ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହେବେ ହରପାର୍ବତୀ

କଟକ ରୋଡ,୨୩।୯(ଡି.ଏନ୍‌.ଏ.) : ଶାରଦୀୟ ଦୁର୍ଗାପୂଜା ସମୟରେ ରାଜଧାନୀର ବଡ଼ଗଡ଼ସ୍ଥିତ ନେତାଜୀ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ହରପାର୍ବତୀ ପୂଜା ଚଳିତଥର ୪୩ବର୍ଷରେ ପହଞ୍ଚିଛି। ହରପାର୍ବତୀଙ୍କ ସହ କାର୍ତ୍ତିକ, ଗଣେଶ ଓ ପାର୍ଶ୍ୱ ଦେବଦେବୀ ସୁନା ଓ ଚାନ୍ଦି ଅଳଙ୍କାରରେ ସଜେଇ ହେବେ। ଏହା ମୁଖ୍ୟ ଆକର୍ଷଣ ହେବ ବୋଲି ଯୁବକ ସଂଘ କର୍ମକର୍ତ୍ତା କହିଛନ୍ତି। ୭୫ଫୁଟ ଉଚ୍ଚତା ସହ ୫୫ଫୁଟ ଓସାରର ଏକ ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି। ୬ଟି ଏଲଇଡି ଲାଇଟ ମାଧ୍ୟମରେ ବିଭିନ୍ନ କଥାବସ୍ତୁ ସ୍ଥାନ ପାଇବ। ଚଳିତବର୍ଷ ପୂଜା ବଜେଟ ୧୫ଲକ୍ଷ ଟଙ୍କା ରଖାଯାଇଥିବା ସଂଘ କୋଷାଧ୍ୟକ୍ଷ ଦୀପକ କୁମାର ବେହେରା କହିଛନ୍ତି। ଷଷ୍ଠୀଠାରୁ ଦଶମୀ ତିଥି ମଧ୍ୟରେ ବିଭିନ୍ନ ପ୍ରସାଦ ଦେବଦେବୀଙ୍କ ନିକଟରେ ଲାଗି ହେବ। ଅଷ୍ଟମୀ ଓ ନବମୀ ତିଥିରେ ଦହି ପଖାଳ ଶ୍ରଦ୍ଧାଳୁଙ୍କୁ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମଣ୍ଡପ ପରିସରରେ ୪ ସିସି କ୍ୟାମେରା ଖଞ୍ଜାଯିବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ କଳାହାଣ୍ଡି ଅଞ୍ଚଳର ପାରମ୍ପରିକ ବାଦ୍ୟକାରଙ୍କୁ ନେଇ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ଚଳିତବର୍ଷ ପୂଜା ମଣ୍ଡପରେ ଅନେକ ସଚେତନତା ବାର୍ତ୍ତା କର୍ମକର୍ତ୍ତା ବାଣ୍ଟିବେ। ମଣ୍ଡପ ପରିସରରେ ପ୍ଲାଷ୍ଟିକ ମୁକ୍ତ ହେବା ପାଇଁ ସଂଘ କର୍ମକର୍ତ୍ତା ଯତ୍ନବାନ ରହିବେ। ଏଥି ସହ ଏହାର ପ୍ରସାର ପ୍ରଚାର ପାଇଁ ମଧ୍ୟ ଯୋଜନା ହାତକୁ ନିଆଯାଉଛି।
ସନ୍ତୋଷ କୁମାର ସିଂହ (ସଭାପତି)
ଡିଜେ ଉପରେ କମିଶନରେଟ ପୋଲିସ ଜାରି କରିଥିବା କଟକଣାକୁ ନେତାଜୀ ଯୁବକ ସଂଘ ସମର୍ଥନ କରୁଛି। ଏଥର ପାରମ୍ପରିକ ବାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ଚାଲିଥିବା ପୂଜା ଶାନ୍ତିଶୃଙ୍ଖଳାରେ ଚାଲିଛି।
ବୃନ୍ଦାବନ ଦାସ (ସମ୍ପାଦକ)


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?