ସେବା ଆଳରେ ଶୋଷଣ

ଶିଶୁ ଅଧିକାର ଆଇନକୁ କଡ଼ାକଡ଼ି କରାଯାଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ସୁନ୍ଦରଗଡ଼ ଜିଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହାୟତାରେ ପରିଚାଳିତ ହେଉଥିବା ଅଧିକାଂଶ ଶିଶୁଯତ୍ନ ଅନୁଷ୍ଠାନରେ ଶିଶୁମାନେ ଅସୁରକ୍ଷିତ ରହୁଥିବା ଅଭିଯୋଗ ହୋଇଛି। ଜିଲାରେ ୧୬ଟି ଶିଶୁ ଯତ୍ନ ଅନୁଷ୍ଠାନ ରହିଛି। ବିଭିନ୍ନ ସ୍ଥାନରୁ ଉଦ୍ଧାର ଶିଶୁ, ନାବାଳିକା, ନାବାଳକମାନଙ୍କୁ ସେଠାରେ ରଖାଯାଇଛି। ସରକାରଙ୍କ ତରଫରୁ ସେମାନଙ୍କ ଖାଦ୍ୟ,ପାନୀୟ ବ୍ୟବସ୍ଥା କରାଯିବା ସହିତ ପାଠପଢ଼ା ପାଇଁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଉଛି। ଏହି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟରୁ ୧୪ଟି ବିଭିନ୍ନ ସାମାଜିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି। ଏହି ସବୁ ଅନୁଷ୍ଠାନରେ ଶିଶୁ ସୁରକ୍ଷା ଆଇନ୍‌ ଅନୁଯାୟୀ ସୁବିଧା, ସୁଯୋଗ ନାହିଁ। ପରିଚାଳନା ଦାୟିତ୍ୱରେ ଥିବା ଉପରୋକ୍ତ ଅନୁଷ୍ଠାନର କର୍ମକର୍ତ୍ତା ସେବା ଆଳରେ ପିଲାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏପରି କି ପିଲାମାନଙ୍କ ପାଇଁ ଆସୁଥିବା ଅନୁଦାନକୁ ହରିଲୁଟ କରାଯାଉଛି। ଏହାକୁ ଅର୍ଥ ରୋଜଗାରର ଏକ ଉତ୍ତମ ମାଧ୍ୟମ ବୋଲି କର୍ମକର୍ତ୍ତାମାନେ ଧରି ନେଇଛନ୍ତି। ଉପଯୁକ୍ତ ତଦାରଖ ଅଭାବ ହେଉ କିମ୍ବା ପରିଚାଳନା ଦାୟିତ୍ୱରେ ଥିବା ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଚାପରେ ଉପରୋକ୍ତ ଅନୁଷ୍ଠାନଗୁଡିକ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲୁଛି। ନିକଟରେ ଜିଲା ପ୍ରଶାସନର ତଦାରଖ କମିଟି ସେହି ଭଳି ଏକ ଅନୁଷ୍ଠାନ ପରିଦର୍ଶନ କରିଥିଲା। ସେତେବେଳେ ନାନା ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା। ପରେ ସେହି ଅନୁଷ୍ଠାନରେ ଥିବା ୭ଜଣ ଶିଶୁଙ୍କୁ ଅନ୍ୟ ଏକ ଶିଶୁ ଯତ୍ନକାରୀ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ଏପରି କି ଆଉ କେତେକ ଅନୁଷ୍ଠାନକୁ କେତେଜଣ ସରକାରୀ କର୍ମଚାରୀ ପରିଚାଳନା କରୁଛନ୍ତି ବୋଲି ଜଣାପଡିଛି। ପରିଚାଳନା କମିଟିରେ ସେମାନଙ୍କ ପରିବାର ଓ ସମ୍ପର୍କୀୟ ଲୋକଙ୍କୁ ରଖାଯାଇଛି। ଏହାଦ୍ୱାରା ଆସୁଥିବା ସରକାରୀ ଅର୍ଥକୁ ଆତ୍ମସାତ କରିବାକୁ ସୁବିଧା ହେଉଛି। ଅବ୍ୟବସ୍ଥାକୁ ଲୁଚାଇବା ପାଇଁ ଏହି ସାମାଜିକ ଅନୁଷ୍ଠାନଗୁଡିକ ପ୍ରଶାସନ ଉପରେ ନାନା ଚାପ ପକାଇବାକୁ ମଧ୍ୟ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ଉପରୋକ୍ତ ଅନୁଷ୍ଠାନରେ ରଖାଯାଇଥିବା ଶିଶୁମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି। କେତେକ ଅନୁଷ୍ଠାନରେ ଶିଶୁମାନଙ୍କୁ ଘରୋଇ କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଉଛି। ଏଣୁ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?