ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡ଼ିଛି। ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ମଧ୍ୟ ଭାଙ୍ଗିଗଲାଣି। ଏହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ କୋଡ଼ିଏ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଗ୍ରାମରେ ୧୦ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଭାବିଥିଲେ ଜଳ ସମସ୍ୟା ଦୂର ହେବ। କିନ୍ତୁ କିଛି ଦିନ ଜଳ ଯୋଗାଣ ହେବ ପରେ ତାହା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଗ୍ରାମବାସୀ ଗୋଟିଏ କୂଅ ଏବଂ ଦୁଇଟି ନଲକୂପ ଉପରେ ନିର୍ଭର କରୁଛନ୍ତି। କୂଅ ଏବଂ ନଳକୂପର ପାଣି ଯଥେଷ୍ଟ ନ ହେବାରୁ ଚୁଆପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି। ବିଭାଗୀୟ ଉଦାସୀନତା ଯୋଗୁ ଜଳ ଯୋଗାଣ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଠାକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ହୋଇପାରିନାହିଁ। ଏହାପରେ ଏଠାରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗାଣ ପାଇଁ ସୋଲାର ପ୍ଲେଟ୍‌ ଲଗାଇ ଦିଆଗଲା। କିନ୍ତୁ ଏହା ସତ୍ତ୍ୱେ ଜଳ ଯୋଗାଣ ସୁଚାରୁ ରୂପେ ହୋଇପାରିଲା ନାହିଁ। ଏଣୁ ଏହି ଜଳ ଯୋଗାଣ କେନ୍ଦ୍ରକୁ ଯଥା ଶୀଘ୍ର ମରାମତି କରି ଜଳ ଯୋଗାଇବା ପାଇଁ ଗ୍ରାମବାସୀ ତ୍ରିନାଥ ମାଛ, ଯୋଗେଶ ଖିଲ, ରମେଶ ଖିଲ, କେଶବ ଖିଲ, ଦୟାନିଧି ଖରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନରେ ବିଳମ୍ବ

ଅମରପାଲି,୮ା୮(ପୀତାମ୍ବର ସାହୁ): ଜୁନରେ ଅନାବୃଷ୍ଟି ଏବଂ ଜୁଲାଇରେ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ଚାଷୀଙ୍କ ପାଇଁ ଦ୍ୱିମୁଖୀ ବିପର୍ଯ୍ୟୟ ସୃଷ୍ଟି କରିଛି। ଧାନ,…

ପିଜି ନାମଲେଖା: ପ୍ରଥମ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର,୮ା୮(ସୁଚିସ୍ମିତା ସାହୁ): ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର (ପି.ଜି.) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଶୁକ୍ରବାର ପ୍ରକାଶ…

ଦାୟିତ୍ୱରେ ଅବହେଳା ପଡ଼ିଲା ମହଙ୍ଗା:ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର…

ଆଜିଠାରୁ ‘ମେଟଲ ମିଟ୍‌’ କୁଇଜ୍‌ ମହାକୁମ୍ଭ

ଭୁବନେଶ୍ୱର,୮ା୮(ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ର ଦଶମ ସଂସ୍କରଣ ଶନିବାର ଉଦ୍‌ଘାଟନ ହେବ। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ…

ଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮ା୮(ସୌମ୍ୟରଞ୍ଜନ ରାଉତ): ନୂଆଦିଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri