ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡ ୨୦୧୯: ମିହିର ଦାସ ‘ଏଭରଗ୍ରୀନ୍‌ ଅଭିନେତା’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲ ସହଯୋଗରେ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ ପକ୍ଷରୁ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ-୨୦୧୯ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାବେଳେ ‘ଏଭର୍‌ଗ୍ରୀନ୍‌ ଅଭିନେତା’ ଭାବେ ବିଶିଷ୍ଟ ଅଭିନେତା ମିହିର ଦାସଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଭର୍ସାଟାଇଲ୍‌ ଅଭିନେତା ଭାବେ ସିଦ୍ଧାନ୍ତ ମହାପାତ୍ର ଏବଂ ବଲିଉଡ୍‌ରେ ଓଡ଼ିଆ ଭାବେ ରାଜେଶ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ପୁରସ୍କୃତ ହୋଇଥିବା ବେଳେ ତାପସ ସରଘରିଆଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ବାବୁସାନ୍‌ ମହାନ୍ତିଙ୍କୁ ‘ଶ୍ରେଷ୍ଠ ଅଭିନେତା’, ଭୂମିକା ଦାଶଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି। ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ‘ପିପୁଲସ୍‌ ଚଏସ୍‌ ହିରୋ ଅଫ୍‌ ଦ ଇୟର୍‌’, ଏଲିନା ସାମନ୍ତରାୟ ‘ପିପୁଲ୍ସ ଚଏସ୍‌ ଆକ୍ଟ୍ରେସ୍‌ ଅଫ୍‌ ଦ ଇୟର୍‌’ ଭାବେ ପୁରସ୍କୃତ ହୋଇଛନ୍ତି। ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଓ ଶୀତଲ ପାତ୍ରଙ୍କୁ ‘ବେଷ୍ଟ ସିଗ୍ନିଫିକାଣ୍ଟ ପର୍‌ଫର୍ମାନ୍ସ’ ପାଇଁ ପୁରସ୍କୃତ କରାଯାଇଛି।
ଏହି ଅବସରରେ ସ୍ବର୍ଗତ ହର ପଟ୍ଟନାୟକ, ରୁନୁ ପରିଜା, ଅମିୟ ପଟ୍ଟନାୟକ, ଅଭିରାମ ମିଶ୍ର, ମୀନକେତନ, କେଶବ ରାଉତ, ସୁବାସ ରାଉତ, କୁଶ ପଟ୍ଟନାୟକ, ଅନିତା ଦାଶ ଓ ସଲିଲ୍‌ ମିତ୍ରଙ୍କୁ ‘ମରଣୋତ୍ତର ଷ୍ଟାର ଆୱାର୍ଡ’ ପ୍ରଦାନ କରାଯାଇଥିଲା, ଯାହାକୁ ସେମାନଙ୍କ ଆତ୍ମୀୟ ସ୍ବଜନମାନେ ଗ୍ରହଣ କରିଥିଲେ। ପ୍ରେମ ଆନନ୍ଦଙ୍କୁ ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ’, ସୁବ୍ରତ ସ୍ବାଇଁଙ୍କୁ ‘ଶ୍ରେଷ୍ଠ ଗୀତିକାର’, ହ୍ୟୁମାନ୍‌ ସାଗରଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ’, ଦୀପ୍ତିରେଖା ପାଢୀଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା’, ‘ବୋଉ ମାରିବ’ ଗୀତକୁ ଲୋକପ୍ରିୟ ସଙ୍ଗୀତ ଓ ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ସୁଧାକର ବସନ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ରୋଜାଲିନ୍‌ ମିଶ୍ର ଓ ଭାବନା ମାଥ୍‌ୱିଙ୍କୁ ‘ଶ୍ରେଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ’ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାଡର ବ୍ରାଣ୍ଡ୍‌ ଆମ୍ବାସାଡର ଅର୍ଚ୍ଚିତା ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାଶ ନାୟକ, ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡର ନିର୍ଦ୍ଦେଶକ ହରପ୍ରସାଦ ମହାପାତ୍ର, ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ଦିଲୀପ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମା’ ସିଂଘାସିନୀ ଫିଲ୍ମସ୍‌ର ‘ମୁଁ ପରଦେଶୀ ଚଢେଇ’ର ମ୍ୟୁଜିକ୍‌ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri