ରାଉରକେଲା ଅଫିସ,୧୫ା୪: ଛାତ୍ରୀଛାତ୍ରୀଙ୍କ ଘରେ ବହି ପହଞ୍ଚାଇବାକୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ଗତ ୧୪ରେ ସୁନ୍ଦରଗଡ ଜିଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସରକାରୀ ସ୍କୁଲର ଶିକ୍ଷକମାନେ ଘରେ ଘରେ ବୁଲି ବହି ପହଞ୍ଚାଇବେ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଶିକ୍ଷକ। ସୁନ୍ଦରଗଡ ଜିଲା ଏକ ଆଦିବାସୀ ଅଞ୍ଚଳ। ଏଠାରେ ବଣ ପାହାଡ ଘେରା ଗଁା। ଅପହଞ୍ଚ ଅଞ୍ଚଳରେ କେମିତି ପୁସ୍ତକ ବଣ୍ଟାଯିବ ସେନେଇ ଅଡୁଆରେ ପଡିଛନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ। ସରକାର କଥାଟା ଯେତେ ସହଜ ମନେ କରୁଛନ୍ତି ବାସ୍ତବରେ ଏହା ସେତେ ସହଜ ନୁହେଁ ବୋଲି ଶିକ୍ଷକଙ୍କ ମତ। ପ୍ରଥମତଃ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କ ଠିକଣା ଖୋଜିବାକୁ ପଡିବ। ସେହି ଅନୁସାରେ ଉକ୍ତ ଗଁାକୁ ଯାଇ ପିଲାଙ୍କୁ ବହି ଦେବାକୁ ହେବ। ଏମିତି ଗଁା ଅଛି ଯେଉଁଠି ମାତ୍ର ଜଣେ କି ୨ଜଣ ପିଲା ବିଦ୍ୟାଳୟକୁ ଆସନ୍ତି। ସେଠିକୁ ମଧ୍ୟ ଯିବାକୁ ହେବ। ଏଣୁ ପୁସ୍ତକ ବଣ୍ଟନ ପ୍ରକ୍ରିୟା ବାଧା ସୃଷ୍ଟି କରିବ। ସରକାରଙ୍କ ଏଭଳି ବିଚାରଧାରା ପ୍ରତି ଅନେକ ଶିକ୍ଷକ ସହମତ ହୋଇ ପାରି ନାହାନ୍ତି। ତେବେ ନିଜର ପେଟପାଟଣା ପାଇଁ ଅନେକ ଶିକ୍ଷକ ଖୋଲାଖୋଲା କିଛି ବି କହିବାକୁ ମନା କରିଛନ୍ତି। ସେହିଭଳି ବିଭାଗୀୟ ଅଧିକାରୀମାନେ ମଧ୍ୟ ନାଁ ପ୍ରକାଶ ନ କରିବାକୁ ଅନୁରୋଧ କରି କହିଛନ୍ତି ଯେ, ଏହା ସରକାରଙ୍କ ନିର୍ଦ୍ଦେଶ। ପାଳନ କରିବାକୁ ହେବ। ଏଥିରେ ସେମାନଙ୍କ କିଛି କହିବାର ନାହିଁ ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
IPLରେ ଖେଳିବେ ୧୨ଟି ଟିମ? ଦୁଇ ନୂଆ ଦଳ ଯୋଡ଼ିବା ନେଇ ଚାଲିଛି ଆଲୋଚନା
ନୂଆଦିଲ୍ଲୀ,୧୦।୧୧: ୨୦୨୭ ଆଇପିଏଲ (IPL) ସିଜନ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ, ସମସ୍ତ ୧୦ଟି ଦଳ ନିଜର ‘ରିଟେନସନ ଲିଷ୍ଟ’ (ଦଳରେ ରଖାଯିବାକୁ ଥିବା ଖେଳାଳିଙ୍କ…
ନ୍ୟୁଜିଲାଣ୍ଡର ଅହଂକାର ଭାଙ୍ଗିଲା ଭାରତ! ମ୍ୟାଚ ବାତିଲ ପରେ ବି କିୱି ଦଳକୁ ବଡ଼ ଝଟ୍କା ଦେଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି। ଏହା ମଧ୍ୟରେ ପ୍ରଥମ ୩ଟି ମ୍ୟାଚ ଖେଳାଯାଇସାରିଛି। ପ୍ରଥମ ମ୍ୟାଚରେ…
ଅସ୍ତ ରହିବେ ଶନିଦେବ: ତୁଳା ସମେତ ୫ ରାଶିଙ୍କ ଉପରେ ପଡ଼ିବ ଅଶୁଭ ପ୍ରଭାବ! ପାଖରୁ ପଳାଇବ ସବୁ ଟଙ୍କା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ବକ୍ରୀ ଚଳନର ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଅଶୁଭ ପ୍ରଭାବ ପକାଇପାରେ। ବିଶେଷକରି ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା…
ଏହି ଗୀତ ଶୁଣି କାନ୍ଦି ପକାଇଲେ ସଲମାନ: ବାପାଙ୍କୁ ମାଗିଲେ କ୍ଷମା
ମୁମ୍ବାଇ: ‘ବିଗ ବସ ୨୦’ର ‘ୱିକେଣ୍ଡ କା ୱାର୍’ ଏପିସୋଡ ଏଥର ଖୁବ ରୋଚକ ହୋଇଥିଲା। ଏହି ବିଶେଷ ଅବସରରେ ଅନେକ ଗାୟକ ନିଜ ସୁମଧୁର ସ୍ବରରେ…
‘ସୁରଭି’ରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ, ଦେଲେ ଏହି ପରାମର୍ଶ
ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ’ ସୁରଭି ‘ ଅନୁଷ୍ଠିତ…
ଡ଼. ରାମପ୍ରସାଦଙ୍କୁ ମିଳିଲା ଯୁବ ବୈଜ୍ଞାନିକ ପୁରସ୍କାର ; ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ, ଛୁଟୁଛି ଶୁଭେତ୍ସା
ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ…
ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲା; ସ୍ବାମୀ ଲିପନ ସାହୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
କଟକ,୧୦।୧୧(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ମର୍ଡର ମାମଲାରେ ଅଭିଯୁକ୍ତ ଲିପନ ସାହୁଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି । ଏକ ସପ୍ତାହ ଅନ୍ତରୀଣ ଜାମିନ ମଞ୍ଜୁର…
ନ୍ୟୁଜିଲାଣ୍ଡ ପାଇଁ ଖୁସିଖବାର: ଶେଷ ୨ ଦିନିକିଆରୁ ବାଦ୍ ପଡ଼ିଲେ ଅଧିନାୟକ ଗିଲଙ୍କ ସମେତ ୩ ଖେଳାଳି, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମଙ୍ଗଳବାର (୧୦ ନଭେମ୍ବର)…

