ସରିଲା ଡଗ୍‌ ଶୋ’:‘ଜାମ୍ପି’କୁ ବେଷ୍ଟ ଇନ୍‌ ଶୋ’ ପୁରସ୍କାର

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): କୁକୁର ହୋଇ ମଧ୍ୟ ମାଲିକ ପ୍ରତି ଥିବା ବିଶ୍ୱସନୀୟତା ପ୍ରତିପାଦିତ କରୁଥିଲେ। ମାଲିକଙ୍କ ଆଜ୍ଞାଧୀନ ହୋଇ ବିଚାରକଙ୍କ ସବୁ କଥାକୁ ମାନୁଥିଲେ ସେମାନେ। ଏଭଳି ଦେଖିବାକୁ ମିଳିଥିଲା ଡଗ୍‌ ଶୋ’ରେ। ରବିବାର ଶେଷ ହୋଇଯାଇଛି ଡଗ୍‌ ଶୋ’। ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ଚାଲୁଥିବା ଏହି ଶୋ’ର ଉଦ୍‌ଯାପନୀ ଦିବସରେ ଥିଲା ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚମ୍ପିୟନ୍‌ଶିପ୍‌ ଡଗ୍‌ ଶୋ’। ବିଭିନ୍ନ ପ୍ରଜାତିର କୁକୁର ଭିନ୍ନ ଭିନ୍ନ ପୋଷାକରେ ସାଜସଜା ହୋଇ ପଡ଼ିଆରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ବିଚାରକଙ୍କ କଥା ମାନି ନିଜ ପାରଦର୍ଶିତା ଦେଖାଇଥିଲେ। କୁକୁରଙ୍କ ଏଭଳି ଚମତ୍କାର ଖେଳ ଦେଖି ଉପସ୍ଥିତ ଦର୍ଶକ ଭରପୂର ମଜା ନେଇଥିଲେ। ଏଥିରେ ଜର୍ମାନ ସେଫର୍ଡ, ପଗ୍‌, ଲାବ୍ରାଡର, ଗୋଲ୍ଡେନ୍‌ ରେଟ୍ରିଭର, ବେଲଜିଆନ ମାଲିନଏସ୍‌, ବକ୍ସର, ଆମେରିକାନ କକର ସ୍ପାନିଏଲ, ଡୋବରମ୍ୟାନ, ଡାଲମାସିଆନ, ଗ୍ରେଟ୍‌ ଡେନ୍‌, ଅକିତା, କାନ୍‌ କର୍ସୋ, ବୁଲ୍‌ମାସ୍ତିଫ, ପୋମେରିଆନ୍‌, ସାଇବେରିଆନ ହସ୍କି, ସେଣ୍ଟ ବର୍ନାଡ, ଶି ଜୁ, ବିଗଲ୍‌, ହ୍ବିପେଟ୍‌, ମିନ୍‌ ପିନ୍‌, ଚିଓ୍ବାଓ୍ବା, ଚାଓ ଚାଓ, ଲାସା ଆପ୍ସୋ, ପଶ୍ମି, କାରାଭାନ୍‌ ହାଉଣ୍ଡ ସମେତ ୩୮ ପ୍ରଜାତିର ୨୮୦ କୁକୁର ଭାଗ ନେଇଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଶୋ’ରେ ‘ସିପର୍କି’ ପ୍ରଜାତିର ଏକ କୁକୁର ଭାଗ ନେଇଥିଲା। ଏହି ପ୍ରଜାତିର କୁକୁର ପ୍ରଥମ ଥର ପାଇଁ ଏହି ଶୋ’ରେ ନୁହେଁ ବରଂ ଭାରତରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। କୋଲକାତା, ବାଙ୍ଗାଲୁରୁ, ଉଟି, ତାମିଲନାଡ଼ୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ସମେତ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁରରୁ କୁକୁରମାନେ ଆସିଥିଲେ। ଭିନ୍ନ ଭିନ୍ନ ପ୍ରଜାତିର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଚଳିତ ବର୍ଷ କ୍ଲବ୍‌ ତା’ର ୫୯ ଓ ୬୦ ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚମ୍ପିଆନଶିପ୍‌ ଶୋ’ କରିଥିଲା। ଏଥିରେ ସ୍ବେଡେନ୍‌ରୁ ଇଭା ଲିଲ୍‌ଜେକ୍‌ଭିସ୍ତ ଓ ଲାଟଭିଆରୁ ରିତା ଖଡିକେ ସ୍କାଡିନା ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ। ବାଙ୍ଗାଲୋରର ରିତେଶ ମିତ୍ତଲଙ୍କ ଜର୍ମାନ ସେଫର୍ଡ ‘ଜାମ୍ପି’ ଉଭୟ ୫୯ତମ ଓ ୬୦ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ରେ ବେଷ୍ଟ ଇନ୍‌ ଶୋ’ ଭାବେ ପୁରସ୍କୃତ ହୋଇଥିଲା। କୋଲକାତାର ଦୀପଶିଖା ଆଦିତ୍ୟଙ୍କ ଡୋବରମ୍ୟାନ ‘ଜାଇଲା’ ୫୯ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ ଏବଂ କୋଲକାତାର ସୌରଭ ଚୌଧୁରୀଙ୍କ ଲାବ୍ରାଡର ‘ଲାବ୍ରାମାରିନ’ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଶୋ’ ସମ୍ପର୍କରେ କ୍ଲବ୍‌ର ଅବୈତନିକ ସମ୍ପାଦକ ସୁବ୍ରତ ପୃଷ୍ଟି କୁହନ୍ତି, ପ୍ରତିବର୍ଷ ପରି ଏଥର ମଧ୍ୟ ଶୋ’ ଭଲରେ ସମ୍ପାଦିତ ହୋଇଛି। ଆମେ ଯାହ ଆଶା କରିଥିଲୁ ତାହା ହୋଇଛି। ଗତବର୍ଷଠାରୁ ଏଥର ଅଧିକ ପ୍ରଜାତିର ସଂଖ୍ୟକ କୁକୁର ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri