ସିଂହଦ୍ୱାର ସମ୍ମୁଖରେ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ:ଘୋଡ଼ା ନାଚରେ କମ୍ପିଲା ବଡ଼ଦାଣ୍ଡ

ପୁରୀ ଅଫିସ, ୧୧ା୮: ସିଂହଦ୍ୱାର ସମ୍ମୁଖରେ ପୁଣି ଜମିଲା ରବିବାରିଆ ସକାଳ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ସାଉଣ୍ଟିଥିଲେ ନିଆରା ଅନୁଭୂତି। ଭାବ ଭକ୍ତିର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି କିଛି ସମୟ ଅଟକି ଯାଉଥିଲେ। ଅଉ ହଜିଯାଉଥିବା ଘୋଡ଼ାନାଚ, ପାଇକ ଆଖଡା ନୃତ୍ୟ ଦେଖିବାର ସୁଯୋଗ ପାଇଥିଲେ। ବ୍ୟାରିକେଡିଂ ହୋଇଥିବା ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ସକାଳୁ ଜମିଥିଲା ଏମିତି ଆଧ୍ୟାତ୍ମିକଭରା ସାଂସ୍କୃତିକ କାର୍ଯ୍ୟକ୍ରମ। ବିବିଧ ନୃତ୍ୟ, ରଙ୍ଗୋଲି, ଝୋଟି ସଂକୀର୍ତ୍ତନ ସାଙ୍ଗକୁ ଯୋଗ ପ୍ରଦର୍ଶନ କରାଯାଇଥିଲା।
ପ୍ରତ୍ୟୁଷରେ ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ପରେ ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଥିଲା ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ତେବେ ଏହି କାର୍ଯ୍ୟକ୍ରମ ମଧ୍ୟରେ ବେଶ୍‌ ଆକର୍ଷଣୀୟ ସାଜିଥିଲା ପାଇକ ଆଖଡା ନୃତ୍ୟ ଏବଂ ଘୋଡା ନାଚ। ସମାଜରୁ ହଜି ଯାଉଥିବା ଘୋଡ଼ା ନାଚରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ମା’ଦକ୍ଷିଣେଶ୍ୱରୀ ଗ୍ରୁପ୍‌ ପକ୍ଷରୁ ଘୋଡ଼ାନାଚ ପରିବେଷଣ କରାଯାଥିଲା ବେଳେ ବ୍ରହ୍ମଗିରିର ନାରାୟଣୀ ପାଇକ ଆଖଡା ସଂଘ ପକ୍ଷରୁ ପାଇକ ଆଖଡ଼ା ନୃତ୍ୟ କରାଯାଇଥିଲା। ଏହାବ୍ୟତୀତ ମା’ ବନଦୁର୍ଗା ସଂକୀର୍ତ୍ତନମଣ୍ଡଳୀ, ରାଧାମାଧବ ସଂକୀର୍ତ୍ତନମଣ୍ଡଳୀ, ଶ୍ରୀଶ୍ରୀ ରାଧାମୋହନ ନଦିଆ ସଂକୀର୍ତ୍ତନମଣ୍ଡଳୀ ଏବଂ ନର ନାରାୟଣ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ। ବାହାର ରାଜ୍ୟରୁ ଆସିଥିବା ମହିଳା ଭକ୍ତ ନାମ ସଂକୀର୍ତ୍ତନରେ ବିଭୋର ହୋଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ବାରବାଟୀ ଡ୍ୟାନ୍ସ ଗ୍ରୁପ୍‌, ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ଶ୍ରୀଜଗନ୍ନାଥ ଯୋଗ ବେଦାନ୍ତ ଓ ସାଂସ୍କୃତିକ କେନ୍ଦ୍ର, ଭାରତୀ ଯୋଗ କେନ୍ଦ୍ର ଛାତ୍ରୀଛାତ୍ର ଯୋଗ, ସ୍କାଉଟ୍‌ ଓ ଗାଇଡ ପ୍ରମୁଖ ସେମାନଙ୍କ ପ୍ରତିଭା ଦେଖାଇଥିଲେ। ଗୁରୁ ନାରାୟଣ ପାଣ୍ଡେ ଓ ସାଗରିକା ମହାନ୍ତିଙ୍କ ଗ୍ରୁପ୍‌ ପକ୍ଷରୁ ପରିବେଶିତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ରାଧାକୃଷ୍ଣ ମହିଳା ସମିତି, ଦକ୍ଷିଣକାଳୀ ମହିଳା ସମିତି ଓ ମା’ ବିଶେଶ୍ୱରୀ ମହିଳା ସମିତି ପକ୍ଷରୁ ରଙ୍ଗୋଲି ଏବଂ ଝୋଟି କରାଯାଇଥିଲା। ଉତ୍କଳ ବଳାଶ୍ରମର ଅନ୍ତେବାସୀ ସବୁଜ ରକ୍ଷା ବନ୍ଧନର ବାର୍ତ୍ତା ଦେଇଥିଲେ। ସେମାନେ ମୁରୁଜରେ ଗୋ ମାତା, ବୃକ୍ଷ ଏବଂ ତୁଳସୀ ଚଉଁରା ଆଙ୍କି ଏମାନଙ୍କୁ ରାକ୍ଷୀ ବାନ୍ଧିବାକୁ ବାର୍ତ୍ତା ଦେଇଥିଲେ। ସେହିପରି ଭୁବନେଶ୍ୱର ବିକେ ଆର୍ଟ କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାକେଶ ଦାଶ ମୁରୁଜରେ ରାଧାକୃଷ୍ଣ ଯୁଗଳବନ୍ଦୀ ଚିତ୍ର କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri