ସାନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ୩ ମାସ ବାତିଲ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାନ୍ତ୍ରାଗାଛି-ପାରାଦୀପ ସାପ୍ତାହିକ ଏକ୍ସପ୍ରେସ ୩ ମାସ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ଆସନ୍ତା ବର୍ଷ ୬ ଜାନୁୟାରୀଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ପଟରୁ ଏହି ଏକ୍ସପ୍ରେସ ବାତିଲ୍‌ ରହିବ ବୋଲି ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସାନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ତିନି ମାସ ପର୍ଯ୍ୟନ୍ତ ଏକ ସୁବିଧା ସ୍ପେଶାଲ ଟ୍ରେନ ଚଳାଚଳ କରିବ। ଏହା ସାପ୍ତାହିକ ହୋଇଥିବାବେଳେ ୩ ଜାନୁୟାରୀରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚଳାଚଳ କରିବ। ପ୍ରତି ଶୁକ୍ରବାର ସାନ୍ତ୍ରାଗାଛିରୁ ଅପରାହ୍ନ ୧୨ଟା ୪୦ରେ ବାହାରି ଶନିବାର ଅପରାହ୍ନ ୩ଟା ୨୦ରେ ଚେନ୍ନାଇ ସେଣ୍ଟ୍ରାଲରେ ପହଞ୍ଚତ୍ବ। ସେହିପରି ଚେନ୍ନାଇରୁ ଶନିବାର ସନ୍ଧ୍ୟା ୬ଟା ୨୦ରେ ବାହାରି ରବିବାର ରାତି ୧୧ଟା ୩୦ରେ ସାନ୍ତ୍ରାଗାଛିରେ ପହଞ୍ଚତ୍ବ। ଖଡ଼ଗପୁର, ଭଦ୍ରକ, ଯାଜପୁର-କେଉଁଝର ରୋଡ଼, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼, ବ୍ରହ୍ମପୁର, ସୋମପେଟା, ପଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, କୋଟ୍ଟାଭଲାସା, ଦୁବାଡ଼ା, ରାଜାମହେନ୍ଦ୍ରି, ବିଜୟଓ୍ବାଡ଼ା, ନେଲୋର ଷ୍ଟେଶନରେ ରହଣି କରିବ। ଏହାଦ୍ୱାରା ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri