ସର୍ବକ୍ଷମା ଅବଧି ବୃଦ୍ଧି ଦାବି

ଭୁବନେଶ୍ୱର,୪।୨(ବ୍ୟୁରୋ): ଯେଉଁମାନେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ପ୍ଲାନ୍‌ ନେଇ ମଞ୍ଜୁରୀଠାରୁ ଅଧିକ ନିର୍ମାଣ କରିଛନ୍ତି କିମ୍ବା ନ ନେଇ ଘର ତିଆରି କରିଛନ୍ତି, ସେମାନେ ଜରିମାନା ଦେଇ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିପାରିବେ। ଏଥିପାଇଁ ୨୦୧୮ ଜୁନ୍‌ରୁ ରାଜ୍ୟ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ୍‌)ର ଅବଧି ଆସନ୍ତା ୫ ତାରିଖରେ ଶେଷ ହେବ। ଏହାପରେ ଆଉ କୌଣସି କ୍ଷମା ନାହିଁ। ତେଣୁ ସବୁ ବେଆଇନ ନିର୍ମାଣ ଭଙ୍ଗାଯିବ ବୋଲି ବିଡିଏ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ଘର ମାଲିକମାନେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମେତ ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍‌ମେଣ୍ଟ ଅଥରିଟି)ରେ ବେଆଇନ ନିର୍ମାଣକୁ ନିୟମିତ(ରେଗୁଲାରାଇଜ୍‌) କରିବା ପାଇଁ ଭିଡ଼ ଜମାଇଛନ୍ତି। ତେବେ ଏହି ଯୋଜନାରେ ଆବେଦନ କରିବାକୁ ହେଲେ ମାଲିକମାନଙ୍କୁ ପଞ୍ଜିକୃତ ଆର୍କିଟେକ୍ଟଙ୍କର ସହାୟତା ନେବାକୁ ପଡ଼ୁଛି। ଅବଧି ଶେଷ ହୋଇ ଆସୁଥିବାରୁ ପ୍ରବଳ ଭିଡ଼ ଯୋଗୁ ଲୋକମାନେ ଆର୍କିଟେକ୍ଟ ପାଇ ପାରୁନାହାନ୍ତି। ଏଥିଯୋଗୁ ଜନଅସନ୍ତୋଷ ଦେଖାଦେଇଛି। ଏହି ସର୍ବକ୍ଷମା ଯୋଜନା ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ରାଜସ୍ବ ବୃଦ୍ଧି ହେଉଥିବା ବେଳେ ଏହି ଯୋଜନାକୁ କାହିଁକି ସରକାର ବନ୍ଦ କରୁଛନ୍ତି ବୋଲି ସୋମବାର ବିଡିଏକୁ ଆବେଦନ ପାଇଁ ଆସିଥିବା ଘରମାଲିକ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହି ଯୋଜନାର ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି।
ରାଜ୍ୟ ସରକାର ୨୦୧୮ ଜୁନ୍‌ ୨୦ ତାରିଖରେ ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ୍‌) ଆରମ୍ଭ କରିଥିଲେ। ରାଜ୍ୟରେ ଥିବା ୯ଟି ଉନ୍ନୟନ କର୍ତ୍ତୃପକ୍ଷ(ଡେଭଲପ୍‌ମେଣ୍ଟ ଅଥରିଟି)ରେ ଏହାକୁ ଲାଗୁ କରାଯାଇଛି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନରେ ଥିବା ନିୟମାବଳୀ ଆଧାରରେ ନିୟମ ଉଲ୍ଲଂଘନକାରୀ ଏହି ସୁବିଧା ପାଇବେ। ପ୍ରଥମେ ଏହାକୁ ୬ ମାସ ପାଇଁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିଲା।
ବେଆଇନ ଘର, ପାର୍କିଂକୁ ନିୟମିତ କରିବାକୁ ହେଲେ ଆବେଦନକାରୀଙ୍କୁ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ରେଗୁଲେଶନରେ ଥିବା କମ୍ପାଉଣ୍ଡିଂର ୪୦ ପ୍ରତିଶତ ଅଧିକ ଦେବାକୁ କୁହାଯାଇଥିଲା। ମହାନଗର ନିଗମ ଅଞ୍ଚଳ ପାଇଁ ଘରର ଚାରିପାଖ ଅଧିକ ନିର୍ମାଣ କରିଥିଲେ ପ୍ରତି ବର୍ଗମିଟରକୁ କମ୍ପାଉଣ୍ଡିଂ ମୂଲ୍ୟର ୧.୪ ଗୁଣ, ମ୍ୟୁନିସିପାଲିଟି ପାଇଁ ୧.୩, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଁ ୧.୨ ଏବଂ ଗ୍ରାମାଞ୍ଚଳ ଲାଗି ୧.୧ଗୁଣ ଜରିମାନା ଦେବାକୁ ଘୋଷଣା କରାଯାଇଥିଲା। ଦୁଇଥର ଏହାର ଅବଧି ବୃଦ୍ଧି କରାଯାଇଥିଲେ ମଧ୍ୟ ଜରିମାନା ରାଶି ଅଧିକ ହେବାରୁ ତାହା ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଲା ନାହିଁ। ଫଳରେ ବାଧ୍ୟହୋଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜରିମାନା ରାଶିକୁ ପ୍ରତି ବର୍ଗମିଟରକୁ ୨୫୦ ଏବଂ ୫୦୦ ଟଙ୍କାକୁ ହ୍ରାସ କରିଥିଲା। ଏହାର ଅବଧିକୁ ମଧ୍ୟ ଆଉ ୬ ମାସ ପାଇଁ ବଢ଼ାଯାଇଥିଲା। ସଂଶୋଧିତ ବିଜ୍ଞପ୍ତି ୨୦୧୯ ଅଗଷ୍ଟ ୬ ତାରିଖରେ ପ୍ରକାଶ କରାଗଲା। ତେବେ ଏହି ଅବଧିକୁ ଆଉ ୬ ମାସ ବଢ଼ାଇବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜନସାଧାରଣଙ୍କ ଆଗ୍ରହକୁ ଦେଖି ଅବଧି ବଢ଼ାଇବାର ଆବଶ୍ୟକତା ରହିଛି। ସରକାର ଏହା ଉପରେ ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri