ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି। କିନ୍ତୁ ଶାରିରୀକ ଅକ୍ଷମତା ବେଳେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବାଧା ସୃଷ୍ଟି କରେ। ତାକୁ ଏଡାଇ ଯିଏ ନିଜର ସ୍ବପ୍ନ ପୂରଣ କରେ, ସେ ହିଁ ପ୍ରକୃତ ସାହସିକତାର ପରିଚୟ ପାଏ। ଏମିତି ଜଣେ ଯୁବତୀ ହେଉଛନ୍ତି ଜେସିକା କକ୍ସ। ସେ ବିଶ୍ୱର ଏକମାତ୍ର ମହିଳା, ଯେ କି ଗୋଡରେ ବିମାନ ଚଳାଉଛନ୍ତି। ଏଥିପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ମିଳିଛି।
ଆମେରିକାର ଏରିଜୋନାରେ ଜନ୍ମଗ୍ରହଣ କରିଥିଲେ ଜେସିକା। ପିଲାଦିନରୁ ତାଙ୍କର ଦୁଇହାତ ନ ଥିଲା। ଫଳରେ ପ୍ଲାଷ୍ଟିକ୍‌ ହାତ ସହାୟତାରେ ୧୪ବର୍ଷ ପର୍ଯ୍ୟନ୍ତ ଦୈନନ୍ଦିନ କାର୍ଯ୍ୟ କରିଥିଲେ। କିନ୍ତୁ ଏହା ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ସେ ପ୍ଲାଷ୍ଟିକ ହାତ କାଢି ଗୋଡରେ କାମ କରିବା ଆରମ୍ଭ କରିଥିଲେ। ଖାଇବା, ଜୋତା ପିନ୍ଧିବା, ମୁଣ୍ଡ କୁଣ୍ଡାଇବାଠାରୁ ଆରମ୍ଭ କରି ଲେଖିବା, କମ୍ପ୍ୟୁଟର ଟାଇପ୍‌ କରିବା ପର୍ଯ୍ୟନ୍ତ ସବୁକିଛି ସେ ଗୋଡରେ କରିବାକୁ ଆରମ୍ଭ କଲେ। ଜେସିକା ପ୍ରତି ଏକ ମିନିଟରେ ୨୫ଟି ଶବ୍ଦ ଟାଇପିଂ କରିପାରୁଛନ୍ତି। ଧିରେ ଧିରେ ଏଥିରେ ପାରଙ୍ଗମ ମଧ୍ୟ ହୋଇଗଲେ। ତାଙ୍କୁ ୨୨ବର୍ଷ ହୋଇଥିବାବେଳେ ବିମାନ ଚଳାଇବା ଶିଖିଯାଇଥିଲେ। ତିନିବର୍ଷ ପରେ ତାଙ୍କୁ ଲାଇସେନ୍ସ ମିଳିଯାଇଥିଲା। ୩୪ବର୍ଷୀୟ ଜେସିକା ନୌଚାଳନା, ସ୍କୁବା ଡାଇଭିଂ ମଧ୍ୟ ଗୋଡରେ କରନ୍ତି। ବିବାହ ସମୟରେ ତାଙ୍କୁ ସ୍ବାମୀଙ୍କୁ ଗୋଡରେ ମୁଦି ପିନ୍ଧାଇଥିଲେ ସେ। ଜେସିକାଙ୍କ ଏଭଳି ନିଆରା କାର୍ଯ୍ୟଶୈଳୀ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ହମାସ ସହ ଏକ ଚୁକ୍ତି କରିବାକୁ ଜ୍ୱାଇଁଙ୍କୁ ପଠାଇଥିଲେ ଟ୍ରମ୍ପ; ଗାଜା ସମ୍ପର୍କରେ କ’ଣ ଆଲୋଚନା ହେଲା ଜାଣନ୍ତୁ

ଓ୍ବାଶିଂଟନ,୧୭।୮: ଗାଜାରେ ଦୀର୍ଘକାଳୀନ ସଂଘର୍ଷର ଅନ୍ତ ଘଟାଇବା ପାଇଁ ପ୍ରୟାସ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଜାରେଡ କୁଶନର ଇଜିପ୍ଟରେ…

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri