Posted inଖେଳ

ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀ, ମାଧୁରୀଙ୍କ ଚମତ୍କାର ପ୍ରଦର୍ଶନ; ଇଣ୍ଡିଆ ‘ବି’-‘ସି’ ଫାଇନାଲ

କଟକ ଅଫିସ,୯ା୧-: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଦୁଇ ଦଳ ମଧ୍ୟରେ ଶୁକ୍ରବାର ଫାଇନାଲ ମୁକାବିଲା ହେବ। ୪ଟି ଲେଖାଏ ମ୍ୟାଚ୍‌ ଖେଳି ଇଣ୍ଡିଆ-ବି ୧୪ ପଏଣ୍ଟ ଓ ଇଣ୍ଡିଆ-ସି ୮ ପଏଣ୍ଟ ହାସଲ କରି ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆ-ଏ ଦଳ ଗୋଟିଏ ବି ମ୍ୟାଚ୍‌ ଏହି ପ୍ରତିଯୋଗିତାରେ ଜିତି ପାରି ନାହିଁ।
ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ-ସି ୨ରନରେ ଇଣ୍ଡିଆ-ଏକୁ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ୪ ଉଇକେଟ ବିନିମୟରେ ୧୩୫ରନ କରିଥିଲା। ଅଧିନାୟିକା ବେଦ କ୍ରୀଷ୍ଣମୁର୍ତ୍ତୀ ସର୍ବାଧିକ ୪୭ରନ କରିଥିଲେ। ଇଣ୍ଡିଆ-ସି ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ମାଧୁରୀ ମେହେଟାଙ୍କୁ ପ୍ରଥମ ଥର ପାଇଁ ଉକ୍ତ ମ୍ୟାଚ୍‌ରେ ଖେଳିବାର ସୁଯୋଗ ଦିଆଯାଇଥିଲା। ଏହି ସୁଯୋଗର ଫାଇଦା ଉଠାଇ ଓପନିଂ କରିଥିବା ମାଧୁରୀ ୪ ଚୌକା ଓ ୧ ଛକା ବଳରେ ୩୬ରନ ସ୍କୋର କରିଥିଲେ। ଉଇକେଟ କିପର ନୁଜରତ ପରୱିନ ୨୬ ଓ ଦୟଲନ ହେମଲତା ୧୯ରନ କରିଥିଲେ। ଇଣ୍ଡିଆ-ଏ ପକ୍ଷରୁ ରାଧା ଯାଦବ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ୧୩୬ରନ ବିଜୟ ଲକ୍ଷ୍ୟ ପିଛା କରି ଇଣ୍ଡିଆ-ଏ ପ୍ରଥମ ଉଇକେଟରେ ୪୯ରନ ସଂଗ୍ରହ କରିଥିଲା। ଓପନର ତାନିୟା ଭାଟିଆ ଓ ପ୍ରିୟା ପୁନିଆ ପ୍ରାରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲେ। ତାନିୟା ୩୧ରନରେ ଆଉଟ ହୋଇଥିଲେ। ପରେ ପ୍ରିୟା ୮ ଚୌକା ବଳରେ ୬୦ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୧୩ରନରେ ଆଉଟ ହେବା ପରେ ଦଳର ଅନ୍ୟ କେହି ଖେଳାଳି ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଦୀପ୍ତି ଶର୍ମା ୧, ଭାରତୀ ଫୁଲମଲି ୧୦, ସ୍ନେହ ରାଣା ୧, ଶିବାଳି ସିଦ୍ଧେ ୩, ମାନସୀ ଯୋଶୀ ୧୦, ମେଘନା ସିଂ ୨, ରାଧା ଯାଦବ ୨ରନ କରିଥିଲେ। ଇଣ୍ଡିଆ-ଏ ୯ ଉଇକେଟ ହରାଇ ୧୩୩ରନ କରିବା ସହ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ଇଣ୍ଡିଆ-ସି ପକ୍ଷରୁ ରାଜେଶ୍ୱରୀ ଗାଏକ୍ବାଡ ଓ ଅରୁନ୍ଧତୀ ରେଡ୍ଡୀ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। କ୍ଷମା ସିଂ ଓ ତନୁଶ୍ରୀ ସରକାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ଅପରାହ୍ନରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ-ବି ଦଳ ୫ ଉଇକେଟରେ ଇଣ୍ଡିଆ-ସିକୁ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ୮ ଉଇକେଟ ହରାଇ ୧୪୮ରନ କରିଥିଲା। ଓପନର ସେଫାଳୀ ବର୍ମା ସର୍ବାଧିକ ୪୬ରନ କରିଥିଲେ। ଅନ୍ୟତମ ଓପନର ତଥା ଓଡ଼ିଆ ଖେଳାଳି ମାଧୁରୀ ୭ରନରେ ଆଉଟ ହୋଇଥିଲେ। ଜିନସୀ ଜର୍ଜ ୨୪, ଭୃଶାଳି ଭଗତ ୧୬, ଅରୁନ୍ଧତୀ ରେଡ୍ଡୀ ୧୯ରନ କରିଥିଲେ। ଅନ୍ୟ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଇଣ୍ଡିଆ-ବି ପକ୍ଷରୁ ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ସମେତ ରେଣୁକା ସିଂ ଓ ତନୁଜା କନୱାରଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିଲା। ଅଞ୍ଜଳି ଶ୍ରାବଣୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଇଣ୍ଡିଆ-ବି ଦଳ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପୂଜା ବସ୍ତ୍ରକାର ୩୭, ରିଚା ଘୋଷ ୨୬, ଭେଲାସ୍ବାମୀ ଭନିଥା ୨୬, ଅଧିନାୟିକା ସ୍ମୃତି ମାନ୍ଧାନା ୨୪, ରବି କଳ୍ପନା ୨୨ରନ କରିଥିଲେ। ସୁଶ୍ରୀ ୧ରନରେ ଅପରାଜିତ ଥିଲେ। ଇଣ୍ଡିଆ-ସି ପକ୍ଷରୁ କ୍ଷମା ସିଂ, ଦୟଲାନ ହେମଲତା, ଅରୁନ୍ଧତୀ ରେଡ୍ଡୀ, ତନୁଶ୍ରୀ ସରକାର, ଭୃଷାଳି ଭଗତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri