ସାର୍ବଜନୀନ ପୂଜା କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଡୁବୁରୀ,୧୧-୯(ଡି.ଏନ୍‌.ଏ.)- ଡୁବୁରୀ ଅଞ୍ଚଳର ଅଗ୍ରଣୀ ପୂଜା ଅନୁଷ୍ଠାନ ସାବର୍ର୍ଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ ନେଇ କମିଟି ଆହ୍ବାନ କ୍ରମେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ହାଟ ଛକ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ସଞ୍ଜୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ପୂଜାକୁ କିପରି ଶାନ୍ତିଶୃଙ୍ଖଳାର ସହ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୂଜାଦିନ ରାବଣ ପୋଡି ମଧ୍ୟ ଆୟୋଜିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା କମିଟିର ସଭାପତି ବିଷ୍ଣୁରଞ୍ଜନ ଦାସ, ଅଜୟ ସାହୁ, ଅକ୍ଷୟ ମହାରଣା, ଗୌତମ ଦାସ, ଟିକିନା ରାଉତ, ବୁଲୁ ମହାରଣା, ନୀଳମଣି ଜେନା, ସିଦ୍ଧେଶ୍ୱର ପାତ୍ର, ଶତ୍ରୁଘନ ସାହୁ ପ୍ରମୁଖ କହିଛନ୍ତି। ବୈଠକ ପରେ ନୀତିକାନ୍ତି ଅନୁସାରେ ପୂଜା କରାଯାଇ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଗ୍ରାମ ମଶାଣିରୁ ମାଟି ଉଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri