ଦିଗପହଣ୍ଡି,୧୬ା୨(ଡି.ଏନ୍.ଏ.) – ଦିଗପହଣ୍ଡି ବ୍ଲକ କରପଡା ସରପଞ୍ଚ ଗାୟତ୍ରୀ ପ୍ରଧାନଙ୍କୁ ବିପକ୍ଷ ଗୋଷ୍ଠୀର ରାମେଶ୍ୱର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ଶନିବାର ଅପରାହ୍ନରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦରେ ସରପଞ୍ଚଙ୍କ ଗୋଷ୍ଠୀ ପକ୍ଷରୁ ରାମେଶ୍ୱର ଓ ପ୍ରଶାନ୍ତଙ୍କୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ଦ୍ୱୟଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ କରପଡା ଗାଁ ଅଶାନ୍ତ ହୋଇପଡିଛି। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଗଁ।ରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ସରପଞ୍ଚଙ୍କ ସ୍ବାମୀ, ଦିଅର ଫେରାର ଥିବା ପୋଲିସ କହିଛି। ଗଁ।ରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଚିକିଟି ଏସ୍ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି।
ପ୍ରକାଶ ଯେ, ଗ୍ରାମର ଅଭିମନ୍ୟୁ ପ୍ରଧାନ ଓ ତାଙ୍କ ଭାଇ ଜଗନ୍ନାଥଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଶନିବାର ଅପରାହ୍ନରେ ଜଗନ୍ନାଥ ତାଙ୍କ ସାନ ଭାଇ ଅଭିମନ୍ୟୁଙ୍କ ଘର ପୁନାଦିକୁ ଜବରଦସ୍ତ ଖୋଳିବାରୁ ସେ ପ୍ରତିବାଦ କରିଥିଲେ। ଜଗନ୍ନାଥ ଓ ତାଙ୍କ ପୁଅ ରାମେଶ୍ୱର ଏବଂ ସାଙ୍ଗ ପ୍ରଶାନ୍ତ ମିଶି ଅଭିମନ୍ୟୁଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ସମ୍ପର୍କୀୟ ସରପଞ୍ଚ ଗାୟତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇ ଗାୟତ୍ରୀଙ୍କ ଗୋଷ୍ଠୀ ପହଞ୍ଚତ୍ ସେମାନଙ୍କୁ ଆକ୍ରମଣ କରିଥିଲେ।
ଏନେଇ ସରପଞ୍ଚ ପ୍ରଧାନଙ୍କୁ ପଚାରିବାରୁ, ଶନିବାର ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିଲା। ସେଠାରୁ ଘରକୁ ଫେରି ବିଶ୍ରାମ ନେଉଥିବା ବେଳେ ଘର ସମ୍ମୁଖରେ ପାଟିତୁଣ୍ଡ ଶୁଣିଥିଲି। ବାହାରକୁ ଆସି ଅଭିମନ୍ୟୁ ଓ ଜଗନ୍ନାଥଙ୍କୁ ପାଟିତୁଣ୍ଡ ବନ୍ଦ କରିବାକୁ କହିବା ସହ ୨୦ ତାରିଖରେ ଥାନାରେ ସମାଧାନ ପାଇଁ ସ୍ଥିର ହୋଇଛି। ତା ପୂର୍ବରୁ କାହିଁକି ପୁନାଦି ଖୋଳୁଛ ବୋଲି କହିବାରୁ ତାଙ୍କୁ ରାମେଶ୍ୱର ଓ ପ୍ରଶାନ୍ତ ଗାଳିଗୁଲଜ କରିଥିଲେ। ତାଙ୍କ ଶାଶୁ ପହଞ୍ଚତ୍ବାରୁ ତାଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରେ ସ୍ବାମୀ ଓ ଦିଅର ପହଞ୍ଚତ୍ବା ପରେ ଉଭୟ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ ବୋଲି କହିଛନ୍ତି। ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ହୋଇନାହିଁ।
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…
ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…
ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…
ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…
ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…
Archives

