ସ୍କୁଲ୍‌ ଅଟୋକୁ ପିଟିଲା ପିକ୍‌ଅପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୭ା୧୨-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡଠାରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ସହ ଏକ ପିକ୍‌ ଭ୍ୟାନର ମୁହଁ।ମୁହିଁ ଧକ୍କା ହୋଇଛି। ଏଥିରେ ଅଟୋ ଚାଳକ ଓ ୬ଜଣ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚାଳକ ଓ ୨ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜଣେ ୯ମ ଶ୍ରେଣୀ ଛାତ୍ର ମନ୍ମଥ ବିଶୋୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଥିବା ପିକ୍‌ଅପ୍‌ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଚାଳକ ବାଲିଗୁଡାର ପ୍ରଦୀପ କୁମାର ମଲ୍ଲିକଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଷାଣ୍ମାସିକ ପରୀକ୍ଷା ଥିଲା। ସାରଙ୍ଗଗଡ ପଟୁ ଏକ ଅଟୋ(ଓଡି ୧୨ସି-୪୪୪୨)ରେ ୯ମ ଶ୍ରେଣୀ ଛାତ୍ରୀଛାତ୍ର ବସି ଦିଆଭଞ୍ଜ ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। ବନ୍ଧଗଡ ପାଖ ବୁଲାଣୀ ନିକଟରେ ଫୁଲବାଣୀ ପଟୁ
ସାରଙ୍ଗଗଡ ଅଭିମୂଖେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ (
ଓଡି ୧୨ଇ-୧୧୮୩)ଟି ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା। ନଂ.୧୧୨/୧୯ରେ ମାମଲା ରୁଜୁ
କରି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ: କିରନ-ଆବୀଗଲ ଟପ୍ପର

ରାଇକିଆ,୨୧/୫(ପ୍ରଦୀପ ବେହେରା): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ନିଜସ୍ବ ଗୃହକୁ ପ୍ରବେଶ କଲା ବଣିକ ସଙ୍ଘ: ସିମନବାଡ଼ିରେ ଗୃହ ପ୍ରତିଷ୍ଠା, ଉତ୍ସବ ସମ୍ପନ୍ନ

ଦାରିଙ୍ଗବାଡ଼ି,୧୫।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ମା’ ପାଟ୍ଟଖଣ୍ଡା ବଣିକ ସଙ୍ଘ ଶୁକ୍ରବାର ନିଜସ୍ବ ନୂତନ କୋଠାରେ ପ୍ରବେଶ କରିଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri