Posted inଜାତୀୟ

ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା

ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦୃଢ଼ ବିରୋଧ କରୁଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ବିଏସ୍‌ପି ବିଧାୟିକା ଏହି ଆଇନକୁ ସମର୍ଥନ କରିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଦଳର ସୁପ୍ରିମୋ ମାୟାବତୀ। ସେ କହିଛନ୍ତି, ବିଏସ୍‌ପି ଏକ ଅନୁଶାସିତ ଦଳ। ଦଳର ନିୟକକାନୁନ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଏମ୍‌ପି/ବିଧାୟକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଏହି କ୍ରମରେ ସିଏଏକୁ ସମର୍ଥନ ଦେଇଥିବା ମଧ୍ୟପ୍ରଦେଶର ପଥେରିଆ ନିର୍ବାଚନମଣ୍ଡଳୀ ବିଧାୟିକା ରମାବାଈ ପରିହାରଙ୍କୁ ଦଳରୁ ନିଲମ୍ବନ କରାଯାଉଛି ବୋଲି ମାୟାବତୀ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରର ସିଏଏକୁ ବିରୋଧ କରୁଛି ବିଏସ୍‌ପି। ସଂସଦରେ ମଧ୍ୟ ବିଏସ୍‌ପି ସିଏଏ ବିରୋଧରେ ଭୋଟ ଦେଇଥିଲା। ନାଗରିକତ୍ୱ ସଂଶୋଧନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ସମ୍ପୃକ୍ତା ବିଧାୟିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଆଇନ ବହୁ ପୂର୍ବରୁ ହେବାର ଥିଲା, କିନ୍ତୁ ନିୟମ ଲାଗୁ କରିବା ପାଇଁ ପୂର୍ବରୁ କେହି ସକ୍ଷମ ହୋଇ ନ ଥିଲେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri