ସିକ୍ୟୁରିଟି ସଂସ୍ଥାର ବେଆଇନ କାରବାର: ବିନା କାର୍ଯ୍ୟାଦେଶରେ ଦିଆଯାଉଛି ନିଯୁକ୍ତି ସମ୍ବନ୍ଧୀୟ ପତ୍ର, ପାଣିକୋଇଲିରୁ ବଲାଙ୍ଗୀର, ରାୟଗଡା ଆଦି ଜିଲାକୁ ଲମ୍ବିଛି ଚେର

ଯାଜପୁର ଅଫିସ,୨୧ା୮- ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢ଼ିବାରେ ଲାଗିଛି। ଆବଶ୍ୟକ ଅନୁସାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରିଟିଏ ପାଇଁ ଯୁବତୀଯୁବକମାନେ ସରକାରୀ ଦପ୍ତରଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ସଂସ୍ଥାର ଦ୍ୱାରସ୍ଥ ହେଉଛନ୍ତି। ଆଉ ଏହାର ସୁଯୋଗ ନେଇ କିଛି ଘରୋଇ ଠିକା ସଂସ୍ଥା ବେକାର ଯୁବତୀଯୁବକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଏପରିକି କିଛି ସଂସ୍ଥା ବିନା କାର୍ଯ୍ୟାଦେଶ ପାଇ ମଧ୍ୟ ଯୁବତୀଯୁବକଙ୍କୁ ନିଯୁକ୍ତି ସଂକ୍ରାନ୍ତୀୟ ପତ୍ର ପ୍ରଦାନ କରି ଟଙ୍କା ଆଦାୟ କରିବାରେ ଲାଗିଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ପାଣିକୋଇଲି ନିକଟରେ ଥିବା ଭାରତ ସିକ୍ୟୁରିଟି ଠିକା ସଂସ୍ଥାରେ। ଦୀର୍ଘଦିନ ଧରି ଏହି ଠିକା ସଂସ୍ଥା ଚଞ୍ଚକତା କରି ବିଭିନ୍ନ ସରକାରୀ ସଂସ୍ଥାରେ ଠିକା ଶ୍ରମିକ (ଆଉଟ ସୋର୍ସିଂ) ଯୋଗାଇ ଦେବା ନାମରେ ବେକାର ଶିକ୍ଷିତ ଯୁବତୀଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଅସୁଲ କରୁଥିବା ଅଭିଯୋଗ ହୋଇଛି। ଏପରିକି କାର୍ଯ୍ୟାଦେଶ ପାଇବା ପୂର୍ବରୁ ଯୁବତୀଯୁବକଙ୍କୁ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି ବୋଲି କେତେକ ବେକାର ଯୁବତୀଯୁବକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ପାଣିକୋଇଲି ଥାନା ଏବଂ ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟର ମାତ୍ର ୩୦୦ମିଟର ମଧ୍ୟରେ ଏହି ଠିକା ସଂସ୍ଥା ଏଭଳି କାର୍ଯ୍ୟ କରୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ। ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧି ସବୁ କିଛି ଜାଣି ସୁଦ୍ଧା ଚୂପ ରହିବା ଫଳରେ ଏହି ସଂସ୍ଥାର ଚେର ରାଜ୍ୟର ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, ବଲାଙ୍ଗୀର, ମାଲକାନଗିରି ଆଦି ଜିଲାକୁ ଲମ୍ବିଛି।
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଠିକା ଶ୍ରମିକ ଯୋଗାଇ ଦେବାକୁ ଟେଣ୍ଡର ଆହ୍ବାନ କରାଯାଇଛି। ଏଥିରେ ଅନ୍ୟ ଘରୋଇ ସଂସ୍ଥା ଭଳି ପାଣିକୋଇଲିର ଭାରତ ସିକ୍ୟୁରିଟି ସଂସ୍ଥା ଟେଣ୍ଡର ପେପର ଦାଖଲ କରିଛି। ଏପରି କି ଏହି ସଂସ୍ଥା କାର୍ଯ୍ୟ ହାତେଇବା ପାଇଁ ଅନ୍ୟ ସଂସ୍ଥା ନାମରେ ମଧ୍ୟ ଟେଣ୍ଡର ଦାଖଲ କରିଥିବା ଜଣାପଡ଼ିଛି। ତେବେ କାର୍ଯ୍ୟାଦେଶ ପାଇବା ପୂର୍ବରୁ ଏହି ସଂସ୍ଥା ବିଭିନ୍ନ ଜିଲାର କେତେକ ବେକାର ଯୁବତୀଯୁବକଙ୍କଠାରୁ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଅସୁଲ କରୁଥିବା ଅଭିଯୋଗ ହେଉଛି। ୧୮୭/୯୭/୦୪/୨୦୦୨ ନମ୍ବରରେ ରେଜିଷ୍ଟ୍ରେଶନ ଦର୍ଶାଯାଇଥିବା ଏକ ଲେଟରପ୍ୟାଡରେ ଯୁବତୀଯୁବକଙ୍କୁ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଉଛି ା ୩୧।୭।୧୯ରେ ଏହି ସଂସ୍ଥାର ପତ୍ର ସଂଖ୍ୟା ୪୨୪୨/୧୯ରେ ଡୁଙ୍ଗୁରିପାଲି ଅଞ୍ଚଳର ଜନୈକ ଯୁବକଙ୍କୁ ଦିଆଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ, ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଆଉଟ ସୋର୍ସିଂରେ ଆପଣ ପୁରୁଷ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ପାଇବାକୁ ପ୍ରାଥମିକଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି ା ଇଣ୍ଟରଭ୍ୟୁ ଓ ପ୍ରମାଣପତ୍ର ଯାଞ୍ଚ ସହ ଦକ୍ଷତା ପରୀକ୍ଷା ଦେବାକୁ ପଡିବ ା ତେଣୁ ଫଟୋ, ଶିକ୍ଷାଗତ ଯୋଗ୍ୟତା, ଆଧାରକାର୍ଡ ଆଦି ନେଇ ଉପସ୍ଥିତ ରହିବାକୁ ପଡ଼ିବ। ଏଥିପାଇଁ ସ୍ଥାନ, ତାରିଖ ଓ ସମୟ ଫୋନ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଦର୍ଶାଯାଇଛି। ଉକ୍ତ ଯୁବକଙ୍କଠାରୁ ଦେଢଲକ୍ଷ ଟଙ୍କା ନେଇ ଏଭଳି ପତ୍ର ଦିଆଯାଇ ଗତ ଅଗଷ୍ଟ ୫ ତାରିଖ ସୁଦ୍ଧା ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଉକ୍ତ ଯୁବକଙ୍କୁ ଏଯାଏ କୌଣସି ନିଯୁକ୍ତି ମିଳିନାହିଁ ା ଏ ସଂକ୍ରାନ୍ତରେ ଉକ୍ତ ଯୁବକ ଜଣକ ବାରମ୍ବାର ଭାରତ ସିକ୍ୟୁରିଟି ସଂସ୍ଥାର ଏଜେଣ୍ଟଙ୍କ ନିକଟକୁ ଦୌଡୁଥିଲେ ହେଁ ଦିନ ଗଡ଼ି ଗଡ଼ି ଚାଲିଛି। ଏଭଳି ଶତାଧିକ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସେହିପରି କୋରାପୁଟ ଜିଲାର ଇଗ୍ନୋରେ ୧ା୮ା୨୦୧୯ ତରିଖରେ ଟାଇପିଷ୍ଟ, ଡ୍ରାଇଭର ଓ ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଏଥିରେ ମଧ୍ୟ ଲକ୍ଷାଧିକ ଟଙ୍କାର କାରବାର ହୋଇଛି ା ଏହାବାଦ ନେସ୍କୋ, ଓପିଟିସିଏଲ୍‌, ଯାଜପୁର ଜିଲାର ପ୍ରାୟ ସମସ୍ତ ସରକାରୀ ଡାକ୍ତରଖାନା ପ୍ରଭୃତି ସ୍ଥାନରେ ଠିକାଶ୍ରମିକ ଯୋଗାଇ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଅସୁଲ କରାଯାଇଛି ା ଏହାସହ ବିରଜା/ଭାରତ ସିକ୍ୟୁରିଟି ସଂସ୍ଥାରେ ବ୍ୟବହାର ହେଉଥିବା ରେଜିଷ୍ଟରରେ ମଧ୍ୟ ଚଞ୍ଚକତା ହୋଇଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଭାରତ ସିକ୍ୟୁରିଟି ସଂସ୍ଥାର ମୁଖ୍ୟ ବିଜୟ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ଏଯାଏ କାର୍ଯ୍ୟାଦେଶ ମିଳିନାହିଁ । କେହି ଜଣେ ଚଞ୍ଚକତା କରି ଭାରତ ସିକ୍ୟୁରିଟି ନାମରେ ଲେଟରପ୍ୟାଡ ତିଆରି କରି ଏଭଳି ନୋଟିସ ଦେଇଛି ବୋଲି ସେ କହିଛନ୍ତି। ଭାରତ ସିକ୍ୟୁରିଟି ସଂସ୍ଥା ତରଫରୁ ଏଭଳି କିଛି ପତ୍ର ଦିଆଯାଇ ନ ଥିବା ବିଜୟ ସଫେଇ ଦେଇଛନ୍ତି। ତେବେ ଯଦି ଭାରତ ସିକ୍ୟୁରିଟି ସଂସ୍ଥା ନାମରେ ଅନ୍ୟ କେହି ଲେଟରପ୍ୟାଡ ପ୍ରସ୍ତୁତ କରି ଏଭଳି ଅପବ୍ୟବହାର କରୁଛନ୍ତି, ତେବେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରି କି ଥାନାରେ ମଧ୍ୟ ଏନେଇ କୌଣସି ଅଭିଯୋଗ ହେଉନାହିଁ। ଏଭଳି ଘଟଣା ଦ୍ୱାରା ଅନେକ ଯୁବତୀଯୁବକ ଠକେଇର ଶିକାର ହେବାରେ ଲାଗିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?