ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

କପ୍ତିପଦା,୩୦।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ୍‌ ପୋଡ଼ାଡିହା ବନଖଣ୍ଡ ଅଧୀନ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଶିମିଳିପାଳର ଜୈବବିବିଧତା, ସବୁଜିିମାପୂର୍ଣ୍ଣ ପରିବେଶ ଓ ଜଳପ୍ରପାତର ନିଆରା ଆକର୍ଷଣ ସବୁ ସମୟରେ ପର୍ଯ୍ୟଟକ, କବି, ଦାର୍ଶନିକ ଓ ପ୍ରକୃତିପ୍ରେମୀକୁ ଆକୃଷ୍ଟ କରିଆସୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିଲେ ବି ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ।
ମେଘାସନୀ ପର୍ବତମାଳାରେ ଅନେକ ସଙ୍କୀର୍ଣ୍ଣ ଉପତ୍ୟକା ସହିତ ଚିରସ୍ରୋତା ଝରଣା ପ୍ରବାହିତ ହେଉଛି। ଏହି ଝରଣାକୁ ନେଇ ସୃଷ୍ଟି ହୋଇଛି ବହୁ ମନୋରମ ଜଳପ୍ରପାତ। ସେଥିମଧ୍ୟରୁ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତ ଅନ୍ୟତମ। ଦୁର୍ଗମ ଇଲାକାରେ ଥିବା ଏହି ଜଳପ୍ରପାତ ନିକଟରେ ପହଞ୍ଚତ୍ବା ପାଇଁ କୌଣସି ରାସ୍ତା ସୁବିଧା ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା କହିଛନ୍ତି। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ପାଦଚଲା ରାସ୍ତାରେ ଚାଲି ଚାଲି ୫କିମିରୁ ଊର୍ଦ୍ଧ୍ୱ ରାସ୍ତା ପାର ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ପହଞ୍ଚିବାକୁ ସମର୍ଥ ହୋଇଥାନ୍ତି। ପାହାଡ଼ ଜଙ୍ଗଲ ମଧ୍ୟରେ ଥିବା ପାଦଚଲା ରାସ୍ତାରେ ଯାତାୟାତ ନିରାପଦ ନୁହେଁ । ଏହି ଜଳପ୍ରପାତ ନିକଟକୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ସରକାରଙ୍କ ରାଜସ୍ବ ବୃଦ୍ଧିରେ ସହାୟକ ହୁଅନ୍ତା ବୋଲି ଜେଏସ୍‌ ଜାମୁଡିହାର ପୂର୍ବତନ ସରପଞ୍ଚ ମୋହନ ଦାସ ପ୍ରକାଶ କରିଛନ୍ତି।
ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସ୍ଥାନୀୟ ଲୋକେ ସହାୟତା କରିବା ସହ ସେମାନେ ନିଜେ ରାସ୍ତା ସଫେଇ ଭଳି କାର୍ଯ୍ୟ କରିଆସୁଛନ୍ତି। ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ଉଚ୍ଚତା ପ୍ରାୟ ୨ଶହ ୫୦ରୁ ୩ଶହ ଫୁଟ ହେବ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନିମ୍ନକୁ ଝରିପଡୁଥିବା ଜଳର ଗୁରୁଗମ୍ଭୀର ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପାଣି ପଡୁଥିବା ସ୍ଥାନରେ ସ୍ବତନ୍ତ୍ର ଭାବେ ଏକ ଜଳକୁଣ୍ଡ ରହିଛି। ପୂର୍ବରୁ ମାଛମାନେ ଏହି ଜଳପ୍ରପାତର ନିମ୍ନସ୍ଥାନକୁ ଆସିପାରୁ ନ ଥିବାରୁ ଗୁମୁରି ଗୁମରି କାନ୍ଦୁଥିବା ଲୋକକଥା ରହିଛି। ତେଣୁ ଏହା ଲୋକମୁଖରେ ମାଛକାନ୍ଦଣା ନାମରେ ପରିଚିତ। ସେହିପରି ଚିଙ୍ଗୁଡ଼ିର ଗୋଡ଼ ସଦୃଶ ପାଣିର ସରୁ ସରୁ ଧାର ବାହାରୁ ଥିବାରୁ ଏହାକୁ ଚିଙ୍ଗୁଡିଆ ଜଳପ୍ରପାତ କୁହାଯାଇଥାଏ। ଏହି ସବୁ ଜଳପ୍ରପାତ ନିକଟରେ ବଡ଼ ମାଛକାନ୍ଦଣା, ସାନ ମାଛକାନ୍ଦଣା ଭଳି ଆଉ କେତେକ ଜଳପ୍ରପାତ ରହିଛି। ଏଥିରୁ ନିର୍ଗତ ଜଳକୁ ନେଇ କୁଶଭଦ୍ରା ନଦୀର ସୃଷ୍ଟି ହୋଇଥିବା କୁହାଯାଏ । ପୌରାଣିକ କୀର୍ତ୍ତିପୀଠ ଶମୀବୃକ୍ଷ କଡ଼ଦେଇ କାଳବନ୍ଧରେ ଏହାର ଜଳରାଶି ମିଶି ପରିବେଶର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ପ୍ରତିବର୍ଷ ଅକ୍ଟୋବରରୁ ଜାନୁୟରୀ ଶେଷ ପଯର୍‌ୟନ୍ତ ଏହି ସ୍ଥାନଗୁଡିକୁ ଅନେକ ଲୋକ ବଣଭୋଜି କରିବାକୁ ଆସିଥାନ୍ତି। ପୂର୍ବରୁ ବନଖଣ୍ଡ ଦାୟିତ୍ୱରେ ଥିବା କେତେକ ଅଧିକାରୀ ଜଳପ୍ରପାତକୁ ରାସ୍ତା ନିର୍ମାଣ ଲାଗି ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ଜଙ୍ଗଲ ବିଭାଗର ନିୟମକାନୁନକୁ ଦୃଷ୍ଟିର ରଖି ଯାହା କିଛି ପଦକ୍ଷେପ ନେବା ସମ୍ଭବ। ଏ ସମ୍ପର୍କରେ ସେ ଜିଲାପାଳ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri