ଭଡ଼ାଘରେ ଚାଲିଥିଲା ନକଲି ଜର୍ଦ୍ଦା କାରଖାନା: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ

ଭଦ୍ରକ ଅଫିସ, ୧୭ା୫-ଲକ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ନକଲି ଜର୍ଦ୍ଦା ବ୍ୟବସାୟୀମାନେ ନିଜର କାୟାବିସ୍ତାର କରିବାରେ ଲାଗିଛନ୍ତି। ଭଡ଼ାଘରେ ସେମାନେ କାରଖାନା ଖୋଲି କାରବାର ଚଳାଇଛନ୍ତି। ରବିବାର ଭଦ୍ରକ ଟାଉନ ପୋଲିସ ଏପରି ଏକ ନକଲି ଜର୍ଦ୍ଦା କାରଖାନାର ପର୍ଦ୍ଦାଫାଶ କରିଛି। ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସହ ଯନ୍ତ୍ରାଂଶ ଜବତ କରାଯାଇଛି। ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ଯୁବକ ଓ ଅନ୍ୟ ୨ ସହଯୋଗୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
କଣ୍ଟାବଣିଆର ବଖରାବାଡି ଗାଁର ଦୁଇଟି ଭଡ଼ାଘରେ ଏହି ନକଲି କାରଖାନା ଚାଲିଥିଲା। ଖବରପାଇ ରବିବାର ମଧ୍ୟାହ୍ନରେ ଟାଉନ ପୋଲିସ ଚଢ଼ାଉ କରିଥିଲା। ଘର ଭିତରୁ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ଜର୍ଦ୍ଦା, ପ୍ୟାକିଂ ମେଶିନ, ଏସେନ୍ସ, ଲେବୁଲ, ଡବା ସମେତ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ଜବତ କରାଯାଇଛି। ଜବତ ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନାଧିକାରୀ ଚନ୍ଦନ ଘଡ଼େଇ ସୂଚନା ଦେଇଛନ୍ତି। ପୁରୁଣାବଜାର ଅଞ୍ଚଳର ବହୁ ନକଲି ଜର୍ଦ୍ଦା ବ୍ୟବସାୟୀ ଏହି ଘଟଣା ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅଟକ ଯୁବକମାନଙ୍କୁ ଜେରା କରାଯିବା ପରେ ଏହି ନକଲି କାରବାର ପଛରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri