ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଉଦ୍ଦେଶ୍ୟ ଥିଲା ରାଜାଙ୍କଠାରୁ ହତ୍ୟା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ସଂଗ୍ରହ କରିବା। ହେଲେ ବୁଧବାର ରାଜାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିଲେ ମଧ୍ୟ ପୋଲିସକୁ କିଛି ନୂଆ ତଥ୍ୟ ମିଳିନାହିଁ। ଆଇନଗତ ଦୃଷ୍ଟିରୁ ରାଜାଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ଥିବାରୁ ପୋଲିସ ତାଙ୍କୁ ତନତନ କରି ଜେରା କରିଥିଲା। ଏବେ ଭିସେରା ରିପୋର୍ଟକୁ ଅପେକ୍ଷା। କାରଣ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ପାକସ୍ଥଳୀରେ ବିଷକ୍ରିୟା ହୋଇଥିବା ଜଣାପଡିଥିଲା। ଭିସେରା ରିପୋର୍ଟ ଆସିଲା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ତର୍ଜମା କରାଯିବ। ଯଦି ବିଷ କିମ୍ବା ଔଷଧ ଆଦି ଦିଆଯାଇ ନିହାରିକାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବ ତେବେ ପୁଣି ରାଜାଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଚିନ୍ତା କରିବ। ଏହା ହତ୍ୟା ଘଟଣାକୁ ନୂଆ ମୋଡ଼ ଦେଇପାରେ। ଏହି ସୂଚନା ଦେଇଛନ୍ତି, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍‌।
ଏସ୍‌ଡିପିଓ କହିଛନ୍ତି, ରାଜା ବର୍ଷା ରାତିରେ ଯେଉଁଭଳି ଭାବରେ ସାହସ ଜୁଟାଇ ତଥ୍ୟ, ପ୍ରମାଣ ନଷ୍ଟ ପାଇଁ ମୃତଦେହ ନଦୀରେ ଭସାଇ ଦେଇଥିଲେ ତାହା ଜଣେ ପେସାଦାର ଅପରାଧୀ ମଧ୍ୟ କରିବା କଷ୍ଟକର। ଏହି କଥାକୁ ସହଜରେ ଗ୍ରହଣ କରାଯାଉ ନ ଥିଲା। ରାଜାଙ୍କ ଏହି ବୟାନର ସତ୍ୟତା ପରଖିବା ପାଇଁ ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ପୁଣି ଜେରା କରିଥିଲା। କିନ୍ତୁ ରାଜା ତାଙ୍କ ବୟାନ ବଦଳାଇ ନ ଥିଲେ। ରାଜା ସମସ୍ତ ଘଟଣା ଏସ୍‌ପି ପ୍ରକାଶ ଆର୍‌ଙ୍କ ନିକଟରେ ଡେମୋ କରି ଦେଖାଇଥିଲେ ସୁଦ୍ଧା ପୋଲିସ ଅଧିକ ଅନୁଧ୍ୟାନ ପାଇଁ ରିମାଣ୍ଡରେ ନେଇଥିଲା।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଭିଙ୍ଗାରପୁରର ଗଗନ ପାତ୍ର ଓ ପ୍ରତିମା ପାତ୍ରଙ୍କ ଝିଅ ନିହାରିକା ୫ ବର୍ଷ ତଳେ ବରିଡ଼ି ଅଞ୍ଚଳରେ ରହି ନସିର୍ଂ ଟ୍ରେନିଂ ନେଉଥିଲେ। ଏହି ସମୟରେ ତାଙ୍କର ବରିଡ଼ି ହାଜିପୁରର ରାଜାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ନିହାରିକା କଟକରେ ନର୍ସିଂ ଚାକିରି କରିଥିବାବେଳେ ରାଜା ସେଠାରୁ ତାଙ୍କୁ ଗତ ୮ ତାରିଖ ଦିନ ନେଇ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଅଖାରେ ବାନ୍ଧି ବିଲୁଆ ଖାଇ ନଦୀରେ ଫିଙ୍ଗି ଦେଇଥିଲେ। ନିହାରିକା ନିଖୋଜ ନେଇ ମଧୁପାଟଣା ଥାନାରେ ଅଭିଯୋଗ ଓ ବିରିଡ଼ିରୁ ମୃତଦେହ ମିଳିବା ପରେ ଘଟଣା ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri