Posted inଖେଳ

ସିନ୍ଧୁ ‘ଆଇ ଆମ୍‌ ବ୍ୟାଡମିଣ୍ଟନ’ ଅଭିଯାନର ଆମ୍ବାସାଡର

ନୂଆଦିଲ୍ଲୀ,୨୨।୪ (ପି.ଟି.): ବିଶ୍ୱ ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ‘ଆଇ ଆମ ବ୍ୟାଡମିଣ୍ଟନ’ ସଚେତନତା ଅଭିଯାନ ଆରମ୍ଭ କରିଛି। ବିଡବ୍ଳ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ଏହି ଅଭିଯାନର ଅନ୍ୟତମ ଆମ୍ପାସାଡର ନିଯୁକ୍ତ କରିଛି।
ଏହି ଅଭିଯାନ ମାଧ୍ୟମରେ ଖେଳାଳିମାନେ ବ୍ୟାଡିମିଣ୍ଟନ ପ୍ରତିଥିବା ସେମାନଙ୍କର ଭଲପାଇବା ଓ ସମ୍ମାନ ପ୍ରଦର୍ଶନ କରିପାରିବେ। ଖେଳାଳିମାନେ ସାଧୁତାର ସହ ଖେଳିବାକୁ ଅନ୍ୟମାନଙ୍କୁ ଏହି ଅଭିଯାନ ଦ୍ୱାରା ପ୍ରବର୍ତ୍ତାଇ ପାରିବେ। ଯେ କୌଣସି କ୍ରୀଡ଼ାରେ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରିବା ନିହାତି ଜରୁରୀ ବୋଲି ସିନ୍ଧୁ କହିଛନ୍ତି। ଆମ୍ବାସାଡର ହିସାବରେ ଏହି ବିଷୟକୁ ଆମେ ହାଇଲାଇଟ୍‌ କରିପାରିଲେ ଏହା ଦ୍ୱାରା ଅଧିକରୁ ଅଧିକ ଖେଳାଳି ସକାରାତ୍ମକ ଭାବେ ପ୍ରଭାବିତ ହେବେ ବୋଲି ୨୪ ବର୍ଷୀୟ ସିନ୍ଧୁ କହିଛନ୍ତି। ଜଣେ ଖେଳାଳି ନିଜ ପାଇଁ ଖେଳିଥାଏ। ତେଣୁ ଏଥିରେ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ କହିଛନ୍ତି।
ସିନ୍ଧୁଙ୍କୁ ବାଦ୍‌ଦେଲେ ଏହି ଅଭିଯାନରେ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ କାନାଡାର ମିଲେଲେ ଲି, ଦୁଇ ଚାଇନା ଖେଳାଳି ଝେଙ୍ଗ୍‌ ସି ଓ୍ବେଇ, ହୁଆଙ୍ଗ୍‌ ୟା କ୍ୱିୟଙ୍ଗ୍‌, ଇଂଲଣ୍ଡର ଜ୍ୟାକ ଶେଫାର୍ଡ, ଜର୍ମାନୀର ଭାଲେସ୍କା ନୋବ୍ଲାଉଚ୍‌, ହଂକଂର ଚାନ୍‌ ହୋ ୟୁଏନ ଓ ଜର୍ମାନୀର ମାର୍କ ଜ୍ୱିବ୍ଲେର। ଏହି ଅଭିଯାନ ଦ୍ୱାରା ଖେଳାଳିମାନଙ୍କୁ ସଚେତନ କରିହେବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।
୨୦୧୬ରୁ ଯେଉଁ ଖେଳାଳିମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ ସେମାନେ ହେଲେ ଭାରତର ସାଇନା ନେହ୍ବାଲ, ଭିକ୍ଟର ଆକ୍ସେଲସେନ, ହେଣ୍ଡ୍ରା ସେଟିଓ୍ବାନ, କ୍ରିଷ୍ଟିନା ପେଡେରସନ, ଚେନ୍‌ ଲଙ୍ଗ୍‌, ମିସାକି ମାସୁଟୋମୋ ଓ ଅକାୟା ଟାକାହାସି। କ୍ରୀଡ଼ାରେ ମ୍ୟାଚ୍‌ ଫିକ୍ସିଂ, ମ୍ୟାଚ୍‌ ଫଳାଫଳକୁ ନିୟନ୍ତ୍ରଣ କରିବା ଡୋପିଂ କଳଙ୍କ ସଦୃଶ। ତେଣୁ ବ୍ୟାଡମିଣ୍ଟନକୁ ଏହି କଳଙ୍କରୁ ଦୂରେଇ ରଖିବା ଜରୁରୀ ଓ ଏଥିରେ ‘ଆଇ ଆମ ବ୍ୟାଡମିଣ୍ଟନ’ ଅଭିଯାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri