Posted inଖେଳ

ସିନ୍ଧୁଙ୍କ ବିଜୟ ଆରମ୍ଭ: ସାଇନା ଆଉଟ୍‌

ହଂକଂ,୧୩।୧୧(ଏଏଫ୍‌ପି)-
ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ବିଜୟ ସହ ହଂକଂ ଓପନରେ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଭେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ସାଇନା ନେହ୍ବାଲ ଓ ସମୀର ବର୍ମା ବିଫଳ ହୋଇଛନ୍ତି। ଗତ କିଛି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିବା ୬ଷ୍ଠ ସିଡ୍‌ ସିନ୍ଧୁ ୨୧-୧୫, ୨୧-୧୬ ଗେମ୍‌ରେ କୋରିଆର କିମ୍‌ ଗା ଉନଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ଭେଟିବେ। ଅନ୍ୟ ଏକ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ୮ମ ସିଡ୍‌ ସାଇନା ୧୩-୨୧, ୨୦-୨୨ ଗେମ୍‌ରେ ଚାଇନାର କାଇ ୟାନ ୟାନଙ୍କଠାରୁ ହାରି ଯାଇଛନ୍ତି। ବିଶ୍ୱର ୧୬ତମ ର଼୍ୟାଙ୍କ ସମୀରଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଛି। ଚାଇନିଜ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇ ୨୧-୧୧, ୧୩-୨୧, ୨୧-୮ ଗେମ୍‌ରେ ସମୀରଙ୍କୁ ହରାଇ ଦେଇଛନ୍ତି। ସାଇନା ଓ ସମୀର ଆସନ୍ତା ସପ୍ତାହରେ ଗ୍ବାଙ୍ଗଜୁ କୋରିଆ ମାଷ୍ଟର୍ସ ସୁପର ୩୦୦ ଟୁର୍ନାମେଣ୍ଟରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

କଳାହାଣ୍ଡି ଜଳସେଚନ ବିଭାଗ: ଜାଲ୍‌ ଦସ୍ତଖତ କରି ଟେଣ୍ଡର ଫିକ୍ସିଂ ଅଭିଯୋଗ, ଫୋରେନ୍‌ସିକ ଯାଞ୍ଚ ଦାବିକଲା…

ଭବାନୀପାଟଣା,୧୫।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ମେଗା ଟେଣ୍ଡରକୁ ନେଇ ଆସିଛି ସଙ୍ଗିନ ଅଭିଯୋଗ। ଜଣେ ଠିକାଦାରଙ୍କ ନାମରେ ଜାଲ୍‌…

ଭୟଙ୍କର ରୂପ ନେଲା ଯୁଦ୍ଧ: ୟୁକ୍ରେନ ଉପରେ ୩ହଜାର କେଜିର ବୋମା ମାଡ଼, ସାରା ବିଶ୍ୱ ସ୍ତବ୍ଧ

ରୁଷିଆ,୧୫।୭: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅନ୍ତର୍ଗତ ଓରିଖୋଭ ସହର ଉପରେ…

୫୦୦୦ ଟଙ୍କା ପାଇଁ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ପଡ଼ୋଶୀ

ପାଟନ୍‌,୧୫।୭: ମାତ୍ର ୫୦୦୦ଟଙ୍କା ଋଣ କାରବାରକୁ କେନ୍ଦ୍ରକରି ଗୁଜରାଟର ପାଟନ୍‌ ଜିଲାରେ ପିଙ୍କିବେନ ପଟନୀ(୩୫) ନାମକ ଜଣେ ବିଧବା ମହିଳାଙ୍କୁ ପଡ଼ୋଶୀ ବାବୁଭାଇ ରାବଲ୍‌ ପେଟ୍ରୋଲ ଢାଳି…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri