ସ୍ଥିତି ପରଖିବା ସତ୍ତ୍ୱେ ଏଏସ୍‌ଆଇ ଚୁପ୍‌

ପୁରୀ ଅଫିସ,୩।୫:ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ତିନିଜଣିଆ ଟିମ୍‌ ରବିବାର ପୁରୀ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛି। ଏହି ଟିମ୍‌ର ଅଧିକାରୀମାନେ ପ୍ରକଳ୍ପ ସ୍ଥଳକୁ ଯାଇ ଶ୍ରୀମନ୍ଦିର ଚୌହଦିରେ କ’ଣ ସବୁ ନିର୍ମାଣ ହେଉଛି, ପ୍ରକଳ୍ପ ପାଇଁ କେତେ ଗଭୀରରୁ ପିଲର ଉଠୁଛି, ପିଲର୍‌ ଏବଂ ବିମ୍‌ର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିଛନ୍ତି। ଏନେଇ ସେମାନେ ଜିଲାପାଳ ସମର୍ଥ ବର୍ମା, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) ଲିମିଟେଡ୍‌ ଏବଂ ଟାଟା କନଷ୍ଟ୍ରକଶନ୍‌ ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନଙ୍କ ସହ ବୁଲି ନିର୍ମାଣ କାର୍ଯ୍ୟକୁ ତନ୍ନତନ୍ନ କରି ଦେଖିଛନ୍ତି। ଏଥିସହ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ମାପଚୁପ ମଧ୍ୟ କରିଛନ୍ତି। ଏହି ଟିମ୍‌ରେ ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି, ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏବଂ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ ସାମିଲ ଥିଲେ।
ମେଘନାଦ ପାଚେରୀଠାରୁ ୫୫ ମିଟର ଦୂରରେ ନିର୍ମାଣ ହେବାକୁ ଥିବା ପ୍ରାଚୀର ସ୍ଥାନରେ ଏଏସ୍‌ଆଇ ଟିମ୍‌ ପରୀକ୍ଷା ନିରୀକ୍ଷା କରିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଖନନ ଓ ନିର୍ମାଣ କାର୍ଯ୍ୟ ଠିକ କି ନୁହେଁ ସେନେଇ ମଧ୍ୟ ପ୍ରଶାସନ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି। ଜିଲାପାଳ ବର୍ମା ଏଏସ୍‌ଆଇ ଟିମ୍‌କୁ ନିର୍ମାଣସ୍ଥଳୀମାନ ବୁଲାଇ ଦେଖାଇଥିଲେ। ଟିମ୍‌ର ସଦସ୍ୟମାନେ ପ୍ରଥମେ ପଶ୍ଚିମଦ୍ୱାର ପଟେ ନିର୍ମାଣାଧୀନ ଇନ୍‌ଫର୍‌ମେଶନ୍‌ କିଓସ୍କୋ, ଶେଲଟର ପାଭିଲିଅନ୍‌, କ୍ଲକ୍‌ରୁମ୍‌ ଓ ଶୌଚାଳୟ କାର୍ଯ୍ୟ ଯାଞ୍ଚ କରିବା ପରେ ଦକ୍ଷିଣଦ୍ୱାର ଏବଂ ଏମାର ମଠ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ନିର୍ମାଣ କାର୍ଯ୍ୟ ଆଇନତଃ ଠିକ୍‌ କିମ୍ବା ଭୁଲ୍‌ ସେନେଇ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିଲେ। ଜିଲା ପ୍ରଶାସନଠାରୁ ଆରମ୍ଭ କରି ଠିକା କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଏପରି କି ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି ମଧ୍ୟ ସିଧାସଳଖ ଭାବେ ଏହି ପ୍ରସଙ୍ଗରେ କୌଣସି ଉତ୍ତର ରଖି ନ ଥିଲେ। ସେ କହିଥିଲେ, ଏ ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍‌ ସ୍ଥିତି ପରଖିବା ପାଇଁ ଆସିଛି। ବିଚାରାଧୀନ ମାମଲା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏସମ୍ପର୍କିତ ତଥ୍ୟ ସାର୍ବଜନୀନ ହେବ। ଅନ୍ୟପକ୍ଷରେ ଐତିହ୍ୟ କରିଡର କାର୍ଯ୍ୟରେ ଏଏସ୍‌ଆଇର ନୀରବତାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି। ପୁରୀ ସହରର ବୁଦ୍ଧିଜୀବୀ, ଆଇନଜୀବୀ ଓ ଜନସାଧାରଣ ଏଏସ୍‌ଆଇର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ, ଏଭଳି ନିର୍ମାଣ କାର୍ଯ୍ୟ ପରେ ଶ୍ରୀମନ୍ଦିର ସୁରକ୍ଷିତ ରହିବ କି ନାହିଁ ଏବଂ ଏଏସ୍‌ଆଇ ଅନୁମତିରେ କାମ ହେଉଛି ନା ନାହିଁ, ସେନେଇ ଏଏସ୍‌ଆଇ ତୁରନ୍ତ ସ୍ପଷ୍ଟ କରିବା ଦରକାର ବୋଲି ପୁରୀ ଓକିଲ ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IMDର ବଡ଼ ସୂଚନା; ଦୁର୍ବଳ ହେଉଛି ଅକ୍ୱାନ୍‌, ଲ୍ୟାଣ୍ଡଫଲ ସମୟରେ…..

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଆସିଛି ନୂଆ ସୂଚନା। ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ…

ଜରଡ଼ା ଥାନା ପାତ୍ରପୁରରେ ଚାଞ୍ଚଲ୍ୟ: ରକ୍ତାକ୍ତ ଅବସ୍ଥାରେ ମିଳିଲା ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହରେ…

ପାତ୍ରପୁର,୧୮।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର…

କଳାହାଣ୍ଡିର ଗୌରବ: ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ଚିତ୍ରାଙ୍କନରେ ତୃତୀୟ ସ୍ଥାନ ଅଧିକାର କଲେ ଲଚନା ମାଝୀ

ଥୁଆମୂଳ ରାମପୁର,୧୮।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ମେଧାବୀ ଛାତ୍ରୀ ଲଚନା ମାଝୀ ରାଜ୍ୟସ୍ତରୀୟ ଶିଶୁ…

ମଶାଣି ବୁଲାଣି ପାଲଟିଲା ମୃତ୍ୟୁ ଯନ୍ତା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଯୁବ ଆଇନଜୀବୀ ମୃତ, ୨ ଗୁରୁତର

ଥୁଆମୂଳ ରାମପୁର,୧୮।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-ମହୁଲପାଟଣା ମୁଖ୍ୟ ରାସ୍ତାର କୋଷାବରା ଗ୍ରାମ ନିକଟସ୍ଥ ଗୋଦରାମସ୍କା ମଶାଣି ବୁଲାଣିଠାରେ ବୁଧବାର…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ବାତ୍ୟା ‘ଅକ୍ୱାନ’ ଭୟ: କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା,ଜାଣନ୍ତୁ…

ଭବାନୀପାଟଣା,୧୮।୧୧ (ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଗୁରୁବାର) କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

ଜିନ୍‌ପିଙ୍ଗ, ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ମୁକ୍ତ, ଅବାଧ ବାଣିଜ୍ୟକୁ ସମର୍ଥନ

ସେନ୍‌ଝେନ୍‌,୧୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ…

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?