ସରକାରୀ ଅସହଯୋଗ, ଅଟକିଛି ଲଞ୍ଚ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୭।୧୨(ଡି.ଏନ୍‌.ଏ.)
ଜଳବନ୍ଦୀଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଲଞ୍ଚ ଆମ୍ବୁଲାନ୍ସ(୧୦୮) ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍ଥାନୀୟ ପ୍ରଶାସନର ସହଯୋଗ ଅଭାବରୁ ସେଗୁଡିକ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରୁନାହିଁ। ଫଳରେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା କଲେଜ ଛକରେ ଲଞ୍ଚ ଆମ୍ବୁଲାନ୍ସ ବୋଝେଇ ଏକ ଟ୍ରଲର ଦୁଇ ଦିନ ହେବ ଅଟକି ରହିଛି। ମୁମ୍ବାଇରୁ ଲଞ୍ଚ ଆମ୍ବୁଲାନ୍ସ ନେଇ ଏକ ଟ୍ରଲର ୨୪ ନଭେମ୍ବରରୁ ଓଡିଶା ଅଭିମୁଖେ ବାହାରିଥିଲା। ତାହା ବୁଧବାର ଖାତିଗୁଡାସ୍ଥିତ କଲେଜଛକରେ ପହଞ୍ଚତ୍ ଥିଲା। ଡ୍ରାଇଭର ଦର୍ଶନ ସିଂ ଲଞ୍ଚ ଆମ୍ବୁଲାନ୍ସକୁ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି, କିନ୍ତୁ ତାଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳିନି। ମୁମ୍ବାଇରୁ ଏହି ଲଞ୍ଚ ଆମ୍ବୁଲାନ୍ସ ପଠାଇଥିବା ସଂସ୍ଥାର ଅଧିକାରୀମାନେ ଚିତ୍ରକୋଣ୍ଡା ଜଳବନ୍ଦୀ ଅଞ୍ଚଳରେ ଅଛନ୍ତି। ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି ଦର୍ଶନ କହିଛନ୍ତି। ଟ୍ରଲରଟି ଖାତିଗୁଡ଼ା ଜଳବନ୍ଦୀ ଅଞ୍ଚଳକୁ ଯିବାକୁ ହେଲେ ରାସ୍ତା ପାର୍ଶ୍ୱରେ ଥିବା କିଛି ଡାଳ କାଟିବାକୁ ପଡିବ। ଏହି ସମୟରେ ବିଦ୍ୟୁତ୍‌ ସେବା ବନ୍ଦ କରିବାକୁ ହେବ, ନଚେତ ସଟସର୍କିଟର ଆଶଙ୍କା ରହିଛି ବୋଲି ଦର୍ଶନ ସିଂ କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଶୁକ୍ରବାର ଗୋଡାପଦର ଗ୍ରାମପଞ୍ଚାୟତ ସାମାଜିକ କର୍ମୀ ପ୍ରେମ ନାୟକ ଦର୍ଶନ ସିଂଙ୍କୁ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଦେଖାଇଥିଲେ। ପରଜାବାରଙ୍ଗପଦର ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଦୁର୍ଯ୍ୟୋଧନ ହରିଜନ ମଧ୍ୟ ତାଙ୍କ ସହ କଥା ହୋଇ ସମସ୍ତ ସହଯୋଗ କରିବେ ବୋଲି କହଛନ୍ତି। କିନ୍ତୁ ପ୍ରଶାସନର କୌଣସି ଅଧିକାରୀଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ। ଏ ସବୁ ପାଇଁ ଆବଶ୍ୟକ ଖର୍ଚ୍ଚ କିଏ କରିବ ବୋଲି ପ୍ରଶ୍ନ ଉଠୁଛି। ତୁରନ୍ତ ଲଞ୍ଚ ଆମ୍ବୁଲାନ୍ସକୁ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri