ସାତକୋଶିଆରେ ୧୮୪୫ ପିଆଇପି, ୨୪୬ ଟ୍ରାଞ୍ଜାକ୍ଟ ଲାଇନ:ବାଘ ସର୍ବେକ୍ଷଣ ଆରମ୍ଭ

ବନ୍ତଳା,୧୭ା୧୨(ଡି.ଏନ.ଏ.)

ଅନୁଗୋଳ ଜିଲା ଆଞ୍ଚଳିକ ବନ ସଂରକ୍ଷଣ ଅଧୀନରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସୋମବାରଠାରୁ ତୃଣଭୋଜି ଓ ମାଂସାସୀ ପ୍ରାଣୀଙ୍କ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହା ୨୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଚାଲିବ। ୧୮ ତାରିଖ ଯାଏ ତୃଣଭୋଜୀ ଓ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ମାଂସାସୀ ପ୍ରାଣୀଙ୍କ ସର୍ବେକ୍ଷଣ କରାଯିବ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳ ତଥା ମୋଟ୍‌ ୧୧୩୬.୭୦ ବର୍ଗ କିଲୋମିଟର ପରିଧିରେ ଏହି ସର୍ବେକ୍ଷଣ କରାଯିବ।
ଏହି ସର୍ବେକ୍ଷଣ ପାଇଁ ନଭେମ୍ବର ୨୦ରେ ବନଖଣ୍ଡସ୍ତରୀୟ ଓ ନଭେମ୍ବର ୨୨ରେ ରେଞ୍ଜ କାର୍ଯ୍ୟାଳୟସ୍ତରୀୟ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତି ବିଟ୍‌କୁ ଗୋଟିଏ ୟୁନିଟ୍‌ ଭାବେ ନିଆଯାଇ ସେଥିରେ ୧୫ଟି ପବ୍‌ ଇମ୍ପ୍ରେସନ ପ୍ୟାଡ୍‌ (ପିଆଇପି) ଓ ଦୁଇଟି ଟ୍ରାଞ୍ଜାକ୍ଟ ଲାଇନ ତିଆରି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ମୋଟ୍‌ ୧୨୩ଟି ବିଟ୍‌ ଥିବାରୁ ୧୮୪୫ଟି ପିଆଇପି ଓ ୨୪୬ଟି ଟ୍ରାଞ୍ଜାକ୍ଟ ଲାଇନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ୪୫ ବିଟ୍‌ରେ ୬୭୫ଟି ପିଆଇପି ଓ ୯୦ଟି ଟ୍ରାଞ୍ଜାକ୍ଟ ଲାଇନ ନିର୍ମାଣ କରାଯାଇଛି। ସେହିପରି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ୩୬ଟି ବିଟ୍‌ରେ ୫୪୦ଟି ପିଆଇପି ଓ ୭୨ଟି ଟ୍ରାଞ୍ଜାକ୍ଟ ଲାଇନ, ଆଠମଲ୍ଲିକ ବନଖଣ୍ଡର ୧୧ଟି ବିଟ୍‌ ଅଞ୍ଚଳରେ ୧୬୫ଟି ପିଆଇପି ଓ ୨୨ ଟ୍ରାଞ୍ଜାକ୍ଟ ଲାଇନ, ଅନୁଗୋଳ ବନଖଣ୍ଡର ୧୪ଟି ବିଟ୍‌ରେ ୨୧୦ଟି ପିଆଇପି ଓ ୨୮ ଟ୍ରାଞ୍ଜାକ୍ଟ ଲାଇନ, ଆଠଗଡ ବନଖଣ୍ଡ ଅଞ୍ଚଳର ୧୪ଟି ବିଟ୍‌ରେ ୨୧୦ ପିଆଇପି ଓ ୨୮ ଟ୍ରାଞ୍ଜାକ୍ଟ ଲାଇନ, ଢେଙ୍କାନାଳ ବନଖଣ୍ଡ ଅଞ୍ଚଳର ଗୋଟିଏ ବିଟ୍‌ରେ ୧୫ ପିଆଇପି ଓ ଦୁଇଟି ଟ୍ରାଞ୍ଜାକ୍ଟ ଲାଇନ, ବୌଦ୍ଧ ବନଖଣ୍ଡର ଦୁଇଟି ବିଟ୍‌ରେ ୩୦ ପିଆଇପି ଓ ୪ଟି ଟ୍ରାଞ୍ଜାକ୍ଟ ଲାଇନ ନିର୍ମାଣ ହୋଇଛି। ପ୍ରତି ବିଟ୍‌ ବା ୟୁନିଟ୍‌ରେ ଜଣେ ଫରେଷ୍ଟରଙ୍କ ସହିତ ୪ ଜଣ ୱାଚରଙ୍କୁ ନିଯୁକ୍ତି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାତକୋଶିଆ ଡିଏଫଓ ରାମାସ୍ବାମୀ ପି, ମହାନଦୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ, ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ, ଆଠମଲ୍ଲିକ ଡିଏଫଓ ଏବଂ ଆଠଗଡ଼ ଡିଏଫଓଙ୍କ ତତ୍ତ୍ୱବାଧାନରେ ଏହି ସର୍ବେକ୍ଷଣ କରାଯାଉଛି। ପ୍ରତ୍ୟେକ ରେଞ୍ଜ ଅଧିକାରୀ ନିଜ ଅଞ୍ଚଳର ତଥ୍ୟ ସଂଗ୍ରହ କରି ଡିଏଫ୍‌ଓମାନଙ୍କୁ ପ୍ରଦାନ କରିବେ।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କୁହନ୍ତି, ଏହା ଚତୁର୍ଥସ୍ତରୀୟ ମନିଟରିଂ କାର୍ଯ୍ୟକ୍ରମ। ୬ ଦିନ ଧରି ଏହି ସର୍ବେକ୍ଷଣ ଏନ୍‌ଟିସିଏ ଗାଇଡ ଲାଇନ ଅନୁଯାୟୀ ହେବ। ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ବାଘ ଓ ତୃଣଭୋଜୀଙ୍କ ସଂଖ୍ୟା ସମ୍ପର୍କରେ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri