ଖେଳିବା ସହ ୨୦୧୦ ବିଶ୍ୱକପ୍‌ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଇକର ଥିଲେ। ତାଙ୍କ ପ୍ରତିନିଧିତ୍ୱରେ ସ୍ପେନ ୟୁରୋପିଆନ ଚାମ୍ପିୟନଶିପ ଜିତିଥିଲେ। ଅନ୍ତର୍ଜାତୀୟ ସ୍ତରରେ ସେ ୫୯ ଗୋଲ କରିଛନ୍ତି, ଯାହାକି ଏପର୍ଯ୍ୟନ୍ତ ଏକ ଜାତୀୟ ରେକର୍ଡ। ଭିସେଲ କୋବ ଦଳ ବର୍ତ୍ତମାନ ଜେ ଲିଗରେ ୩୧ ମ୍ୟାଚ୍‌ ପରେ ୧୦ମ ସ୍ଥାନରେ ରହିଛି। ଗତ ଥର ସମାନ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଭିଲା ଚଳିତ ସିଜନରେ ୨୬ ମ୍ୟାଚ୍‌ ଖେଳି ୧୨ ଗୋଲ ଦେଇଛନ୍ତି। କ୍ଲବ ପାଇଁ ବଳକା ୩ ଲିଗ୍‌ ମ୍ୟାଚ୍‌ ସମେତ ଏମ୍‌ପେରୋର କପ୍‌ର ସେମିଫାଇନାଲ ଓ ଫାଇନାଲରେ ଖଳିବା ନେଇ ଆଶା କରାଯାଉଛି। ଜେ ଲିଗ୍‌ ପ୍ରତିଯୋଗିତାର ଅନ୍ତିମ ଦିନ ତଥା ଡିସେମ୍ବର ୭ ତାରିଖରେ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri