ସାତକୋଶିଆରେ ୧୮୪୫ ପିଆଇପି, ୨୪୬ ଟ୍ରାଞ୍ଜାକ୍ଟ ଲାଇନ:ବାଘ ସର୍ବେକ୍ଷଣ ଆରମ୍ଭ

ବନ୍ତଳା,୧୭ା୧୨(ଡି.ଏନ.ଏ.)

ଅନୁଗୋଳ ଜିଲା ଆଞ୍ଚଳିକ ବନ ସଂରକ୍ଷଣ ଅଧୀନରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସୋମବାରଠାରୁ ତୃଣଭୋଜି ଓ ମାଂସାସୀ ପ୍ରାଣୀଙ୍କ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହା ୨୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଚାଲିବ। ୧୮ ତାରିଖ ଯାଏ ତୃଣଭୋଜୀ ଓ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ମାଂସାସୀ ପ୍ରାଣୀଙ୍କ ସର୍ବେକ୍ଷଣ କରାଯିବ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳ ତଥା ମୋଟ୍‌ ୧୧୩୬.୭୦ ବର୍ଗ କିଲୋମିଟର ପରିଧିରେ ଏହି ସର୍ବେକ୍ଷଣ କରାଯିବ।
ଏହି ସର୍ବେକ୍ଷଣ ପାଇଁ ନଭେମ୍ବର ୨୦ରେ ବନଖଣ୍ଡସ୍ତରୀୟ ଓ ନଭେମ୍ବର ୨୨ରେ ରେଞ୍ଜ କାର୍ଯ୍ୟାଳୟସ୍ତରୀୟ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ପ୍ରତି ବିଟ୍‌କୁ ଗୋଟିଏ ୟୁନିଟ୍‌ ଭାବେ ନିଆଯାଇ ସେଥିରେ ୧୫ଟି ପବ୍‌ ଇମ୍ପ୍ରେସନ ପ୍ୟାଡ୍‌ (ପିଆଇପି) ଓ ଦୁଇଟି ଟ୍ରାଞ୍ଜାକ୍ଟ ଲାଇନ ତିଆରି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ମୋଟ୍‌ ୧୨୩ଟି ବିଟ୍‌ ଥିବାରୁ ୧୮୪୫ଟି ପିଆଇପି ଓ ୨୪୬ଟି ଟ୍ରାଞ୍ଜାକ୍ଟ ଲାଇନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ୪୫ ବିଟ୍‌ରେ ୬୭୫ଟି ପିଆଇପି ଓ ୯୦ଟି ଟ୍ରାଞ୍ଜାକ୍ଟ ଲାଇନ ନିର୍ମାଣ କରାଯାଇଛି। ସେହିପରି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ୩୬ଟି ବିଟ୍‌ରେ ୫୪୦ଟି ପିଆଇପି ଓ ୭୨ଟି ଟ୍ରାଞ୍ଜାକ୍ଟ ଲାଇନ, ଆଠମଲ୍ଲିକ ବନଖଣ୍ଡର ୧୧ଟି ବିଟ୍‌ ଅଞ୍ଚଳରେ ୧୬୫ଟି ପିଆଇପି ଓ ୨୨ ଟ୍ରାଞ୍ଜାକ୍ଟ ଲାଇନ, ଅନୁଗୋଳ ବନଖଣ୍ଡର ୧୪ଟି ବିଟ୍‌ରେ ୨୧୦ଟି ପିଆଇପି ଓ ୨୮ ଟ୍ରାଞ୍ଜାକ୍ଟ ଲାଇନ, ଆଠଗଡ ବନଖଣ୍ଡ ଅଞ୍ଚଳର ୧୪ଟି ବିଟ୍‌ରେ ୨୧୦ ପିଆଇପି ଓ ୨୮ ଟ୍ରାଞ୍ଜାକ୍ଟ ଲାଇନ, ଢେଙ୍କାନାଳ ବନଖଣ୍ଡ ଅଞ୍ଚଳର ଗୋଟିଏ ବିଟ୍‌ରେ ୧୫ ପିଆଇପି ଓ ଦୁଇଟି ଟ୍ରାଞ୍ଜାକ୍ଟ ଲାଇନ, ବୌଦ୍ଧ ବନଖଣ୍ଡର ଦୁଇଟି ବିଟ୍‌ରେ ୩୦ ପିଆଇପି ଓ ୪ଟି ଟ୍ରାଞ୍ଜାକ୍ଟ ଲାଇନ ନିର୍ମାଣ ହୋଇଛି। ପ୍ରତି ବିଟ୍‌ ବା ୟୁନିଟ୍‌ରେ ଜଣେ ଫରେଷ୍ଟରଙ୍କ ସହିତ ୪ ଜଣ ୱାଚରଙ୍କୁ ନିଯୁକ୍ତି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାତକୋଶିଆ ଡିଏଫଓ ରାମାସ୍ବାମୀ ପି, ମହାନଦୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ, ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ, ଆଠମଲ୍ଲିକ ଡିଏଫଓ ଏବଂ ଆଠଗଡ଼ ଡିଏଫଓଙ୍କ ତତ୍ତ୍ୱବାଧାନରେ ଏହି ସର୍ବେକ୍ଷଣ କରାଯାଉଛି। ପ୍ରତ୍ୟେକ ରେଞ୍ଜ ଅଧିକାରୀ ନିଜ ଅଞ୍ଚଳର ତଥ୍ୟ ସଂଗ୍ରହ କରି ଡିଏଫ୍‌ଓମାନଙ୍କୁ ପ୍ରଦାନ କରିବେ।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କୁହନ୍ତି, ଏହା ଚତୁର୍ଥସ୍ତରୀୟ ମନିଟରିଂ କାର୍ଯ୍ୟକ୍ରମ। ୬ ଦିନ ଧରି ଏହି ସର୍ବେକ୍ଷଣ ଏନ୍‌ଟିସିଏ ଗାଇଡ ଲାଇନ ଅନୁଯାୟୀ ହେବ। ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ବାଘ ଓ ତୃଣଭୋଜୀଙ୍କ ସଂଖ୍ୟା ସମ୍ପର୍କରେ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri