ସିପିଏସ୍‌ ମହୁଡ଼ା ଦୁର୍ନୀତିର ତଦନ୍ତ ଦାବି

ବ୍ରହ୍ମପୁର ଅଫିସ୍‌,୧୮ା୫-କଲେଜ ଅଫ୍‌ ଫାର୍ମାସିୟୁଟିକାଲ୍‌ ସାଇନ୍ସ(ସିପିଏସ୍‌) ମହୁଡ଼ାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଶୁକ୍ରବାର ବିଭିନ୍ନ ସଂଗଠନ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦୁର୍ନୀତିର ତଦନ୍ତ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲା ବିକାଶ ମଞ୍ଚ, ଇଣ୍ଡିଆନ୍‌ ସିଟିଜେନ୍ସ ଆକ୍ସନ ଫର୍‌ ନେଶନ୍‌, ଭାରତ ବିକାଶ ପରିଷଦ, ସଂସ୍କାରବାଦୀ ଏବଂ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏହି ଦାବି କରାଯାଇଛି ।
ସଂଗଠନଗୁଡ଼ିକର ଅଭିଯୋଗ ଅନୁଯାୟୀ, ୧୯୭୯ରେ ସ୍ବର୍ଗତ ବୃନ୍ଦାବନ ନାୟକ, ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ଏବଂ ଗଞ୍ଜାମ ଫୁଲବାଣୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ୍‌ର କିଛି ସଭ୍ୟଙ୍କ ଉଦ୍ୟମରେ ରାଜ୍ୟର ଏହି ପ୍ରଥମ ଫର୍ମାସୀ କଲେଜ ପ୍ରତିଷ୍ଠା ହୋଇଥିଲା । ହେଲେ ପ୍ରତିଷ୍ଠା ପରଠୁ କଲେଜର କୌଣସି ସରକାରୀ ଅଡିଟ୍‌ ହୋଇନାହିଁ । ସଂପ୍ରତି କଲେଜ ସଂପୂର୍ଣ୍ଣ ଭାବେ ଦୁର୍ନୀତିରେ ବୁଡ଼ିରହିଛି। ତେଣୁ ୧୯୭୯ରୁ ୨୦୧୯ ପର୍ଯ୍ୟନ୍ତ ଆଦାୟ ହୋଇଥିବା ଟିଉଶନ୍‌ ଫି’ର ଅଡିଟ୍‌, କଲେଜ ଅଧ୍ୟକ୍ଷଙ୍କୁ ବହିଷ୍କାର, ୨୦୦୬ରେ ପାଳିତ ହୋଇଥିବା ରୌପ୍ୟ ଜୟନ୍ତୀର ଅଡିଟ୍‌, କଲେଜ ପରିଚାଳନା କମିଟିକୁ ଭାଙ୍ଗି ସରକାର ନିଜ ଅଧୀନକୁ ନେବା, ଛାତ୍ରାବାସର ଜମିପଟ୍ଟାର ତଦନ୍ତ ସହ ମୋଟ ୧୧ ଦୁର୍ନୀତିର ତଦନ୍ତ ଦାବି କରାଯାଇଛି। ବାରମ୍ବାର ପ୍ରଶାସନକୁ ଏ ନେଇ ଅବଗତ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶିବ ପ୍ରସାଦ ମିଶ୍ର, ପ୍ରଦୀପ ଚନ୍ଦ୍ର ଦାଶ, ପାପୁଚରଣ ସାହୁ, ମଧସୂଦନ ସେଠୀ, କୁଶ ବେହେରା, ବିଜୟ ଚନ୍ଦ୍ର ବିଷୋୟୀ, ରମେଶ ଚନ୍ଦ୍ର ସାହୁ, ରଜନୀକାନ୍ତ ମଣ୍ଡଳ, ନିରଞ୍ଜନ ଦାଶ, ମାଗୁଣୀ ନାହାକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ତ୍ରିନାଥ ମହାରଣା, ଅବନୀ କୁମାର ଗୟା, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri