Posted inଖେଳ

ସାମିଙ୍କ ୟୁଏସ୍‌ଏ ଭିଜା ରଦ୍ଦ, ବିସିସିଆଇର ହସ୍ତକ୍ଷେପ

ଟୋକିଓ,୨୭।୭(ପି.ଟି.)- ଖରାପ ପୋଲିସ ରେକର୍ଡ ଯୋଗୁ ଭାରତୀୟ ପେସର ମହମ୍ମଦ ସାମିଙ୍କ ଆମେରିକା ଭିଜାକୁ ପ୍ରାଥମିକ ଭାବେ ରଦ୍ଦ କରାଯାଇଥିଲା। ଫଳରେ ସାମି ଭାରତୀୟ ଦଳ ସହ ଆମେରିକା ଗସ୍ତ ନ କରି ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ହସ୍ତକ୍ଷେପ ଯୋଗୁ ସାମି ଲଜ୍ଜିତ ହେବାରୁ ବଞ୍ଚିଯାଇଛନ୍ତି। ତାଙ୍କ ଭିଜା ଆବେଦନ ପତ୍ରରେ ପୋଲିସ ରିପୋର୍ଟ ସମ୍ପୂର୍ଣ୍ଣ ନ ଥିବାରୁ ପ୍ରାଥମିକ ଭାବେ ମୁମ୍ବାଇସ୍ଥିତ ଆମେରିକା ଦୂତାବାସ ନାକଚ କରିଦେଇଥିଲା। ସାମିଙ୍କ ନାମରେ ଯୌତୁକ ନିର୍ଯାତନା (୪୯୮ଏ) ଓ ଯୌନ ଉତ୍ପୀଡ଼ନା (୩୫୪ଏ) ମାମଲା ରହିଛି। ଏଥିଯୋଗୁ ବିସିସିଆଇକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବିସିସିଆଇ କାର୍ଯ୍ୟାଳୟ ପକ୍ଷରୁ ଦେଶ ପାଇଁ ସାମିଙ୍କ ସଫଳତାର ତାଲିକା ପ୍ରଦାନ କରାଯିବା ସହ ସମ୍ପୂର୍ଣ୍ଣ ପୋଲିସ ରିପୋର୍ଟ ଦିଆଯାଇଥିଲା। ଏହାପରେ ସାମିଙ୍କ ଭିଜାକୁ ସ୍ବୀକୃତି ମିଳିଛି। ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୯ ତାରିଖରେ ମୁମ୍ବାଇରୁ ଆମେରିକା ଯାତ୍ରା କରିବ। ସେଠାରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳିବ। ପ୍ରଥମଟି ଲୌଡେରହିଲ୍‌ ଓ ଦ୍ୱିତୀୟ ମ୍ୟାଚ୍‌ ଫ୍ଲୋରିଡାରେ ଖେଳାଯିବ। ତେବେ ଭାରତୀୟ ଟି୨୦ ଦଳରେ ସାମିଙ୍କୁ ସ୍ଥାନ ମିଳିନାହିଁ। ହେଲେ ଟିମ୍‌ ଇଣ୍ଡିଆ ଜାମାଇକାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ଆମେରିକା ଦେଇ ଭାରତ ଫେରିବ। ଏଥିଯୋଗୁ ତାଙ୍କୁ ଆମେରିକା ଭିଜା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ CJPର କାହା ଉପରେ ନଜର? ନେଲା ନୂଆ ପଦକ୍ଷେପ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୨୭॥୭: ନିଟ୍‌ ପେପର ଲିକ୍‌ ମାମଲାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (CJP) ଉତ୍ତରପ୍ରଦେଶରେ ମୋର୍ଚ୍ଚା ଖୋଲିଛି। ୟୁପି ସରକାର ରାମପୁରର ଜୌହର…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri