ସିଙ୍ଗାପୁରରେ ଚାକିରି ନାଁରେ ଠକେଇ ମାମଲା: ଅଧିକାରୀଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ କମ୍ପାନୀର ଜାଲରେ ପଡିଛନ୍ତି ଶତାଧିକ ଯୁବକ। ସିଙ୍ଗାପୁରରେ ଚାକିରି କରାଇଦେବା ନଁାରେ ଜବ ଟ୍ରାକ କନ୍ସଲଟାନ୍ସି ଆଣ୍ଡ ଟ୍ରେନିଂ ସେଣ୍ଟର ନାମକ ଏକ କମ୍ପାନୀ ପ୍ରାୟ ୫୦୦ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ସଂଗ୍ରହ କରିଥିଲା। ଉକ୍ତ ଟଙ୍କା ନେଇ ମେ ୧ ତାରିଖରେ କମ୍ପାନୀ ମୁଖ୍ୟ ସୁବ୍ରତ କୁମାର ପାଳ ଏବଂ ବଳରାମ ମହାରଣା ଫେରାର ହୋଇ ଯାଇଛନ୍ତି। ଏ ନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରିଥିଲା। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଘଟଣାର ତଦନ୍ତ କରିବା ପାଇଁ ଡ଼ିଏସ୍‌ପି ରାମକୃଷ୍ଣ ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ମାସେ ପରେ ବି ଉକ୍ତ କମ୍ପାନୀର ମୁଖ୍ୟଙ୍କୁ ଧରି ପାରୁନାହିଁ। ଚାକିରି ଆଶାରେ ଟଙ୍କା ଦେଇ ସର୍ବାହରା ହୋଇଥିବା ଅନେକ ଗରିବ ପିଲା ଏବେ ନ୍ୟାୟ ନ ପାଇ ହତାଶ ହୋଇଛନ୍ତି। ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗୌତମ ନଗରରେ ଉପରୋକ୍ତ କମ୍ପାନୀ ଖୋଲିଥିଲା। ସିଙ୍ଗାପୁରର ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବା ନଁାରେ ଏହି କମ୍ପାନୀ ବିଜ୍ଞାପନ ପ୍ରକାଶ କରିଥିଲା। ଫଳରେ ଗଞ୍ଜାମ ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶତାଧିକ ଯୁବତୀ ଯୁବକ ଏହି କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସିଙ୍ଗାପୁରରେ ଚାକିରି କରାଇ ଦେବାକୁ କମ୍ପାନୀ ମୁଖ୍ୟ ପାଳ ଓ ବଳରାମ ମହାରଣା ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କମ୍ପାନୀ ମୁଖ୍ୟ ଶତାଧିକ ଯୁବକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପାସପୋର୍ଟ, ଭିଜା ଓ ଟିକେଟ ସହିତ ମେଡିକାଲ ପରୀକ୍ଷା ଓ ଅନ୍ୟାନ୍ୟ କାଗଜପତ୍ର ପାଇଁ ପ୍ରତ୍ୟେକ ଯୁବତୀ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ନେଇଥିଲେ। କେତେକ ଯୁବକଙ୍କୁ ପାସପୋର୍ଟ ଭିଜା ସହ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ହେଲେ ତାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା। ଯୁବକମାନେ କମ୍ପାନୀ ସହ ଯୋଗାଯୋଗ କରି ନିରାଶ ହୋଇଥିଲେ। ମେ ୧ ତାରିଖରେ ଶତାଧିକ ଯୁବକ କମ୍ପାନୀ ମୁଖ୍ୟ ପାଳଙ୍କ ବାସଭବନ ଘେରାଉ କରିଥିଲେ। ପରେ ଯୁବକମାନେ ଏସ୍‌ପିଙ୍କ ନିକଟରେ ଗୁହାରି କରିଥିଲେ। ଏନେଇ ସଦର ଥାନାରେ ମାମଲା ରୁଜୁ କରାଯାଇଛି। ହେଲେ ଏବେ ସୁଦ୍ଧା କମ୍ପାନୀ ମୁଖ୍ୟଙ୍କ ପୋଲିସ ସୁରାକ ପାଇପାରିନାହିଁ। ଏନେଇ ତଦନ୍ତ ଦାୟିତ୍ୱରେ ଥିବା ଡିଏସପି ପତି କୁହନ୍ତି, ଉକ୍ତ କମ୍ପାନୀ ମୁଖ୍ୟଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯାଉଛି। ହେଲେ ସେ ବାରମ୍ବାର ତାଙ୍କ ଠିକଣା ବଦଳାଉଥିବାରୁ ତାଙ୍କୁ ଧରିବା କଷ୍ଟକର ହେଉଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୁବ୍ରତ ଓ ବଳରାମଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ସେ କହିଛନ୍ତି। ଅନ୍ୟପଟେ ସୁବ୍ରତଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍‌ କରାଯାଇଛି ବୋଲି ଡ଼ିଏସପି ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri