ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ଭାଙ୍ଗ ଚାଲାଣ: ଧରାପଡ଼ିବା ଭୟରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୧୧।୮-ଯାତ୍ରୀବାହୀ ଟ୍ରେନ୍‌ରେ ଅବାଧରେ ହେଉଛି ନିଶାଦ୍ରବ୍ୟ ଚାଲାଣ। ବେପାରୀମାନେ ଯୋଜନାବଦ୍ଧ ଭାବେ ଚଳାଇଛନ୍ତି ଏଭଳି ବେଆଇନ କାରବାର। ଷ୍ଟେଶନ ଏବଂ ଟ୍ରେନ୍‌ରେ ହୁଗୁଳା ଯାଞ୍ଚ ବ୍ୟବସ୍ଥାର ଫାଇଦା ନେଉଛନ୍ତି ସେମାନେ। ତାହାର ସଦ୍ୟତମ ଉଦାହରଣ ଢେଙ୍କାନାଳ ଜିଲାରେ ରବିବାର ଦେଖିବାକୁ ମିଳିଛି। ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ନିଆଯାଉଥିବା ଭାଙ୍ଗବସ୍ତାକୁ ଧରାପଡ଼ିବା ଭୟରେ ଚାଲାଣକାରୀ ବାହାରକୁ ଫିଙ୍ଗି ଦେଇଛନ୍ତି। ଫଳରେ ଉକ୍ତ ବସ୍ତା ବାଜି ଟ୍ରେନ୍‌ ଟ୍ରାକ୍‌୍‌ରେ କାର୍ଯ୍ୟରତ ୩ଜଣ ଗ୍ୟାଙ୍ଗ୍‌ମ୍ୟାନ୍‌ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଦୀନେଶ କୁମାର ସାହୁ, ଜୟପ୍ରକାଶ ପାଣିଗ୍ରାହୀ, ରାକେଶ କୁମାର ପାଲ। ଘଟଣାସ୍ଥଳରେ ଉପସ୍ଥିତ ବିରଞ୍ଚତ୍ ନାରାୟଣ ମହାପାତ୍ର ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଲଓ୍ବେ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଖୋଳତାଡ଼ କରିଛି। ଜବତ ୪ ବସ୍ତାରୁ ୧ କୁଇଣ୍ଟାଲ ୬୦ କେଜି ଭାଙ୍ଗ ଜବତ କରାଯାଇଛି।
ସୂଚନାଯୋଗ୍ୟ, ଭୋର ୪ଟାରେ ହାଓଡା-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌ କଟକ ରୁଟ୍‌ରେ ଆସି ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ପାର୍‌ କରିଥିଲା। ଢେଙ୍କାନାଳ ରେଳଷ୍ଟେଶନ ପୂର୍ବରୁ କିଲୋମିଟର ନଂ.୪୩୯/୧୬ ନିକଟରେ ସମ୍ପୃକ୍ତ ୪ଜଣ ଗ୍ୟାଙ୍ଗମ୍ୟାନ୍‌ ପାଟ୍ରୋଲିଂ କରୁଥିଲେ। ଟ୍ରେନ୍‌ ଆସୁଥିବା ଦେଖି ସେମାନେ ରେଳଧାରଣା ପାର୍ଶ୍ୱକୁ ଚାଲିଯାଇଥିଲେ। ତେବେ ଚଳନ୍ତା ଟ୍ରେନ୍‌ରୁ କେହି ଦୁର୍ବୃତ୍ତ ଭାଙ୍ଗ ଭର୍ତ୍ତି ହୋଇଥିବା ୪ଟି ବସ୍ତା ବାହାରକୁ ଫିଙ୍ଗିଦେଇଥିଲେ। ଉକ୍ତ ବସ୍ତାଗୁଡ଼ିକ ଗ୍ୟାଙ୍ଗ୍‌ମ୍ୟାନଙ୍କ ଉପରେ ବାଜିଥିଲା। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ସୂଚନା ପାଇ ଆରପିଏଫ୍‌ ଇନ୍ସପେକ୍ଟର ପ୍ରକାଶ କୁମାର ସାହୁ, ଏସ୍‌ଆଇ କ୍ଷୀରପ୍ରସାଦ ଭଞ୍ଜ ସଦଳବଳ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ଟ୍ରେନ୍‌ରେ ଭାଙ୍ଗ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏ ନେଇ ତଦନ୍ତ ଚାଲିଛି। ଜବତ ଭାଙ୍ଗ ଅବକାରୀ ବିଭାଗ ଜିମାରେ ଦିଆଯିବ ବୋଲି ଆର୍‌ପିଏଫ୍‌ ସୂତ୍ରରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri