ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପତ

ରାଇସୁଆଁ,୨୬।୪(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କ ଥାଇଥାନ ପାଇଁ ବହୁ ଯୋଜନା କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ କେତେକ ନେତାଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ବହୁ ଗରିବ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର କୁଡିଆଘେରା ଗ୍ରାମର ପତମାଝୀଙ୍କ କ୍ଷେତ୍ରରେ। ପତମାଝୀ ଜନ୍ମରୁ ଦିବ୍ୟାଙ୍ଗ। ସେ ସମ୍ପୂର୍ଣ୍ଣ ଭାବେ କଥାବାର୍ତ୍ତା କରିପାରନ୍ତି ନାହିଁ। ତାଙ୍କର ଏପରି ଅବସ୍ଥା ଯୋଗୁଁ ସେ ଅବିବାହିତ ଅଛନ୍ତି। ତେବେ ଏହି ଅବସ୍ଥାରେ ତାଙ୍କୁ ତାଙ୍କ ଘର ଲୋକ ମଧ୍ୟ ପଚାରୁନାହାନ୍ତି। ଆଗରୁ ପର ଘରେ କାମଧନ୍ଧା କରିଚଳୁଥିବା ବେଳେ  ବୟସାଧିକ ଯୋଗୁଁ ଶାରିରୀକ ଦୁର୍ବଳତା ଫଳରେ ସେ ଆଉ କିଛି କାମଧନ୍ଧା କରିପାରୁ ନାହାନ୍ତି। ଏବେ ପଡିଶା ଘରର ଲୋକମାନେ କିଛି ଦୟାକରି ଦେଲେ ଖାଇ ଚଳୁଥିବା ପଡୋଶି ଘରର ଲୋକ ମାନେ କହିଛନ୍ତି। ବୟସ ୭୦ ଟପିଗଲାଣି ମଧ୍ୟ ଆଜିଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନି ବୋଲି ତାଙ୍କ ପଡୋଶୀ ଲୋକେ ଅଭିଯୋଗ କରିଛନ୍ତି। ଅସହାୟ ଦିବ୍ୟାଙ୍ଗ ପତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଜିଲାପ୍ରଶାସନ ନିକଟ ରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri