Posted inରାଜ୍ୟ

ସରକାରୀ ଯୋଜନାରୁ ବଞ୍ଚିତ ୯ ହିତାଧିକାରୀ: ଆବେଦନ ସତ୍ତ୍ୱେ ମିଳୁନି ଭତ୍ତା

ବଅଁରପାଳ, ୩୧।୫ (ଡି.ଏନ୍‌.ଏ.) – ସରକାର ବୃଦ୍ଧା, ବୃଦ୍ଧ, ସ୍ବାମୀହରା ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଅନେକ ସମୟରେ ଏହି ଯୋଜନାରେ ସାମିଲ ହେବାକୁ ବହୁ ବ୍ୟକ୍ତିଙ୍କ ଯୋଗ୍ୟତା ଥିଲେ ବି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଅବହେଳା ଯୋଗୁ ସେମାନଙ୍କୁ ବଞ୍ଚତ୍ତ ହେବାକୁ ପଡ଼ୁଛି। ଭତ୍ତା ଆଶାରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ ବ୍ଲକ ପର୍ଯ୍ୟନ୍ତ ଦୌଡ଼ୁଥିଲେ ମଧ୍ୟ ହିତାଧିକାରୀ ହୋଇପାରୁ ନାହାନ୍ତି। ବଅଁରପାଳ ବ୍ଲକ ବଳରାମପ୍ରସାଦ ସିତୁରା ସାହିରେ ରହୁଥିବା ୯ଜଣ ବୃଦ୍ଧା, ବୃଦ୍ଧ ଓ ସ୍ବାମୀହରା ସରକାରଙ୍କ ଏହି ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି।
ସାହିର ଚଞ୍ଚଳା ପ୍ରଧାନ। ବୟସ ୬୦ ବର୍ଷ। ସ୍ବାମୀ ପ୍ରଫୁଲ୍ଲ ପ୍ରଧାନ ଦୁଇ ବର୍ଷ ହେଲା ମୃତ୍ୟୁବରଣ କରିଛନ୍ତି। କିନ୍ତୁ ବାରମ୍ବାର ଆବେଦନ ପରେ ବି ଚଞ୍ଚଳାଙ୍କୁ ବିଧବା ଭତ୍ତା ମିଳିନାହିଁ। ସାହିର ମାନି ଗୋଚ୍ଛାୟତଙ୍କୁ ୬୦ ଟପିଲାଣି। ତାଙ୍କ ସ୍ବାମୀ ହେମନ୍ତ ଗୋଚ୍ଛାୟତଙ୍କ ଦେଢ଼ ବର୍ଷ ହେବ ମୃତ୍ୟୁ ହୋଇଛି। ତାଙ୍କ ଆଖିକୁ ମଧ୍ୟ ଦେଖାଯାଉନି। ସେ ଭିନ୍ନକ୍ଷମ ସାଙ୍ଗକୁ ବିଧବା ହୋଇଥିଲେ ମଧ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ସୋମନାଥ ବେହେରା(୬୫), କୁମର ଦେହୁରୀ(୭୦), କାଳିଆ ଦେହୁରୀ(୬୫), ଗେହ୍ଲେଇ ପ୍ରଧାନ(୭୦), ସୌଦା ପ୍ରଧାନ(୬୫), କ୍ଷୀରି ମାଝି(୬୦)ଙ୍କ ମଧ୍ୟ ଏଯାଏ ଭତ୍ତା ଯୋଜନାରେ ସାମିଲ କରାଯାଇ ନାହିଁ। ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ ବି ଭତ୍ତା ମିଳିପାରୁ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଡିଓ ସ୍ବରୂପାନନ୍ଦ ସାହୁଙ୍କ ଫୋନ ନ ଲାଗିବାରୁ ମତାମତ ମତାମତ ମିଳିପାରିନାହିଁ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଶ୍ମି ରେଖା କହିଛନ୍ତି, ହିତାଧିକାରୀମାନେ ପୁନଶ୍ଚ ବ୍ଲକ କାର୍ଯ୍ୟାଳୟରେ ଦରଖାସ୍ତ ଆବେଦନ କରନ୍ତୁ। ନିଶ୍ଚିତ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀ ପିନ୍ଧିଥିବା ଶାଢ଼ୀରେ ତଣ୍ଟି ଚିପି…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri