ସୋସିଆଲ ମିଡିଆରେ ଆକ୍ଟିଭ୍‌ ନୋରା

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ଘରେ ରହି ବଲିଉଡ୍‌ର ଡାନ୍ସିଂ କୁଇନ୍‌ ନୋରା ଫତେହି ସୋସିଆଲ୍‌ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ ବିଭିନ୍ନ ଡାନ୍ସ ଭିଡିଓ ଏଥିରେ ଶେୟାର କରିବାରେ ବ୍ୟସ୍ତ। ନୋରା ଟିକ୍‌ଟକ୍‌ରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନୋରାଙ୍କ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଦୁଃଖ ବିଷୟରେ କହିଛନ୍ତି। ଟିକ୍‌ଟକ୍‌ ଭିଡିଓରେ କେତେକ ଯୁବତୀ ବୟଫ୍ରେଣ୍ଡ୍‌ଙ୍କ ସହ ମଜା କରିବା ଓ ଆଇ ଲାଇକ୍‌ ହିମ୍‌ ବୋଲି କହିବା ତାଙ୍କୁ ପସନ୍ଦ ଆସିନି। କାରଣ ଯୁବତୀମାନେ ଏଭଳି କହି ପଡ଼ିଶା ଘର ପୁଅଙ୍କୁ ଶେଷରେ ବାହାହେବା ସେ ଦେଖିଛନ୍ତି। ବୟଫ୍ରେଣ୍ଡ କରିବାର ସାହାସ ନାହିଁ ତ ଏଭଳି କାହିଁକି ହଉଛ ବୋଲି ସେ ସମାଲୋଚନା କରି କହିଛନ୍ତି। ଏଭଳି କହିବା ପରେ ନୋରା ମୁଁ ବି ତୁମଭଳି ଜଣେ ବୋଲି କହିବାକୁ ଭୁଲିନାହାନ୍ତି। ତୁମଭଳି ମୁଁ ମଧ୍ୟ ଏଭଳି ଭିଡିଓ କରିବାରେ ବ୍ୟସ୍ତ ରହୁଛି। ଯେତେ ଫିଲ୍ମ କଲେ ବି ଏଥିରୁ ବାଦ୍‌ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ନୋରାଙ୍କ ଏହି ଭିଡିଓ ୧୫ ଲକ୍ଷରୁ ଅଧିକ ଲାଇକ୍‌ ପାଇସାରିଲାଣି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହାକୁ ପସନ୍ଦ କରି ରିଟୁଇଟ୍‌ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ନିଜ ଫ୍ୟାନ୍‌ମାନଙ୍କ ସହ ମିଶିବାର ଅନ୍ୟ ଉପାୟ ନ ଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସୁଯୋଗକୁ ହାତଛଡ଼ା ନ କରି କାମରେ ଲଗାଇବା ଦରକାର ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

ଫିଲ୍ମରେ ଅଭିନୟ କରୁଥିଲେ ଫେରାର କଏଦୀ: ୧୨ ବର୍ଷ ପରେ…

ଅହମ୍ମଦାବାଦ, ୨୨/୫ (ପି.ଟି.):ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri