Posted inଖେଳ

ସିନ୍ଧୁ ‘ଆଇ ଆମ୍‌ ବ୍ୟାଡମିଣ୍ଟନ’ ଅଭିଯାନର ଆମ୍ବାସାଡର

ନୂଆଦିଲ୍ଲୀ,୨୨।୪ (ପି.ଟି.): ବିଶ୍ୱ ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ‘ଆଇ ଆମ ବ୍ୟାଡମିଣ୍ଟନ’ ସଚେତନତା ଅଭିଯାନ ଆରମ୍ଭ କରିଛି। ବିଡବ୍ଳ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ଏହି ଅଭିଯାନର ଅନ୍ୟତମ ଆମ୍ପାସାଡର ନିଯୁକ୍ତ କରିଛି।
ଏହି ଅଭିଯାନ ମାଧ୍ୟମରେ ଖେଳାଳିମାନେ ବ୍ୟାଡିମିଣ୍ଟନ ପ୍ରତିଥିବା ସେମାନଙ୍କର ଭଲପାଇବା ଓ ସମ୍ମାନ ପ୍ରଦର୍ଶନ କରିପାରିବେ। ଖେଳାଳିମାନେ ସାଧୁତାର ସହ ଖେଳିବାକୁ ଅନ୍ୟମାନଙ୍କୁ ଏହି ଅଭିଯାନ ଦ୍ୱାରା ପ୍ରବର୍ତ୍ତାଇ ପାରିବେ। ଯେ କୌଣସି କ୍ରୀଡ଼ାରେ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି ସିନ୍ଧୁ କହିଛନ୍ତି। ଆମ୍ବାସାଡର ହିସାବରେ ଏହି ବିଷୟକୁ ଆମେ ହାଇଲାଇଟ୍‌ କରିପାରିଲେ ଏହା ଦ୍ୱାରା ଅଧିକରୁ ଅଧିକ ଖେଳାଳି ସକାରାତ୍ମକ ଭାବେ ପ୍ରଭାବିତ ହେବେ ବୋଲି ୨୪ ବର୍ଷୀୟ ସିନ୍ଧୁ କହିଛନ୍ତି। ଜଣେ ଖେଳାଳି ନିଜ ପାଇଁ ଖେଳିଥାଏ। ତେଣୁ ଏଥିରେ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ କହିଛନ୍ତି।
ସିନ୍ଧୁଙ୍କୁ ବାଦ୍‌ଦେଲେ ଏହି ଅଭିଯାନରେ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ କାନାଡାର ମିଲେଲେ ଲି, ଦୁଇ ଚାଇନା ଖେଳାଳି ଝେଙ୍ଗ୍‌ ସି ଓ୍ବେଇ, ହୁଆଙ୍ଗ୍‌ ୟା କ୍ୱିୟଙ୍ଗ୍‌, ଇଂଲଣ୍ଡର ଜ୍ୟାକ ଶେଫାର୍ଡ, ଜର୍ମାନୀର ଭାଲେସ୍କା ନୋବ୍ଲାଉଚ୍‌, ହଂକଂର ଚାନ୍‌ ହୋ ୟୁଏନ ଓ ଜର୍ମାନୀର ମାର୍କ ଜ୍ୱିବ୍ଲେର। ଏହି ଅଭିଯାନ ଦ୍ୱାରା ଖେଳାଳିମାନଙ୍କୁ ସଚେତନ କରିହେବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।
୨୦୧୬ରୁ ଯେଉଁ ଖେଳାଳିମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ ସେମାନେ ହେଲେ ଭାରତର ସାଇନା ନେହ୍ବାଲ, ଭିକ୍ଟର ଆକ୍ସେଲସେନ, ହେଣ୍ଡ୍ରା ସେଟିଓ୍ବାନ, କ୍ରିଷ୍ଟିନା ପେଡେରସନ, ଚେନ୍‌ ଲଙ୍ଗ୍‌, ମିସାକି ମାସୁଟୋମୋ ଓ ଅକାୟା ଟାକାହାସି। କ୍ରୀଡ଼ାରେ ମ୍ୟାଚ୍‌ ଫିକ୍ସିଂ, ମ୍ୟାଚ୍‌ ଫଳାଫଳକୁ ନିୟନ୍ତ୍ରଣ କରିବା ଡୋପିଂ କଳଙ୍କ ସଦୃଶ। ତେଣୁ ବ୍ୟାଡମିଣ୍ଟନକୁ ଏହି କଳଙ୍କରୁ ଦୂରେଇ ରଖିବା ଜରୁରୀ ଓ ଏଥିରେ ‘ଆଇ ଆମ ବ୍ୟାଡମିଣ୍ଟନ’ ଅଭିଯାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri