ସ୍ତନକର୍କଟ ଓ ଦୁଗ୍ଧଜାତ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସକୁ ସ୍ତନକର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଲକ୍ଷାଧିକ ମହିଳା ସ୍ତନକର୍କଟରେ ପ୍ରାଣ ହରାନ୍ତି। ଏଥିରେ ମୋ ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୋର ଅନେକ ବନ୍ଧୁଙ୍କର ବି ଏହି ରୋଗ ଅଛି। କେତେଜଣ ସେମାନଙ୍କ ସ୍ତନ ବାହାର କରିଦେଇଛନ୍ତି ତ ଆଉ କେତେଜଣ କେମୋଥେରାପି ନେଇ ମୁଣ୍ଡର କେଶ ହରାଇଛନ୍ତି। ସ୍ତନକର୍କଟ ଆଉ ସେମିତି ଗୁପ୍ତରୋଗ ହୋଇ ରହିନାହିଁ ଯେ ଏହା ସମ୍ବନ୍ଧରେ କେହି କହି ନ ପାରିବେ। ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଅନୁସାରେ ସ୍ତନକର୍କଟ ମହିଳାଙ୍କ ମୃତ୍ୟୁର ଅନେକ କାରଣ ମଧ୍ୟରୁ ଗୋଟିଏ। ୨୦୧୬ରେ ଆମେରିକାରେ ୨,୪୫,୨୯୯ ଜଣ ମହିଳା ନୂତନଭାବେ ସ୍ତନକର୍କଟରେ ପୀଡିତ ହୋଇଥିଲେ ଓ ୪୧,୪୮୭ ଜଣଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ଭାରତରେ ଏହି ସଂଖ୍ୟା ଦଶଗୁଣ ଅଧିକ। ପ୍ରତି ୪ ଜଣ ପୀଡିତାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି ଏବଂ ଆମେ ଯେ କେହି ବି ଏହାର ଶିକାର ହୋଇପାରୁ।
ଅନେକ ଉପତ୍ାଦ ନିର୍ମାତା ଏହି ମାସ (ଅକ୍ଟୋବର)ରେ ସେମାନଙ୍କ ଉପତ୍ାଦ ଉପରେ ସ୍ତନ କର୍କଯର ସଚେତନତା ସୃଷ୍ଟି ପାଇଁ ପିଙ୍କ୍‌ ରିବନ ଲଗାନ୍ତି କିମ୍ବା ତାହାକୁ ପିଙ୍କ୍‌ କଲର୍‌ କରିବାରେ ଅର୍ଥ ଖର୍ଚ୍ଚ କରିଥାଆନ୍ତି। ଦୁର୍ଭାଗ୍ୟର କଥା, ଅନେକ ପ୍ରକାର ଖାଦ୍ୟ ଉପତ୍ାଦ ବାସ୍ତବରେ ସ୍ତନକର୍କଟ ଆଶଙ୍କା ବୃଦ୍ଧି କରିଥାନ୍ତି ଏବଂ ଉପତ୍ାଦନକାରୀମାନେ ଏ ସମ୍ପର୍କରେ ଅବଗତ ଥାଆନ୍ତି। ଏଣୁ ଏପରି ବୃଥା ସଚେତନତା ସୃଷ୍ଟିରେ ସେମାନେ ଭାଗନେବା ନିନ୍ଦନୀୟ। ଯେମିତି ଫୁସ୍‌ଫୁସ କ୍ୟାନ୍‌ସର ଗବେଷଣା ପାଇଁ ଫଣ୍ଡ୍‌ କଥା ସିଗାରେଟ କମ୍ପାନୀ କହୁଛି। ଚିକେନ୍‌ ଚର୍ବି ପାଇଁ କେଣ୍ଟୁକି ଫ୍ରାଏଡ ଚିକେନ୍‌ର ପିଙ୍କ୍‌ ବକେଟ ରହିଛି। ବାର୍‌ଗୁଡିକରେ ପିଙ୍କ୍‌ ମଦ ଓ କବାବ୍‌ କମ୍ପାନୀଗୁଡିକର ପିଙ୍କ୍‌ ରିବନ ରହିଛି। କିନ୍ତୁ ସବୁଠୁ ଖରାପ ହେଉଛି ଛେନା ବା ପନିର। ୧୨,୦୦୦ ଜଣ ଡାକ୍ତର ସଦସ୍ୟ ଥିବା ଦି ଫିଜିସିଆନ୍ସ କମିଟି ଫର୍‌ ରେସ୍‌ପନ୍ସିବଲ୍‌ ମେଡିସିନ ସଂସ୍ଥା ଡାଏରୀ ଚିଜ୍‌ ବା ପନିର୍‌ରେ ଥିବା ରିପ୍ରଡକ୍ଟିଭ ହର୍ମୋନ ସ୍ତନକର୍କଟ ମୃତ୍ୟୁହାର ବୃଦ୍ଧି କରିପାରେ ବୋଲି ମତ ଦେବା ସହ ପନିର୍‌ ଉପତ୍ାଦନକାରୀ କମ୍ପାନୀମାନେ ଉପତ୍ାଦ ଉପରେ ଲାବେଲ ଲଗାଇବା ପାଇଁ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ୍‌କୁ ନିର୍ଦ୍ଦେଶ ଦେବାକୁ ୩ ଅକ୍ଟୋବର ୨୦୧୯ରେ ନିର୍ଦ୍ଦେଶ ଦେଇଛି। କ୍ରାଫ୍ଟ, ଫିଲାଡେଲଫିଆ କ୍ରିମ୍‌ ଓ ମାକାରୋନି ଆଣ୍ଡ୍‌ ଚିଜ୍‌ କମ୍ପାନୀ ଉପତ୍ାଦ ଉପରେ ପିଙ୍କ୍‌ ରିବନ ଲଗାଉଛନ୍ତି। କିନ୍ତୁ ସେମାନେ ଏହା ସହ ଓ୍ବାନିର୍ର୍ିଂ ଲାବେଲ ଲଗାଇବା ଉଚିତ ବୋଲି କହିଛନ୍ତି ଫିଜିକ୍ସିଆନ କମିଟି ଅଧ୍ୟକ୍ଷ ତଥା ‘ଦି ଚିଜ୍‌ ଟ୍ରାପ୍‌ ଆଣ୍ଡ୍‌ ୟୋର୍‌ ବଡି ଇନ୍‌ ବାଲାନ୍ସ’ର ଲେଖକ ନିଲ୍‌ ବର୍ନାଡ। ଡାଏରୀ ଚିଜ୍‌ ଯୋଗୁ ସ୍ତନକର୍କଟଜନିତ ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ମହିଳାମାନଙ୍କୁ ଆମେ ସଚେତନ କରିବା ଦରକାର।
ଏଷ୍ଟ୍ରୋଜେନ୍‌ ସ୍ତନକର୍କଟର କାରଣ ବୋଲି କୁହାଯାଏ। ଗାଈଠାରେ ଥିବା ଏଷ୍ଟ୍ରୋଜେନ୍‌ ଦୁଗ୍ଧ ଜାତୀୟ ଉପତ୍ାଦଗୁଡିକରେ ଥାଏ। ଯେତେବେଳେ ଦୁଗ୍ଧରୁ ଛେନା ପ୍ରସ୍ତୁତ କରାଯାଏ ସେତେବେଳେ ଏଷ୍ଟ୍ରୋଜେନ୍‌ ପରିମାଣ ଆହୁରି ବଢିଯାଏ। ଏହି ଏଷ୍ଟ୍ରୋଜେନ ସ୍ତନକର୍କଟ ମୃତ୍ୟୁହାର ବୃଦ୍ଧି କରେ। କାନ୍‌, ଷ୍ଟେର୍ନଫିଲ୍ଡ, ଗୁଣ୍ଡର୍‌ସନ, କୋଟେସ୍‌, କ୍ୟୁସେନ୍‌ବେରି, ସ୍ଲାଟେରି ଦ୍ୱାରା ସ୍ତନକର୍କଟର ପ୍ରାଥମିିକ ସ୍ତରରୁ ବଞ୍ଚିଯାଇଥିବା ୨,୩୨୧ ଜଣଙ୍କ ଉପରେ ‘ଲାଇଫ୍‌ ଆଫ୍ଟର କ୍ୟାନ୍‌ସର ଏପିଡେମିଓଲୋଜି ଷ୍ଟଡି’ ନାମକ ଏକ ଅନୁଧ୍ୟାନ କରାଯାଇଥିଲା। ୧୩ ବର୍ଷ ଧରି ମହିଳାମାନଙ୍କ ଉପରେ କରାଯାଇଥିବା ଏହି ଅନୁଧ୍ୟାନରୁ ଜଣାପଡିିଥିଲା ଯେ, ଯେଉଁ ମହିଳାମାନଙ୍କଠାରେ ପୂର୍ବରୁ ସ୍ତନକର୍କଟ ଥିଲା ଓ ସେମାନେ ଦିନକୁ ଗୋଟିଏ ପ୍ଲେଟ୍‌ କିମ୍ବା ଏହାଠାରୁ ଅଧିକ ଚର୍ବିଯୁକ୍ତ ଦୁଗ୍ଧଜାତୀୟ ଉପତ୍ାଦ (ଛେନା, ଆଇସ୍‌କ୍ରିମ୍‌, କ୍ଷୀର) ଖାଉଥିଲେ ଦୈନିକ ଗୋଟିଏ କିମ୍ବା ଅଧା ପ୍ଲେଟ ଖାଉଥିବା ମହିଳାମାନଙ୍କ ତୁଳନାରେ ସେମାନଙ୍କର ସ୍ତନକର୍କଟରେ ମୃତ୍ୟୁ ଆଶଙ୍କା ୪୯ ପ୍ରତିଶତ ଅଧିକ ରହିଥିଲା। ଡାଏରୀ ପ୍ରଡକ୍ଟ ଉପତ୍ାଦ ମଧ୍ୟରେ ରହିଛି ଶସ୍ୟ ଓ କ୍ଷୀରମିଶ୍ରିତ ଖାଦ୍ୟ, କ୍ଷୀର, ମାଖନ, କ୍ରିମ୍‌, କଫି ଓ ଚା’ରେ ଥିବା କ୍ରିମର, ଛେନା, ଆଇସ୍‌କ୍ରିମ୍‌, ହାଲଓ୍ବା, କ୍ଷୀର ଓ ଅଣ୍ଡା ମିଶ୍ରିତ କେକ୍‌, କମ୍‌ କିମ୍ବା ଆଦୌ ଚର୍ବି ନ ଥିବା ଫ୍ରୋଜନ ଡେଜାର୍ଟସ୍‌ ଏବଂ ଦହି। ଯେଉଁମାନେ ଅଧିକ ଶାରୀରିକ ବ୍ୟାୟାମ କରୁଥିଲେ, କମ୍‌ ଆଲ୍‌କୋହଲ ପିଉଥିଲେ ଏବଂ ଧୂମପାନ କରୁ ନ ଥିଲେ, କିନ୍ତୁ ଅତ୍ୟଧିତ୍କ ଦୁଗ୍ଧଜାତୀୟ ଖାଦ୍ୟ ଖାଉଥିଲେ ସେମାନେ ମଧ୍ୟ ସ୍ତନକର୍କଟରେ ପୀଡିତ ହେବାର ଅଧିକ ଆଶଙ୍କା ରହିଥିଲା ବୋଲି ଏହି ଅନୁଧ୍ୟାନରୁ ମଧ୍ୟ ଜଣାପଡିଥିଲା। ଏଥିରେ ବୟସ, ଜାତି, ପରିବାରରେ ସ୍ତନ କର୍କଟର ଇତିହାସ, ରୋଗର ଭୟାବହତା, ଗର୍ଭଧାରଣର ବିଭିନ୍ନ ଚିକିତ୍ସା ଯଥା କେମୋ, ରାଡିଏଶନ, ଟାମୋକ୍ସିଫେନ୍‌, ଧୂମପାନ, ବ୍ୟାୟାମ, ମଦ, ଫ୍ୟାଟ୍‌ ଏବଂ ପୁଡ଼ିଂ ଆଦି ପ୍ରତ୍ୟେକକୁ ବିଚାରକୁ ନିଆଯାଇଥିଲା। ଶେଷରେ ସବୁ ଜିନିଷ ଉପରେ ଅନୁଧ୍ୟାନ କରାଯାଇ ନିର୍ଯ୍ୟାସ ମିଳିଥିଲା ଯେ, ଯେଉଁମାନେ ଉଚ୍ଚ ଚର୍ବିଯୁକ୍ତ ଦୁଗ୍ଧଜାତୀୟ ଉପତ୍ାଦ ଖାଉଥିଲେ ସେମାନଙ୍କର ସ୍ତନକର୍କଟରେ ମୃତ୍ୟୁ ଆଶଙ୍କା ଅଧିକ ରହିଥିଲା।
୨୦୧୭ରେ ମଧ୍ୟ ନ୍ୟାଶ୍‌ନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟର ଆର୍ଥିକ ପ୍ରୋତ୍ସାହନରେ କରାଯାଇଥିବା ଅନୁଧ୍ୟାନରେ ସ୍ତନକର୍କଟରେ ପୀଡିତ ଓ ଏଥିରେ ପୀଡିତ ନ ଥିବା ମହିଳାଙ୍କ ଖାଦ୍ୟ ମଧ୍ୟରେ ତୁଳନା କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, ଯେଉଁମାନେ ସବୁଠୁ ଅଧିକ ଛେନା ଖାଉଥିଲେ ସେମାନେ ଏହି କ୍ୟାନ୍‌ସରରେ ପୀଡିତ ହେବାର ୫୩ ପ୍ରତିଶତ ଅଧିକ ଆଶଙ୍କା ରହିଥିଲା। ଡାଏରୀ ଉପତ୍ାଦରେ ଥିବା ଇନ୍‌ସୁଲିନ ଲାଇକ ଗ୍ରୋଥ୍‌ ଫ୍ୟାକ୍ଟର (ଆଇଜିଏଫ୍‌-୧) ଭଳି ଉପାଦାନ ଏବଂ ଅନ୍ୟ ଗ୍ରୋଥ୍‌ ହର୍ମୋନ୍ସ କ୍ୟାନ୍‌ସର ପାଇଁ ଅଧିକ ବିପଦ ସୃଷ୍ଟି କରୁଥାଇପାରେ ବୋଲି ଗବେଷକମାନେ କୁହନ୍ତି।
ସ୍ତନକର୍କଟରୁ ମୁକ୍ତି ପାଇଥିବା ବ୍ୟକ୍ତି ଏବଂ କମ୍‌ ଓ ଉଚ୍ଚ ଚର୍ବିଯୁକ୍ତ ଡାଏରୀ ମଧ୍ୟରେ ଥିବା ସମ୍ପର୍କ ଜାଣିବା ଲାଗି ୨୦୧୩ରେ ଅନୁଧ୍ୟାନ କରାଯାଇଥିଲା। ନ୍ୟାଶ୍‌ନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟର ଆର୍ଥିକ ପ୍ରୋତ୍ସାହନରେ ଡ. କ୍ୟାଣ୍ଡିସ କ୍ରୋଏଙ୍କେଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ନ୍ୟାଶ୍‌ନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ ଜର୍ନାଲରେ ପ୍ରକାଶ ପାଇଥିଲା। ଉଚ୍ଚ ଚର୍ବିଯୁକ୍ତ ଡାଏରୀ ଉପତ୍ାଦ ଦିନକୁ ଅଧାପ୍ଲେଟ୍‌ ଖାଇବା ଦ୍ୱାରା ବି ଏହି ରୋଗରେ ମୃତ୍ୟୁ ଆଶଙ୍କା ବୃଦ୍ଧିପାଉଥିବା ଜଣାପଡିଥିଲା ଓ ଖାଇବା ବଢିଗଲେ ଏହି ବିପଦ ବୃଦ୍ଧିପାଇଥିବା ଲକ୍ଷ୍ୟ କରାଯାଇଥିଲା। ଡ. କ୍ରୋଏଙ୍କେଙ୍କ ଏହି ଅନୁଧ୍ୟାନର ସିଦ୍ଧାନ୍ତ ସ୍ପଷ୍ଟ କରେ ଯେ, ସ୍ତନକର୍କଟରୁ ମୁକ୍ତି ପାଇଥିବା ବ୍ୟକ୍ତି ଅଧିକ ଦିନ ବଞ୍ଚିବା ପାଇଁ ଉଚ୍ଚ ଚର୍ବିଯୁକ୍ତ ଦୁଗ୍ଧଜାତୀୟ ଉପତ୍ାଦ ଛାଡି କମ୍‌ ଚର୍ବିଯୁକ୍ତ ଦୁଗ୍ଧଜାତୀୟ ଉପତ୍ାଦ ଗ୍ରହଣ କରିବା ଉଚିତ। ସେମାନେ ଉଚ୍ଚ ଚର୍ବିଯୁକ୍ତ ଦୁଗ୍ଧଜାତୀୟ ଉପତ୍ାଦ ଖାଇବା କମାଇ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଓ ମିଲ୍କ ଖାଇବା ଆବଶ୍ୟକ। ଦୁଗ୍ଧଜାତୀୟ ଉପତ୍ାଦଗୁଡିକର ସମ୍ପର୍କ ପ୍ରୋଷ୍ଟେଟ, ଏଣ୍ଡୋମେଟ୍ରିୟମ୍‌ ଏବଂ ଓଭାରିଜ୍‌ ଓ ନନ୍‌ ହକିନ୍ସ ଲିମ୍ଫୋମା ଭଳି ହର୍ମୋନାଲ କ୍ୟାନ୍‌ସର ସହ ସମ୍ପର୍କ ରହିଛି। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ, ଇଟାଲୀ ଏବଂ ଗ୍ରୀସ୍‌ର ମହିଳାମାନଙ୍କୁ ନେଇ କରାଯାଇଥିବା ଦି ମେଲବୋର୍ନ କୋଲାବୋରେଟିଭ୍‌ କୋହର୍ଟ ଷ୍ଟଡିରୁ ଜାଣିବାକୁ ମିଳିଥିଲା ଯେ, ଡାଏରୀ ଫୁଡ୍‌ ସହ ଉଚ୍ଚସ୍ତରର ଏଷ୍ଟ୍ରାଡିଓଲ ଏବଂ ଫ୍ରି ଏଷ୍ଟ୍ରାଡିଓଲ ମଧ୍ୟରେ ସାଂଖି୍ୟକ ଦୃଷ୍ଟିକୋଣରୁ ଢେର ସମ୍ବନ୍ଧ ରହିଥିଲା। ଗବେଷକମାନେ ଅନୁମାନ କରିଥିଲେ ଯେ, ଏଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରୋନ୍‌ ସ୍ତର ବ୍ୟବସାୟିକ ଦୁଗ୍ଧଜାତୀୟ ଉପତ୍ାଦରେ ଅଧିକ ରହିଥିଲା। ଏହାର କାରଣ ହେଉଛି ପାଶ୍ଚାତ୍ୟ ଦେଶଗୁଡିକରେ ଅଧିକ ଏଷ୍ଟ୍ରୋଜେନ ସ୍ତର ରହିଥିବା ଗର୍ଭବତୀ ଗାଈମାନଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ଡାଏରୀ ଫୁଡ୍‌ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ।
ବିଶ୍ୱରେ କ୍ୟାନ୍‌ସର ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା। ସବୁ ପ୍ରକାର କ୍ୟାନ୍‌ସରର ୯୦ରୁ ୯୫ ପ୍ରତିଶତ ପରିବେଶରୁ କିମ୍ବା ଜୀବନଶୈଳୀରୁ ହିଁ ହେଉଛି। ସବୁ କ୍ୟାନ୍‌ସରର ୩୫ ପ୍ରତିଶତ ଖାଦ୍ୟ ଦ୍ୱାରା ହେବାର ଆଶଙ୍କା ରହିଛି। ସ୍ତନକର୍କଟ ହୋଇଥିବା ଜଣାପଡିଲା ପରେ ଆମେ ବଞ୍ଚିବା ପାଇଁ କ’ଣ କରିବା କିମ୍ବା ଏହା କେମିତି ଆମକୁ ନ ହବ ସେଥିପାଇଁ କ’ଣ କରିବା? ଉତ୍ତର ସମାନ, କେଉଁ ଡାକ୍ତରଙ୍କୁ ଆପଣ ପରାମର୍ଶ କରୁଛନ୍ତି ସେଥିରେ କିଛି ଯାଏ ଆସେ ନାହଁ, କିନ୍ତୁ ଉଦ୍ଭିଦଜାତ ଖାଦ୍ୟ, ଫଳ, ଉଷୁନା ଭାତ ଏବଂ ଓଟ୍ସ, ସୋୟାବିନ, ଡାଲିଜାତୀୟ ଖାଦ୍ୟ, ବ୍ୟାୟାମ, ସୀମିତ ଆଲ୍‌କୋହଲ ଏବଂ ସ୍ବାସ୍ଥ୍ୟ ଉପଯୋଗୀ ଓଜନ ଉପରେ ଲକ୍ଷ୍ୟ ରଖିବା ଆବଶ୍ୟକ। ଓଜନ ହ୍ରାସ କରିବା ସହ ଏହି ଉପାୟ ଏଷ୍ଟ୍ରୋଜେନ୍‌ ସ୍ତର କମାଇବ ଏବଂ ସମ୍ପୂର୍ଣ୍ଣ ପୁଷ୍ଟିକର ଆହାର ଯୋଗାଇବାରେ ସାହାଯ୍ୟ କରିବ। ଯେଉଁ ମହିଳାମାନେ ଅଧିକ ସୋୟାବିନ୍‌ ଖାଆନ୍ତି ସେମାନଙ୍କୁ ସ୍ତନକର୍କଟ ହେବାର ଆଶଙ୍କା ୩୦ ପ୍ରତିଶତ କମ୍‌ ରହିଥାଏ ବୋଲି ଅନୁଧ୍ୟାନରୁ ଜଣାପଡିିଛି। ସୋୟାରେ କ୍ୟାନ୍‌ସର ପ୍ରତିରୋଧକ ତତ୍ତ୍ୱ ରହିଛି। ବିଶେଷ କରି ହଟ୍‌ ଡଗ୍ସ, ବାକୋନ, ଲଞ୍ଚ ମିଟ୍ସ ଓ କବାବ୍‌ ଆଦି ପ୍ରକ୍ରିୟାକୃତ ମାଂସଠାରୁ ଦୂରେଇ ରୁହନ୍ତୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri