ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ ପାରମ୍ପରିକ୍‌ କଉଲିକ୍‌ ବୁରତି ଅଛେ। ଯେନ୍‌ଥିରେ ଭିନେ ଭିନେ ସମାଜର କାରିଗରମାନେ ଦିନ୍‌ ରାଏତ୍‌ ପରିଶ୍‌ରମ କରି ବାପ୍‌ଅଜା ଅମଲୁ ନିଜର କୁଟୁମ ପୁଷିଆସୁଛନ୍‌। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଇ ସବୁ ପାରମ୍ପରିକ ବୁରତି ବୁଡ଼ବାର ଉପରେ ରହିଛେ। ଆଘ ଆମର ସମାଜରେ ଲୋକ୍‌ ମାଟି ହଁାଡ଼ି, ପାତଲି, ମଠିଆ ଲେଖେଁ ଅନେକ ମାଟି ତିଆରି ଜିନିଷ ବେଭାର କରୁଥିଲେ। ହେଲେ ଦିନୁଦିନ୍‌କେ ଭିନେ ଭିନେ ଧାତୁର ବାସନ ବରତନ୍‌ ବଜାରକେ ଆଏଲାରୁ ମାଟି ଜିନିଷର ଚାହିଦା କମିଯାଇଛେ। ଯେନ୍‌ଥିରଲାଗି ଅନେକ କାରିଗର ନିଜର କଉଲିକ ବୁରତି ଛାଡ଼ି ଉନିଆ କାମ୍‌ଧଁଦା କଲାବେଲେ ଆରକେତେ ଭିନେ ଭିନେ କଲା କଉଶଲ ଆପନେଇ ଆଧୁନିକତାର ସଂଗେ ତାଲ ଦେଇ ଚାଲିଛନ୍‌। ଆଏଜ୍‌ ବି ସମାଜରେ ଭିନେ ଭିନେ ମାଏଟ୍‌ ତିଆରି ସଉଖିନ କଳାକୁରତି, ଟେରାକୋଟାର ଚାହିଦା ରହିଛେ। ହେଲେ ଇ ମାଟି କାରିଗରମାନକର ଲାଗି ବଜାର ବେବସ୍‌ତା ଆର ସରକାରୀ ପୋରଛାହନ୍‌ର ବଡ଼ଭାରି ଅଭାବ ରହିଛେ। ଯେନ୍‌ଥିରଲାଗି ଅନେକ କାରିଗର ପରିବାର ଏହେଦେ ଦୁରଦିନ୍‌ରେ ଗତି କରୁଛନ୍‌। ସେନ୍‌ତା ଆରକେତେ କାରିଗର ପରିବାର କଉଲିକ ବୁରତିରୁ ମୁହଁ ଫିରେଇ ଉନିଆ କାମ୍‌ଧଁଦା କରୁଛନ୍‌। କଲମପୁର ବ୍ଲକ ଅଂଚଲର ଧନପୁର ଭଇଁରି, ମାନପଡା, ଭାଟିଗାଁ, ଖଣ୍ଡିଡଙ୍ଗରିଗୁଡା, ବିନ୍ଦାଣିଗୁଡା, ଇଚ୍ଛାପୁର, ଭରୁଆମୁଣ୍ଡା, କଲମପୁର, ବ୍ରାହ୍ମଣ କେନ୍ଦୁଗୁଡା, ବନ୍ଦବଜା, ଟେମରା, ପରୁଆଗୁଡା, ବୋଦେଲବନ୍ଧ, ବିଜମରା, ମାଠିଆପଡା, ସାନକୁଟ୍ରୁ ଆଦି ଗାଁମାନକେ ଆଗରୁ କୁମ୍ଭାର ସମାଜର ଲୋକମାନେ ମାଟି ସାମାନ ତିଆରି, ବିକାଭଂଗା କରି ନିଜର କୁଟୁମ ପୁଷୁଥିଲେ। ହେଲେ ଦୁଖର କଥା ଆଏଜ୍‌ ବି ଇ କାରିଗରମାନେ ସରକାରୀ ପୋରଛାହନ୍‌ରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବଜାର ବେବସ୍‌ତା ନାଇଁଥିବାର ଲାଗି କାରିଗରମାନେ ମାଟି ସାମାନ ତିଆର କଲେ ବି ବିକ୍‌ରିବଟା ଅଭାବୁ ଦୁରଦିନ୍‌ରେ ଗତି କରୁଛନ୍‌। ଯେତେ ଜଲଦି ହେବା ସରକାର ଇ କାରିଗରମାନକୁ ପୋରଛାହନ ଯୁଗେଇ ଦେବାର ସଂଗେ ବଜାର ବେବସ୍‌ତା କରବାର ଲାଗି ଅଂଚଲର ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri