Posted inଜାତୀୟ

ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ

ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଏହି ଦୁଇ ଦଳ ପୋଡ଼ାଜଳା କରି ପାପ କରିଛନ୍ତି ବୋଲି ସେ ଏକ ଜନସମାବେଶରେ ପ୍ରକାଶ କରିଛନ୍ତି। ସବୁଠାରୁ ଲଜ୍ଜାର କଥା ହେଉଛି, ଏଭଳି କାଣ୍ଡ କରି ସେମାନେ କ୍ଷତିଗ୍ରସ୍ତଙ୍କୁ ଆଇନଗତ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଭଳି ଷଡ଼ଯନ୍ତ୍ର ପଛରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଥିବା ଶାହା କହିଛନ୍ତି। ସିଏଏ ଦ୍ୱାରା ନାଗରିକତ୍ୱ ଚାଲିଯିବ ବୋଲି କହି ଲୋକଙ୍କୁ ସେମାନେ ଭୁଆଁ ବୁଲାଉଛନ୍ତି। ଏଭଳି ମିଛ କହି ଲୋକଙ୍କୁ ଆତଙ୍କିତ କରାଯିବା ଅନୁଚିତ ବୋଲି ଶାହା କହିଛନ୍ତି। ରାହୁଲ ଓ କେଜ୍‌ରିଓ୍ବାଲ ପାକିସ୍ତାନର ଭାଷା କହୁଛନ୍ତି। ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ମାଗୁଛନ୍ତି। ମୋଦି ଉଲ୍ଲେଖନୀୟ ପଦକ୍ଷେପ ନେଇ ୩୭୦ ଧାରା ଉଚ୍ଛେଦ କଲେ ଓ ରାମମନ୍ଦିର ନିର୍ମାଣ ରାସ୍ତା ମଧ୍ୟ ଫିଟିଲା। କିନ୍ତୁ କଂଗ୍ରେସ ଏକ୍ଷେତ୍ରରେ ଦୋମୁହାଁ ନୀତି ଆପଣାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଜେଏନ୍‌ୟୁରେ ଭାରତବିରୋଧୀ ସ୍ଲୋଗାନ ଦିଆଯାଉଥିବାବେଳେ କେଜ୍‌ରିଓ୍ବାଲ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri