ଉତ୍ତମ ପ୍ରଶାସନ ଯୋଗାଇବାରେ ବିଫଳ ହେଉଛି ରାଜ୍ୟ: ଗୁଡ୍‌ ଗଭର୍ନାନ୍ସରେ ଓଡ଼ିଶାର ସ୍ଥାନ ୧୪

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇବା ସହ ସରକାରୀ ଯୋଜନାଗୁଡ଼ିକର ଲାଭ ଲୋକଙ୍କ ନିକଟରେ କିଭଳି ପହଞ୍ଚୁଛି ସେ ନେଇ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନ ମାପକାଠି(ଗୁଡ୍‌ ଗଭର୍ନାନ୍ସ ଇଣ୍ଡେକ୍ସ) ରିପୋର୍ଟ ପ୍ରକାଶ କରିଛନ୍ତି। ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁଯାୟୀ ଉତ୍ତମ ପ୍ରଶାସନ ଯୋଗାଇବାରେ ବୃହତ୍‌ ରାଜ୍ୟ ମଧ୍ୟରେ ତାମିଲନାଡୁ ପ୍ରଥମ ସ୍ଥାନରେ ରହିଥିବାବେଳେ ମହାରାଷ୍ଟ୍ର, କର୍ନାଟକ, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚାମ ସ୍ଥାନରେ ରହିଛନ୍ତି। ୧୮ଟି ବୃହତ୍‌ ରାଜ୍ୟ ମଧ୍ୟରୁ ଏକ୍ଷେତ୍ରରେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଛି। ଓଡ଼ିଶା ତଳକୁ ବିହାର, ଗୋଆ, ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ରହିଛନ୍ତି।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବୃହତ୍‌ ରାଜ୍ୟ, ଉତ୍ତର ପୂର୍ବ ଓ ପାର୍ବାତ୍ୟାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ୩ଟି ଭାଗରେ ବିଭକ୍ତ କରାଯାଇ ଏହି ସର୍ଭେ କରାଯାଇଥିଲା। ଉତ୍ତର ପୂର୍ବ ଏବଂ ପାର୍ବାତ୍ୟଞ୍ଚଳ ରାଜ୍ୟ ମଧ୍ୟରେ ହିମାଚଳ ପ୍ରଦେଶର ସ୍ଥାନ ଉପରେ ରହିଥିବାବେଳେ ଉତ୍ତରାଖଣ୍ଡ, ତ୍ରିପୁରା, ମିଜୋରାମ ଏବଂ ସିକିମ ସ୍ଥାନ ଏହାର ପଛକୁ ପଛ ରହିଛନ୍ତି। ଜମ୍ମୁକଶ୍ମୀର, ମଣିପୁର, ମେଘାଳୟ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଖରାପ ପ୍ରଦର୍ଶନ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ପୁଡୁଚେରୀ ଉତ୍ତମ ପ୍ରଦର୍ଶନ କରିଥିବାବେଳେ ଲାକ୍ଷାଦ୍ୱୀପ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ଯୋଗାଇବାରେ ଖରାପ ପ୍ରଦର୍ଶନ କରିଛି। ଲୋକଙ୍କୁ ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏହି ସର୍ଭେ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟର ୧୦ଟି କ୍ଷେତ୍ରକୁ ଏହି ସର୍ଭେର ପରିସରଭୁକ୍ତ କରାଯାଇଥାଏ। ସେଗୁଡ଼ିକ ହେଲା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ବାଣିଜ୍ୟ ଓ ଶିଳ୍ପ, ଭିତ୍ତିଭୂମି, ସ୍ବାସ୍ଥ୍ୟ, ମାନବ ସମ୍ବଳ ଆର୍ଥିକ ପରିଚାଳନା, ସାମାଜିକ କ୍ଷେତ୍ରର ବିକାଶ, ବିଚାର ବ୍ୟବସ୍ଥା ଓ ସାଧାରଣ ସୁରକ୍ଷା ଏବଂ ନାଗରିକ କୈନ୍ଦ୍ରିକ ପ୍ରଶାସନ।
ରାଜ୍ୟ ସରକାର ପ୍ରଶାସନିକ କଳକୁ ସଜାଡ଼ିବାକୁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ତଥାପି କେତେକ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ପାଇଁ ଲୋକମାନଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚିବାରେ ସଫଳ ହେଉ ନାହିଁ। ରାଜ୍ୟର ଅଭିବୃଦ୍ଧି ମଧ୍ୟ ସେହି ହାରରେ ବୃଦ୍ଧି ହେଉ ନ ଥିବାରୁ କେନ୍ଦ୍ର ତାଲିକାରେ ଉତ୍ତମ ପ୍ରଶାସନ ଯୋଗାଇବାରେ ଓଡ଼ିଶା ସ୍ଥାନ ତଳକୁ ଖସି ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?