ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିସତ୍ା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିସତ୍ାଳୟ, ବ୍ଲକମାନକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲୁଛନ୍‌। ହେଲେ କେନ୍‌ଠାନେ ଡାକ୍‌ତର ମର୍‌ଡି ତ ଆରକେନ୍‌ନେ ଡାକ୍‌ତରଖାନା କତୁରପକ୍ଷ ସରକାରୀ ନିୟମକେ ବେଖାତିର କରୁଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ୍‌ରେ।
ସୂଚନା ହିସାବେ, ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୪ଟା ପଁଚେତ୍‌ ସମେତ ଅତାବିରା ଏନ୍‌ଏସିର ଲୋକ୍‌ମାନେ ନିରଭର କରୁଛନ୍‌। ହେଲେ ସ୍ବାସ୍ଥ୍ୟ କେନ୍ଦ୍ରଟା ଲୁକ୍‌କୁ ଚିକିସତ୍ା ସେବା ଯୁଗେଇ ବେବାରେ ବିଫଲ ହେଇଥିବାର ଲୋକ୍‌ ଅଭିଯୋଗ କରିଛନ୍‌। ରାଏଜ୍‌ ସରକାର ବଢ଼ତି ଖରା ଝାଉକେ ଦେଖି ସ୍କୁଲ, କଲେଜ ଛୁଟି ଘୋଷନା କରବାର ସଂଗେ ସରକାରୀ ଅଫିସମାନ ବି ସଖାଲୁଆ କରିଛନ୍‌। ସେନ୍‌ତା ଏପ୍ରିଲରୁ ସେପ୍ଟେମ୍ବର ତକ୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରମାନ ସଖାଲର ୭ରୁ ୧୧ ବଜେ ତକ୍‌ ଆର ଦୁଇପହରର ୪ରୁ ୬ ବଜେ ତକ୍‌ ଖୁଲବାର ନିୟମ ଅଛେ। ଅକ୍ଟୋବରରୁ ମାର୍ଚ୍ଚ ସଖାଲର ୮ରୁ ୧୨ ବଜେ ତକ୍‌ ଆର ଦୁଇପହରର ୩ରୁ ୫ ବଜେ ତକ୍‌ ଖୁଲା ରଖବାର ସରକାରୀ ନିୟମ ରହିଛେ। ହେଲେ ଇ ସରକାରୀ ନିୟମକେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କେହେନ୍‌ସି କରମ୍‌ଚାରୀ କି ଡାକ୍‌ତର ନାଇଁ ମାନୁଥିବାର ଦେଖ୍‌ବାକେ ମିଲିଛେ। ଅଭିଯୋଗ ଅନ୍‌ସାରେ ଡାକ୍‌ତରମାନେ ଡାକ୍‌ତରଖାନାକେ ସଖାଲର ୮ ବଜେ ଉତାରୁ ଆସୁଛନ୍‌। ଇ ଘଟନା ବାବ୍‌ଦେ ଥାନୀୟ ପରତିନିଧି ଖବର ଠୁଲାବେ ଶୁକୁରବାର ସକାଲୁ ଅତାବିରା ଡାକ୍‌ତରଖାନାକେ ଗଲାରୁ ରୁଗୀ ଡାକ୍‌ତରଖାନା ମୁହେଁ ବସିଛନ୍‌, ହେଲେ ୮ ବଜେ ତକ୍‌ ଡାକ୍‌ତରମାନକର ଦେଖାଦରଶନ୍‌ ନାଇଁଥାଇ। ସଖାଲର ୮ ବାଜି ୫ ମିନିଟରେ ଦଁାତ ଡାକ୍‌ତର, ୮.୧୦ରେ ଆୟୁଷ ଡାକ୍‌ତର ଆର ବାକି ସବୁ ଡାକ୍‌ତର ସାଢ଼େ ଆଠ୍‌ ବଜେ ଆସିଥିବାର ଦେଖ୍‌ବାକେ ମିଲିଥିଲା। ଖରା ଝାଉର ତେଜ୍‌କେ ଦେଖି ୨୦ରୁ ୩୦ କି.ମି. ଦୂରୁ ରୁଗୀମାନେ ସଖାଲର ୭ ବଜେ ଡାକ୍‌ତରଖାନାରେ ପୁହୁଁଚି ଯାଉଛନ୍‌। ହେଲେ ଡାକ୍‌ତରଖାନା ଧାଯ୍‌ ସମିଆଠାନୁ ୧ ଘଁଟା ବିଲମ୍‌ରେ ଖୁଲୁଥିବାର ଦେଖ୍‌ବାକେ ମିଲିଛେ। ଏନ୍‌ତାଥି ଦୂରିଆରୁ ଆସିଥିବାର ରୁଗୀ ଆର ତାକର ଲୋକ୍‌ବାକ୍‌ମାନେ ବଡ଼ା ଦହଗଁଜ୍‌ ହେଉଛନ୍‌। ଉପେ ଶୂଇନ୍‌ ହେଇ ଘଁଟା ଘଁଟା ଧରି ଡାକ୍‌ତରକୁଁ ଟାକୁଛନ୍‌। ଇ ବାବ୍‌ଦେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିସତ୍ା ଅଧ୍‌କାରୀ ରବିନାରାୟଣ ମିଶ୍ରକୁଁ ପଚରାଲାରୁ ୭ ବଜେନୁ ରୁଗୀ ନାଇଁ ଆଏବାର, ସେଥିରଲାଗି ଆମେ ୮ରୁ ୧୨ ବଜେ ତକ୍‌ ଡାକ୍‌ତରଖାନା ଖୁଲୁଛୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?