ସିମେଣ୍ଟ ଫ୍ୟାକ୍ଟ୍ରିକୁ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟ ବିକିବ ବିଏମ୍‌ସି

ଭୁବନେଶ୍ୱର, ୨୨ା୧୦:ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ପରେ ସବୁ ଠିକା ସଂସ୍ଥାକୁ ସଫେଇ କରିବା ନେଇ ତାଗିଦ୍‌, ଆଉ ଏବେ ଆରମ୍ଭ ହେବାକୁ ଯାଉଛି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି (ଏମ୍‌ଆର୍‌ଏଫ୍‌) ସେଣ୍ଟର। ଏଥିରେ ଶୁଖିଲା ବର୍ଜ୍ୟକୁ କମ୍ପୋଷ୍ଟ କରାଯିବ ଓ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଅଲଗା କରାଯିବ। ପରେ ଏହି ଶୁଖିଲା ପ୍ଲାଷ୍ଟିକ ବର୍ଜ୍ୟକୁ ରାଜ୍ୟରେ ଥିବା ସିମେଣ୍ଟ ଫ୍ୟାକ୍ଟ୍ରିଗୁଡ଼ିକୁ ବିକ୍ରି କରାଯିବ ବୋଲି ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର କହିଛନ୍ତି।
ତାଙ୍କ ସୂଚନାନୁସାରେ, ଏମ୍‌ଆର୍‌ଏଫ୍‌ ସେଣ୍ଟର ପାଇଁ ସହରରେ ୧୦ ସ୍ଥାନ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ଗୋଟିଏ ସେଣ୍ଟର କାମ ଟିଟିଏସ୍‌ ପଦ୍ଧତିରେ ଆରମ୍ଭ ହୋଇସାରିଥିବାବେଳେ ଅନ୍ୟ ୯ଟି ପାଇଁ ସପ୍ତାହ ମଧ୍ୟରେ ଟେଣ୍ଡର କରାଯିବ। ପ୍ରତି ସ୍ଥାନରେ ୫ ଟନ୍‌ର ମେଶିନ ୟୁଏନ୍‌ଡିପି ଦ୍ୱାରା ବସାଯିବ ଓ କୋର ଗ୍ରୁପ୍‌ ଏନ୍‌ଜିଓ ଦ୍ୱାରା ଏହା ପରିଚାଳିତ ହେବ। ଏହା କାର୍ଯ୍ୟକ୍ଷମ ହେବାପରେ ବାହାରୁଥିବା ପ୍ଲାଷ୍ଟିକକୁ ଭୁବନେଶ୍ୱର ନିକଟରେ ଥିବା ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିକ୍ରି କରାଯିବ। ଏଥିପାଇଁ ଓ୍ବାର୍ଡ ନଂ. ୩୬, ୪୪, ୫୬, ୬୭, ୬୨, ୫୦, ୬୫, ୧୬ରେ ଗୋଟିଏ ଲେଖାଏ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ଓ୍ବାର୍ଡ ନଂ.୧୧ ଅସ୍ଥାୟୀ ଟ୍ରାଞ୍ଜିଟ୍‌ ଷ୍ଟେଶନ୍‌ ନିକଟରେ ଦୁଇଟି ସେଣ୍ଟରର ନିର୍ମାଣ ହେବ। ଘରୁ ସଂଗୃହୀତ କେବଳ ଶୁଖିଲା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଏମ୍‌ଆର୍‌ଏଫ୍‌ ସେଣ୍ଟରକୁ ଅଣାଯିବ। ପ୍ଲାଷ୍ଟିକ୍‌ ବ୍ୟତୀତ ଅନ୍ୟ ଶୁଖିଲା ବର୍ଜ୍ୟକୁ ସଂଗ୍ରହକାରୀମାନେ ବାହାରେ ବିକ୍ରି କରି ପଇସା ପାଇପାରିବେ ବୋଲି ଇଞ୍ଜିନିୟର ମହାପାତ୍ର କହିଛନ୍ତି। ପରିମଳ ଅଧିକାରୀ ତଥା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଏମ୍‌ଆର୍‌ଏଫ୍‌କୁ ଏମ୍‌ସିସି ସହ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଚେଷ୍ଟା କରୁଛି। ବର୍ଜ୍ୟ ସଂଗ୍ରହ ପାଇଁ ଜରିଗୋଟାଳିଙ୍କ ସହ ଆଲୋଚନା ହୋଇଛି। ପ୍ଲାଷ୍ଟିକ ବର୍ଜ୍ୟକୁ ଅଲଗା କରି ବିଏମ୍‌ସିକୁ କିଲୋ ପିଛା ୧୮ ଟଙ୍କାରେ ବିକ୍ରି କରିବେ। ଏମ୍‌ଆର୍‌ଏଫ୍‌ରେ କାର୍ଯ୍ୟ କରିବା ପାଇଁ ଜରିଗୋଟାଳିଙ୍କୁ ବଛାଯାଇ ବିଭିନ୍ନ ଗ୍ରୁପ୍‌ କରାଯାଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସି ଗତ ୩ବର୍ଷ ହେବ ବହୁ ପଛରେ ରହୁଛି। ସହରକୁ ସ୍ବଚ୍ଛତାରେ ଆଗକୁ ରଖିବା ଉଦ୍ଦେଶ୍ୟରେ ଏହି ପରିମଳଭିତ୍ତିକ ଯୋଜନା କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଚିନ୍ତା କରିଛି। ଏଥିପାଇଁ ସହରବାସୀଙ୍କ ସହଯୋଗ ଲୋଡ଼ିଛି ବିଏମ୍‌ସି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri