ସାନିଟାରି ପ୍ୟାଡ୍‌ ବ୍ୟବହାର କରୁଛନ୍ତି ରାଜ୍ୟର ୧୩% ମହିଳା

ଭୁବନେଶ୍ୱର,୨୦-୯(ବ୍ୟୁରୋ): ସାନିଟାରି ପ୍ୟାଡ୍‌ ବ୍ୟବହାର କ୍ଷେତ୍ରରେ ପଛୁଆ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶା କିଛିଟା ଆଗୁଆ ରହିଛି। ଏଠାରେ ମହିଳାଙ୍କ ମଧ୍ୟରେ ପ୍ୟାଡ୍‌ ବ୍ୟବହାର ପରିମାଣ ପ୍ରାୟ ୧୨ରୁ ୧୩%। ସେହିଭଳି ରାଜ୍ୟରେ ଆଦିବାସୀ ବହୁଳ ଅଞ୍ଚଳରେ ଏଭଳି ପ୍ରଡକ୍ଟ ବ୍ୟବହାର ନେଇ ସଚେତନତା ବିଶେଷ ଭାବେ ପହଞ୍ଚିପାରି ନାହିଁ। ଓଡ଼ିଶାରେ ଅଧିକରୁ ଅଧିକ ଆଉଟଲେଟରେ ଏହି ପ୍ରଡକ୍ଟଗୁଡିକୁ ପହଞ୍ଚାଇବା ନେଇ ପଦକ୍ଷେପ ନିଆଯାଉଛି। ସାନିଟାରି ପ୍ୟାଡ୍‌ ବ୍ୟବହାର ନେଇ ସଚେତନତା ବୃଦ୍ଧି ଲାଗି ବିଭିନ୍ନ କ୍ୟାମ୍ପେନ ହାତକୁ ନିଆଯାଇଛି ବୋଲି ନାଇନ ସାନିଟାରି ପ୍ୟାଡ କମ୍ପାନୀର ସିଇଓ ରିଚା ସିଂ କହିଛନ୍ତି।
ଏଠାରେ ଏକ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶା ସମେତ ପଞ୍ଜାବ ଏଜୁକେଶନ ବୋର୍ଡ, ନ୍ୟାଶନାଲ ହେଲ୍‌ଥ କମିଶନ ସହ ମିଳତ ଉତ୍ତର ପ୍ରଦେଶରେ ହୋଇ ସାନିଟାରି ନାପକିନ ବ୍ୟବହାରକୁ ଉତ୍ସାହିତ କରାଯାଉଛି। ସେହିଭଳି ଆଗାମୀ ଦିନରେ ଏଠାରେ ସରକାର ଏବଂ ଆଶା ଓ୍ବାର୍କରଙ୍କ ସହ ମିଶି କାମ କରିବାକୁ ଯୋଜନା ରଖିଛୁ। ଏବେ ଓଡ଼ିଶାରେ ୬ରୁ ୭ ହଜାର ଷ୍ଟୋରରେ କମ୍ପାନୀର ପ୍ରଡକ୍ଟ ଉପଲବ୍ଧ ହେଉଛି। ବର୍ତ୍ତମାନ ପ୍ରଡକ୍ଟର ଗୁଣବତ୍ତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଥିବା ସେ କହିଛନ୍ତି।
ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶର ୧୮% ମହିଳା ଏବଂ ଯୁବତୀଙ୍କ ନିକଟରେ ସାନିଟାରି ନାପକିନ ପହଞ୍ଚିଛି। ଏବେ ବି ସିଂହଭାଗ ଲୋକଙ୍କ ନିକଟରେ ଏହି ପ୍ରଡକ୍ଟ ପହଞ୍ଚି ନାହିଁ। ଏହି ଅଂଶ ମଧ୍ୟରୁ ସାନିଟାରି ପ୍ୟାଡ୍‌ ବ୍ୟବହାର କରିବା ନେଇ ସମ୍ଭାବନା ରହିଥିବା ମହିଳା ଏବଂ ଯୁବତୀଙ୍କ ଅଂଶ ପ୍ରାୟ ୪୦% ହେବ। ଏମାନଙ୍କ ନିକଟରେ ପ୍ରଡକ୍ଟ ପହଞ୍ଚାଇବା ଯୋଜନା ରହିଛି। ସେହିଭଳି ଏନ୍‌ଜିଓ ଏବଂ ସରକାରଙ୍କ ସହାୟତାରେ ଶସ୍ତାରେ ପ୍ୟାଡ୍‌ ଯୋଗାଇବାକୁ ଯୋଜନା ରଖିଛୁ। ପ୍ୟାଡ୍‌ ବ୍ୟବହାର ନେଇ ସଚେତନତା ବଢାଇବାକୁ ହେବ। କେବଳ ଗାଁ ନୁହେଁ ସହରରେ ମଧ୍ୟ ପ୍ୟାଡ ବ୍ୟବହାର ନେଇ ସଙ୍କୋଚ ଦେଖାଯାଉଛି। ଏହାର ଦୂରୀକରଣ ନେଇ ନାଇନ୍‌ କାର୍ଯ୍ୟ କରୁଛି।
ରାଜ୍ୟରେ କମ୍ପାନୀର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, କମ୍ପାନୀ ବର୍ତ୍ତମାନ ସାରା ଦେଶରେ ୨୦୦ କୋଟି ଟଙ୍କାର କାରବାର କରୁଛି। ଆଗାମୀ ୫ ବର୍ଷରେ ୧୦୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଛି। ୯ ରାଜ୍ୟରେ ପ୍ରଡକ୍ଟ ଉପଲବ୍ଧ କରାଯାଉଛି। ଚଳିତ ବର୍ଷ ଆଉ ଅଧିକ ରାଜ୍ୟରେ ପ୍ରଡକ୍ଟ ଉପଲବ୍ଧ କରାଇବା ଲାଗି ପଦକ୍ଷେପ ନିଆଯାଉଛି। ୨ଟି ୟୁନିଟ ସହ ଉତ୍ପାଦନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବାର୍ଷିକ ୯୦ କୋଟି ପ୍ୟାଡ ଉତ୍ପାଦନ ହେଉଛି। ବତ୍ତର୍ମାନ ୧୧୦୦ ଲୋକ କମ୍ପାନୀରେ କାମ କରୁଛନ୍ତି। ଗୁଣବତ୍ତା ପ୍ରଡକ୍ଟକୁ ପ୍ରାଥମିକତା ଦିଆଯାଉଥିବା ବେଳେ ସର୍ବୋତ୍ତମ କଞ୍ଚାମାଲକୁ ଚୟନ କରୁଛୁ। ପ୍ଲାଣ୍ଟରେ ଅଭିଜ୍ଞ ତଥା ତାଲିମ ପ୍ରାପ୍ତ ଶ୍ରମ ଶକ୍ତିଙ୍କୁ ନିଯୁକ୍ତ କରୁଛୁ। ପ୍ରଡକ୍ଟ ପ୍ରସ୍ତୁତି ପରେ ଏହାର ଗୁଣବତ୍ତାର ତ୍ୱରିତ ପରୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri