ସରକାର ଶୁଣିଲେନି, ନିଜଖର୍ଚ୍ଚରେ ତାମିଲନାଡୁରୁ ଫେରୁଛନ୍ତି ୪୫ ଶ୍ରମିକ

ସୋନପୁର,୧୭।୫(ନି.ପ୍ର.)-ଲକ୍‌ଡାଉନ୍‌ ଯୋଗୁଁ ତାମିଲନାଡୁର ନାମକୋଲରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୪୫ ଜଣ ଶ୍ରମିକ ଘରକୁ ପେରୁଛନ୍ତି। ଶନିବାର ରାତିରେ ଅନ୍ୟ ଜିଲାର ଓଡିଆ ଶ୍ରମିକଙ୍କ ସହିତ ୩ଟି ବସ୍‌ ଯୋଗେ ନାମକୋଲରୁ ବାହାରିଛନ୍ତି। ଦୀର୍ଘ ୧୮ଶହ କିଲୋମିଟରର ଯାତ୍ରା ପରେ ସୋମବାର ରାତି ୯ଟା ସୁଦ୍ଧା ଶ୍ରମିକମାନେ ସମ୍ବଲପୁରରେ ପହଞ୍ଚତ୍ବେ ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ମହଦା, ଲିମ୍ବପାଲି ଓ କୋଟସମଲାଇ ଗ୍ରାମର ଏହି ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରେଜିଷ୍ଟ୍ରେଶନ କରିଥିଲେ । ନିଜ ନିର୍ବାଚନମଣ୍ଡଳୀର ବିଧାୟକ ପଦ୍ମନାଭ ବେହେରା ରାଜ୍ୟ ପରିବହନ ମନ୍ତ୍ରୀ ଅଛନ୍ତି। ହେଲେ ନିଜ ଘରକୁ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କୁ କୌଣସି ସହାୟତା ମିଳିଲାନି। କେନ୍ଦ୍ର ସରକାର ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଓ ବସ୍‌ ସେବା ପ୍ରଚଳନ କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରିଛନ୍ତ। କିନ୍ତୁ ସବୁ ଠୁ ନିରାଶ ହେଲା ପରେ ସୂତା କାରଖାନାରେ କାମ କରୁଥିବା ଶ୍ରମିକମାନେ ନିଜ ଖର୍ଚ୍ଚରେ ସେମାନଙ୍କ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। କର୍ମସଂସ୍ଥାନ ହରାଇ ଭୋକ ଉପବାସରେ ଥିବା ଶ୍ରମିକମାନେ ନିଜ ସଞ୍ଚତ୍ତ ଅର୍ଥରୁ ୫ହଜାର ୫ଶହ ଟଙ୍କା ଲେଖାଏ ବସ୍‌ ଭଡା ଦେଇ ଘରକୁ ଫେରୁଛନ୍ତି। ସୂତା କାରଖାନାର ମାଲିକ ଶ୍ରମିକମାନଙ୍କୁ ଘରକୁ ଫେରିବା ସମୟରେ ରାତ୍ରୀ ଭୋଜନ ସହିତ ପ୍ରତି ଶ୍ରମିକଙ୍କୁ ୫ଶହ ଟଙ୍କା ଲେଖାଏ ଦେଇଥିବା କୋଟସମଲାଇ ଅଞ୍ଚଳର ପ୍ରବାସୀ ଶ୍ରମିକ ଚିଣ୍ଟୁ ମନ୍ତ୍ରା(୧୮) ଓ ଲକ୍ଷ୍ମୀନ୍ଦ୍ର ବସ୍ତିଆ(୪୫) କହିଛନ୍ତି। ଏହି ଶ୍ରମିକମାନେ ଗତ ୧ ବର୍ଷ ଧରି ସେଠାରେ କାମ କରୁଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ କାରଖାନା ବନ୍ଦ ରହିଥିଲା। ଶତାଧିକ ଓଡିଆ ଶ୍ରମିକ କରୋନା ସଂକ୍ରମିତ ଅଞ୍ଚଳରୁ କିଭଳି ନିଜ ଭିଟାମାଟିକୁ ଫେରିବେ ମାନସିକ ଚାପରେ ଥିଲେ। କାରଖାନା ମାଲିକଙ୍କ ସହଯୋଗରେ ତାମିଲନାଡୁ ପୋଲିସ ଶ୍ରମିକମାନଙ୍କୁ ସମ୍ବଲପୁର ପର୍ଯ୍ୟନ୍ତ ବସ୍‌ ଯୋଗେ ଆସିବା ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ଏହି ଶ୍ରମିକଙ୍କୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ସମ୍ବଲପୁରରୁ ଆଣିବାର ବ୍ୟବସ୍ଥା କରିବାକୁ ଶ୍ରମିକମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri