ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ତୈଳ ବିଶୋଧନାଗାର ରାସ୍ତା

ପାରାଦୀପ,୫ା୮(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ରାସ୍ତାରେ ଫାଟକ ଲଗାଇବାକୁ ନେଇ ୨ବର୍ଷ ତଳେ ଅନେକ ବିବାଦ ମୁଣ୍ଡ ଟେକିଥିଲା। ଏପରି କି ଇଡ୍‌କୋ ଉକ୍ତ ଫାଟକକୁ ନେଇ ଆପତ୍ତି ଉଠାଇବା ସହ ରାସ୍ତାକୁ ମୁକ୍ତ ରଖିବାକୁ ସେତେବେଳେ ବିଶୋଧନାଗାର କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲା। ଫଳରେ ଉକ୍ତ ରାସ୍ତା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଥିଲା। ଏବେ ପୁଣି ରାସ୍ତାରେ ଫାଟକ ଲଗାଯିବା ସହ ସାଧାରଣ ଲୋକଙ୍କ ପାଇଁ ଯାତାୟାତ ବନ୍ଦ କରାଯାଇଛି। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବିଶୋଧନାଗାର କର୍ତ୍ତୃପକ୍ଷ ପ୍ରଶାସନିକ ଭବନ ପଛପଟେ ଏକ ବାଇପାସ୍‌ ରାସ୍ତା କରିଛନ୍ତି। ଉକ୍ତ ରାସ୍ତା ଅଭୟଚାନ୍ଦପୁର ଥାନା ପାଖରୁ ପ୍ରଶାସନିକ ଭବନ ପଛ ଦେଇ ତ୍ରିଲୋଚନପୁର ଗ୍ରାମ ସୀମାକୁ ସଂଲଗ୍ନ ହୋଇଛି। ଏହି ବାଇପାସ ନିର୍ମାଣ ହେବା ଓ ବିଶୋଧନାଗାର ରାସ୍ତା ବନ୍ଦ ହେବା ପରେ ପ୍ରଶାସନିକ ଭବନ ଏବେ ସୁରକ୍ଷା ବଳୟ ଭିତରେ ରହିଯାଇଛି। ଏହା ଦ୍ୱାରା ଆଉ କୌଣସି ସଙ୍ଗଠନ ସେହି ସ୍ଥାନରେ ବିରୋଧ କରିପାରିବେ ନାହିଁ। ସୂଚନାଯୋଗ୍ୟ, ଚଣ୍ଡିଖୋଲ-ପାରାଦୀପ ୫ନଂ.(କ) ଜାତୀୟ ରାଜପଥଠାରୁ ବିଶୋଧନାଗାର ପ୍ରଶାସନିକ ଭବନ ୮କିମି। ଏହି ରାସ୍ତାର ଆରମ୍ଭସ୍ଥଳକୁ ଜିରୋ ପଏଣ୍ଟ କୁହାଯାଏ। ବିଶୋଧନାଗାର ପ୍ରକଳ୍ପ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ। ଏହାର ୫ଟି ପ୍ରବେଶ ପଥ ରହିଛି। ୪ନଂ. ଗେଟ୍‌ ସମ୍ମୁଖରେ ବିଶୋଧନାଗାର ପ୍ରଶାସନିକ ଭବନ। ସେହି ରାସ୍ତା ପାଖରେ ଅଭୟଚାନ୍ଦପୁର ଥାନା, ବ୍ୟାଙ୍କ, ପୋଷ୍ଟ ଅଫିସ, ସିଆଇଏସ୍‌ଏଫ୍‌ କମ୍ପ୍ଲେକ୍ସ ଓ ୨୨ ରାଜସ୍ବ ଗ୍ରାମର ଲୋକେ ଯାତାୟାତ କରନ୍ତି। ଉକ୍ତ ରାସ୍ତାକୁ ବିଶୋଧନାଗାର ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରଶାସନିକ ଭବନ ପାଖରେ ପ୍ରଧାନମନ୍ତ୍ରୀଙ୍କ ବିଶୋଧନାଗାର ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଥିଲା। ସେହି ରାସ୍ତାର ୪ନଂ.ଗେଟ୍‌ ପାଖରେ ବିଶୋଧନାଗାର ଏକ ବିଶାଳ ଫାଟକ କରିଛି। ଏଥିସହ ପ୍ରଶାସନିକ ଭବନର ଅପରପାର୍ଶ୍ୱ ତ୍ରିଲୋଚନପୁର ଗ୍ରାମ ସୀମାରେ ମଧ୍ୟ ଫାଟକ କରାଯାଇଛି। ଏହି ବ୍ୟବସ୍ଥାରେ ଏବେ କୌଣସି ସାଧାରଣ ଲୋକ ବିଶୋଧନାଗାର ଅଫିସକୁ ଯିବା ସହଜ ନୁହେଁ। ୩୩୪୪ ଏକର ବିଶିଷ୍ଟ ବିଶୋଧନାଗାର ପ୍ରକଳ୍ପ ଆରମ୍ଭ ବେଳେ ଯେଭଳି ଅବାଧ ପ୍ରବେଶ ଥିଲା, ଏବେ ତାହା ସମ୍ପୂର୍ଣ୍ଣ ବିପରିତ। ଅର୍ଥାତ୍‌ ସେହି ଅଞ୍ଚଳକୁ ପ୍ରବେଶ କରିବା ଆଦୌ ସମ୍ଭବ ନୁହେଁ। ଏ ପରିକି ପ୍ରକଳ୍ପ ଭିତରକୁ ମୋବାଇଲ, ବାଇକ ସମ୍ପୂର୍ଣ୍ଣ ନିଷେଧ। ୪ ଚକିଆ ଯାନ ପ୍ରବେଶ ପାଇଁ ମଧ୍ୟ କଟକଣା। ଯେଉଁ କାରର ସାଇଲେନ୍ସର ପାଇପ ଆଗରେ ଆଗ୍ନିକ ଡବା (ଢୋଲକି) ନ ଥିବ ତାହା ମଧ୍ୟ ଯାଇପାରିବ ନାହିଁ। ତେବେ ଆଗାମୀ ଦିନରେ ଏହାର ପ୍ରଭାବ ସଙ୍ଗଠନ ଉପରେ କିପରି ପଡୁଛି ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri